Home ଜିଲ୍ଲା ପରିକ୍ରମା ସାହାପୁର ପତିସାହି ଓ ମହାକୁଡ଼ସାହି ଗାଁ ରାସ୍ତାରେ ଜମିରହିଛି ପାଣି,ଦୁର୍ଦ୍ଦଶା ଭୋଗୁଛନ୍ତି ଲୋକ, କ୍ଷତ୍ରିୟ ତଦନ୍ତ...

ସାହାପୁର ପତିସାହି ଓ ମହାକୁଡ଼ସାହି ଗାଁ ରାସ୍ତାରେ ଜମିରହିଛି ପାଣି,ଦୁର୍ଦ୍ଦଶା ଭୋଗୁଛନ୍ତି ଲୋକ, କ୍ଷତ୍ରିୟ ତଦନ୍ତ କଲେ ତହସିଲଦାର

6

ଭଦ୍ରକ, ୧୦ା୫ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) -ଭଦ୍ରକ ଜିଲ୍ଲା ତିହିଡି଼ ବ୍ଲକ ସାହାପୁର ପଞ୍ଚାୟତ ଅଧୀନ ପତିସାହି ଓ ମହାକୁଡ଼ ସାହି ରାସ୍ତାରେ ପାଣି ଜମିରହିଛି। ଗାଁ ରାସ୍ତାରୁ ପାଣି ନିଷ୍କାସନ ହୋଇନପରିବାରୁ ପାଣି ଜମିରହୁଛି। କିଛି ବର୍ଷ ହେଲା ଏହି ସମସ୍ୟା ଲାଗିରହୁଥିବାରୁ ଗାଁଲୋକ ଘୋର ଅସୁବିଧାରେ ସମ୍ମୁଖୀନ ହେଉଛନ୍ତ। ତେବେ ଉଭୟ ସାହିର ଲୋକେ ଏ ସମ୍ପର୍କରେ ତହସିଲଦାରଙ୍କ ନିକଟରେ ଅଭିଯୋଗ କରିବା ପରେ ତହସିଲଦାର ଜୟଦ୍ରଥ ଆଚାର୍ଯ୍ୟ ଶୁକ୍ରବାର ଏହାର କ୍ଷେତ୍ରୀୟ ତଦନ୍ତ କରିଥିବା ବେଳେ ପିରାହାଟ ରାଜସ୍ୱନିରୀକ୍ଷାକ ସ୍ମିତା ସାହୁ ଉପସ୍ଥିତ ଥିଲେ । ଗତ ୫ତାରିଖରେ ଗ୍ରାମର ସୁଦର୍ଶନ ମହାକୁଡ଼,ଶରତ ମହାକୁଡ଼, ଅଶୋକ ମହାକୁଡ଼,ସୁରେନ୍ଦ୍ର ଡାଙ୍ଗୁଆ,କୁନି ମହାକୁଡ଼,ଜୟନ୍ତ ସେଠି ଭରତ ଡାଙ୍ଗୁଆ ପ୍ରମୁଖ ଶତାଧିକ ଗ୍ରାମବାସୀ ଅଭିଯୋଗରେ ଦର୍ଶାଇଛନ୍ତି ଯେ ,ସେହି ୨ ସାହିରେ ୩ଶହରୁ ଉର୍ଦ୍ଧ୍ୱ ଲୋକ ବସବାସ କରନ୍ତି।ସେମାନଙ୍କ ଯାତାୟତ ପାଇଁ ଏକମାତ୍ର ରାସ୍ତା ରହିଛି ।ତେବେ ଗ୍ରାମର ପାଣି ଓ ବର୍ଷା ପାଣି ନିଷ୍କାସନ ପାଇଁ ରାସ୍ତା ପାର୍ଶ୍ୱରେ ପାଣି ନାଳ ରହିଛ।ି ମାତ୍ର ସେହି ନାଳକୁ ପୋତି ଅବରୋଧ କରାଯାଇଥିବାରୁ ପାଣି ନିଷ୍କାସିତ ହୋଇନପାରି ରାସ୍ତା ଉପରେ ଜମିରହୁଛି। ରାସ୍ତାର ୬୦ଫୁଟ ପାଣିରେ ବୁଡ଼ି ରହିଥିବାରୁ ସାହିବାସିନ୍ଦା ପାଣିରେ ପଶି ଯାତାୟତ କରୁଛନ୍ତି । ସାହିରେ ସ୍କୁଲ ଓ ଅଙ୍ଗନୱାଡି ଥିବାରୁ ପିଲାମାନେ ମଧ୍ୟ ପାଣିରେ ପଶି ଯାଉଛନ୍ତି କ୍ଷ ଗତ ୨୦୨୩ରେ ସାହି ଲୋକମାନେ ତହସିଲଦାରଙ୍କୁ ଭେଟି ସରକାରୀ ଜାଗାର ମାପଚୁପ କରି ପାଣିନାଳକୁ ଅବରୋଧମୁକ୍ତ କରିବାକୁ ଦାବି ଜଣାଇଥିଲେ ।ତତ୍କାଳୀନ ତହସିଲଦାର ମାପଚୁପ ପାଇଁ ପ୍ରତିଶ୍ରୁତି ଦେଇଥିଲେ ମଧ୍ୟ କୌଣସି ପଦକ୍ଷେପ ନେଇନଥିଲେ। ଏବେ ପରିସ୍ଥିତି ଅସମ୍ଭାଳ ହେବାରୁ ସେମାନେ ତହସିଲଦାରଙ୍କୁ ଭେଟି ମାପଚୁପ ମାଧ୍ୟମରେ ସରକାରୀ ନାଳକୁ ଅବରୋଧମୁକ୍ତ କରାଇବାକୁ ଦାବି ଜଣାଇଥିଲେ । ଅଭିଯୋଗ ପାଇବାପରେ ତହସିଲଦାର ଶ୍ରୀ ଆଚାର୍ଯ୍ୟ ଶୁକ୍ରବାର ଘଟଣାସ୍ଥଳକୁ ଯାଇ ଏହାର କ୍ଷେତ୍ରୀୟ ତଦନ୍ତ କରିଥିଲେ।ତେବେ ନାଳ କାଟି ପାଣି ନିଷ୍କାସନ ପାଇଁ ତହସିଲଦାର ସାହି ବାସିନ୍ଦାଙ୍କୁ ପରାମର୍ଶ ଦେଇଥିଲେ। ମାତ୍ର ସେମାନେ ଏଥିରେ ଅରାଜି ହୋଇ ମାପଚୁପ ପାଇଁ ଅଡ଼ି ବସିଥିଲେ। ତେବେ ଏସମ୍ପର୍କରେ ତହସିଲଦାର ଜୟଦରଥ ଆଚର୍ଯ୍ୟଙ୍କୁ ପଚାରିବାରୁ ସେ କହିଛନ୍ତିଯେ,ରାସ୍ତାର ମାପଚୁପ କରାଯିବା ପରେ ଯାହା ପଦକ୍ଷେପ ନିଆଯିବ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.