ଭଦ୍ରକ, ୧୬ା୬ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲ୍ଲା ତିହିଡ଼ି ବ୍ଲକ ଅଧିନ ସାହାପୁର ପଞ୍ଚାୟତରେ ନୂତନ ପ୍ରାଥମିକ କୃଷି ସମବାୟ ସମିତି ଉଦ୍ଘାଟିତ ହୋଇଯାଇଛି । ଏହି ନୂତନ ସମବାୟ ସମିତିକୁ ଚାନ୍ଦବାଲି ବିଧାୟକ ତଥା ଜିଲ୍ଲା ଯୋଜନାବୋର୍ଡ଼ ଅଧ୍ୟକ୍ଷ ଡ଼. ବ୍ୟୋମକେଶ ରାୟ ମୁଖ୍ୟଅତିଥି ଭାବେ ଯୋଗଦେଇ ଉଦ୍ଘାଟନ କରିଥିଲେ । ଏହି ଅବସରରେ ପୂର୍ବତନ ସରପଞ୍ଚ ବଳଭଦ୍ର ମାଠଙ୍କ ପୌରହିତ୍ୟରେ ଏକ ସଭା ଅନୁଷ୍ଠିତ ହୋଇଥିଲା । ଏଥିରେ ବିଧାୟକ ଡ. ବ୍ୟୋମକେଶ ରାୟ ଯୋଗଦେଇ କହିଥିଲେ ଯେ, ସାହାପୁର ପଞ୍ଚାୟତର ଚାଷୀମାନେ ନିଜର କାର୍ଯ୍ୟ ପାଇଁ ଅନ୍ୟ ସମବାୟ ସମିତିକି ଯାଉଥିଲେ । ସାହାପୁରରେ ନୂତନ ସମବାୟ ସମିତି ହେଲେ ପଞ୍ଚାୟତର ସମସ୍ତ ଚାଷୀ ଉପକୃତ ହୋଇପାରିବେ ବୋଲି କହିଥିଲେ । ଏ ସଭାରେ ବରେଣ୍ୟ ଅତିଥି ଭାବେ ଭଦ୍ରକ-ବାଲେଶ୍ୱର କେନ୍ଦ୍ର ସମବାୟ ବ୍ୟାଙ୍କ ସଭାପତି ଗଣେଶ ପ୍ରସାଦ ମହାପାତ୍ର, ମୁଖ୍ୟବକ୍ତା ଭାବେ ସମବାୟ ସମିତି ସମୂହର ସହକାରୀ ଉପ-ନିବନ୍ଧକ ସତ୍ୟପ୍ରକାଶ ସେଠୀ, ସମ୍ମାନିତ ଅତିଥି ଭାବେ ତିହିଡ଼ି ବ୍ଲକ ଅଧ୍ୟକ୍ଷା ଅବନ୍ତୀ ଦାସ, ଭଦ୍ରକ-ବାଲେଶ୍ୱର କେନ୍ଦ୍ର ସମବାୟ ବ୍ୟାଙ୍କ ପରିଚାଳନା ପରିଷଦ ସଭ୍ୟ ଯୋଗେନ୍ଦ୍ର ଘଡ଼େଇ, ସମବାୟ ସମିତି ସଭାପତି ଗୌରୀରାଣୀ କବି, ସମବାୟ ସମିତି ସଂପାଦିକା ପ୍ରିୟଦର୍ଶିନୀ ସାହୁ ପ୍ରମୁଖ ଯୋଗଦେଇ ବକ୍ତବ୍ୟ ରଖିଥିଲେ । ଶେଷରେ କୃଷକ ନେତା ଜଗନ୍ନାଥ ନାୟକ ଧନ୍ୟବାଦ ଅର୍ପଣ କରିଥିଲେ । ବୋର୍ଡ଼ ସଦସ୍ୟ ଉପ-ସଭାପତି ସଞ୍ଜୟ ଭୋଇ, ରମେଶ ଦାସ, ଶୁକଦେବ ମାଝୀ, ବସନ୍ତ ବାରିକ, ପ୍ରଭାତ ମଳିକ, ମମତା ସାହୁ, ଗୀତାଞ୍ଜଳି ମାଝି, ସୁରଥ ବଳ, ବୈଜୟନ୍ତୀ ବଳ, ଭାରତୀ ମହାନ୍ତି, ଅବିନାଶ ବିଶ୍ୱାଳ, ଉର୍ମିଳା ବେହେରା, ଚାଷୀ ସୁଧାଂଶୁ ଡାଙ୍ଗୁଆ, ପ୍ରହଲ୍ଲାଦ ମହାକୁଡ଼, ଦେବେନ୍ଦ୍ର ମହାକୁଡ଼, ପ୍ରମୋଦ ଡାଙ୍ଗୁଆ, ଶଶୀକାନ୍ତ କବି ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।