Home ଜିଲ୍ଲା ପରିକ୍ରମା ସାଳନ୍ଦୀ ନଗର ନାଗରିକ ପରିଷଦ ପକ୍ଷରୁ ବିଶ୍ୱ ପରିବେଶ ଦିବସ ପାଳିତ, ପ୍ଲାଷ୍ଟିକକୁ ବର୍ଜନ କରିବା...

ସାଳନ୍ଦୀ ନଗର ନାଗରିକ ପରିଷଦ ପକ୍ଷରୁ ବିଶ୍ୱ ପରିବେଶ ଦିବସ ପାଳିତ, ପ୍ଲାଷ୍ଟିକକୁ ବର୍ଜନ କରିବା ନେଇ ସଚେତନତା

21

ଭଦ୍ରକ, ୫ା୬ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ର ସାଳନ୍ଦୀ ବାଇପାସ ଠାରେ ସାଳନ୍ଦୀ ନଗର ନାଗରିକ ପରିଷଦ ପକ୍ଷରୁ ଆଜି ସକାଳ ୯ଘଟିକା ସମୟ ରେ ପରିଷଦ କାର୍ଯ୍ୟାଳୟ ଠାରେ ବିଶ୍ୱ ପରିବେଶ ଦିବସ ପାଳିତ ହୋଇଯାଇଛି । ଉପଦେଷ୍ଟା ଇଂ ଅଭୟ ସୁତାର ଙ୍କ ସଭାପତିତ୍ୱରେ ମୁଖ୍ୟ ଅତିଥି ଭାବେ ଡେପୁଟି କଲେକ୍ଟର କାର୍ତିକ ନାଥ ମଣ୍ଡଳ, ମୁଖ୍ୟବକ୍ତା ଭାବେ ସାମ୍ବାଦିକ ରବିନାରାୟଣ ଖିଲାର, ସମ୍ମାନୀତ ଅତିଥି ଭାବେ ଜଗନ୍ନାଥ ମନ୍ଦିରର ମୁଖ୍ୟ ପୂଜକ ସୁରେନ୍ଦ୍ର ପାଣି,କମିଟି ର ସଭାପତି ଶ୍ରୀହର୍ଷ ସ୍ୱାଇଁ, ଉପସଭାପତି ରବି ନାରାୟଣ ପଣ୍ଡା,ସମ୍ପାଦକ ଇଂ ଅଭୟ ପଣ୍ଡା,ସହ ସମ୍ପାଦକ ସୂର୍ଯ୍ୟ ନାରାୟଣ ମହାନ୍ତି,ଉପଦେଷ୍ଟା ବ୍ରଜ କିଶୋର ନାୟକ, ଗୋପାଳ ନାୟକ, ବିଦ୍ୟାଧର ନାୟକ, ଗଙ୍ଗାଧର ମାଝି,ଶରତ ଚନ୍ଦ୍ର ପାଢ଼ୀ, କୈଳାଶ ପଣ୍ଡା,ବିଦ୍ୟାଧର ନାୟକ, ଶ୍ୟାମ ସୁନ୍ଦର ଜେନା,ଜୟନ୍ତୀ ପଟେଲ, ଅତିସ ଦାସ ପ୍ରମୁଖ ଯୋଗଦେଇ ବିଶ୍ୱ ପରିବେଶ ଦିବସ ପାଳନ ଉପରେ ସମାଜ କୁ ବାର୍ତା ଦେବା ସହ ବୃକ୍ଷ ରୋପଣ କରିଥିଲେ । ସାଳନ୍ଦୀ ନଗର ନାଗରିକ ପରିଷଦ ର ଉପଦେଷ୍ଟା ଓ କର୍ମକର୍ତାମାନେ ଯୋଗଦେଇ ପରିବେଶ ସଚେତନତା ଉପରେ ବକ୍ତବ୍ୟ ରଖିବା ସହିତ ବୃକ୍ଷ ରୋପଣ କରିଥିଲେ ।ଏହି ସଭା ରେ ପ୍ଲାଷ୍ଟିକ୍ ପ୍ରଦୂଷଣକୁ ବନ୍ଦ କରିବା ଦିଗରେ ଗୁରୁତ୍ୱ ଦିଆଯାଇଥିଲା । ଏହି ଦିବସ ଅବସରରେ ଚଳିତ ବର୍ଷର ବାର୍ତା ରହିଛି ପ୍ଲାଷ୍ଟିକ ପ୍ରଦୂଷଣ ବନ୍ଦ କରାଯାଉ । ଶବ୍ଦ -ହାଲୁକା – ଲୋଭନୀୟ ପ୍ଲାଷ୍ଟିକ୍ ଦିନେ ଆମକୁ ଆନନ୍ଦ ଦେଇଥୁଲା। ଆଜି କିନ୍ତୁ ଏହାର ଅତିରକ୍ତ ଓ ଅବିବେକୀ ବ୍ୟବହାର ପରିବେଶକୁ ନଷ୍ଟ କରିବା ସହ ଜୀବଜଗତ ପାଇଁ କ୍ଷତି ପ୍ରମାଣିତ ହୋଇଛି। ନାଳନର୍ଦ୍ଦମାରେ ପ୍ଲାଷ୍ଟିକ୍ ଜମୁଛି । ପ୍ରତିବର୍ଷ ୧୧୦ ଲକ୍ଷ ଟନ୍ ପ୍ଲାଷ୍ଟିକ୍ ଆବର୍ଜନା ସମୁଦ୍ରରେ ମିଶୁଛି। ପବନରେ ମିଶୁଛି ପ୍ଲାଷ୍ଟିକ ଗୁଣ୍ଡ ଓ ବିଷାକ୍ତ ଧୂଆଁ । ତେଣୁ ବାୟୁ-ପାଣି-ମାଟି ଆଜି ବ୍ୟବହାର ଅନୁପଯୋଗୀ ସୂକ୍ଷ୍ମ ପ୍ଲାଷ୍ଟିକ୍ ଖାଦ୍ୟପାନୀୟ ମାଧ୍ୟମରେ ଶରୀରରେ ପ୍ରବେଶ କରି ମାରାତ୍ମକ ରୋଗ ସୃଷ୍ଟି କରୁଛି । ତେଣୁ ଏ ବର୍ଷର ସାଳନ୍ଦୀ ନଗର ନାଗରିକ ପରିଷଦ ପକ୍ଷରୁ ଜନସାଧାରଣଙ୍କୁ ପ୍ଲାଷ୍ଟିକ୍ ପ୍ରଦୂଷଣର ମାରାତ୍ମକ ଭୟାବହତା କୁ ନେଇ ପ୍ଲାଷ୍ଟିକ୍ ବର୍ଜନ କରିବା ଦରକାର ବୋଲି ମୁଖ୍ୟ ବକ୍ତା ଓ ଅତିଥିମାନେ ବାର୍ତା ଦେଇଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.