Home ଜିଲ୍ଲା ପରିକ୍ରମା ସାରସ୍ୱତ କାର୍ଯ୍ୟକ୍ରମରେ ‘ନୂଆ ସ୍ୱର ନିଆରା କଥା’

ସାରସ୍ୱତ କାର୍ଯ୍ୟକ୍ରମରେ ‘ନୂଆ ସ୍ୱର ନିଆରା କଥା’

130

ନୟାଗଡ଼, ୮ା୯ (ଓଡ଼ିଆ ପୁଅ/ସୁରେନ୍ଦ୍ରନାଥ ପ୍ରଧାନ) – : ଓଡ଼ିଆ ଭାଷା ସାହିତ୍ୟକୁ ଅଧିକ କ୍ରିୟାଶୀଳ, ରୂଦ୍ଧିବନ୍ତ ଏବଂ ଛାତ୍ରଛାତ୍ରୀ ତଥା ଯୁବବର୍ଗଙ୍କୁ ସାହିତ୍ୟ ପ୍ରତି ଆକୃଷ୍ଟ ଓ ରୂଚିଶୀଳ କରିବାର ଯଥେଷ୍ଟ ଆବଶ୍ୟକତା ରହିଛି। ଏହି ଉଦ୍ଦେଶ୍ୟରେ ଉତ୍କଳ ସମ୍ମିଳନୀ ନୟାଗଡ଼ ଜିଲା ଶାଖା ତରଫରୁ ସାହିତ୍ୟ ପରିଭାଷାର ଏକ ସାରସ୍ୱତ କାର୍ଯ୍ୟକ୍ରମରେ ‘ନୂଆ ସ୍ୱର ନିଆରା କଥା’ ମାଧ୍ୟମରେ ଏକ ଭିନ୍ନ ପ୍ରୟାସ ହାତକୁ ନିଆଯାଇଛି। ଇଟାମାଟି କଲେଜର ସମ୍ମିଳନୀ କକ୍ଷରେ ଆୟୋଜିତ ହୋଇଛି ଏହି କାର୍ଯ୍ୟକ୍ରମ। ମହାବିଦ୍ୟାଳୟର ଅଧ୍ୟକ୍ଷ ଅଶୋକ କୁମାର ନାୟକ ସଭାପତିତ୍ୱ କରିଥିଲେ ଏହି କାର୍ଯ୍ୟକ୍ରମରେ। ସମ୍ମାନୀତ ଅତିଥିଭାବେ ଓଡ଼ିଆ ଭାଷା ସାହିତ୍ୟର ଗବେଷକ ଡ.କୈଳାଶ ବାଣ୍ଠ, ଲୋକନାଥ ଦାଶ, ସାହିତ୍ୟିକ ଶ୍ରୀଧର ପ୍ରଧାନ ଯୋଗଦେଇଥିଲେ ଏହି କାର୍ଯ୍ୟକ୍ରମରେ। ବହୁ ସଂଖ୍ୟାରେ ଛାତ୍ରଛାତ୍ରୀ ଓ ଯୁବ ସାହିତ୍ୟକ କାର୍ଯ୍ୟକ୍ରମରେ ଅଂଶ ଗ୍ରହଣ କରି ବିଭିନ୍ନ ତର୍କ ବିତର୍କ ମାଧ୍ୟମରେ ସାହିତ୍ୟର ବିଭିନ୍ନ ଦିଗ ଉପରେ ମତ ଓ ମନ୍ତବ୍ୟ ରଖିଥିଲେ। ‘ଓଡ଼ିଆ ଭାଷା ସାହିତ୍ୟ ପ୍ରତି ଛାତ୍ରଛାତ୍ରୀଙ୍କ ଦୃଷ୍ଟିଭଙ୍ଗୀ’ ଓ ‘ ଆମ ଭାଷା ଆମ ସ୍ୱାଭିମାନ’ ଶୀର୍ଷକ ଆଲୋଚନା ମନୋମୁଗ୍ଧକର ହୋଇଥିଲାବେଳେ ସାହିତ୍ୟିକ, ନାଟ୍ୟକାର, କବି ଓ ଅନୁବାଦକ ଶରତ ଚନ୍ଦ୍ର ଆଚାର୍ଯ୍ୟଙ୍କ ବଳିଷ୍ଠ ସଂଯୋଜନାରେ କାର୍ଯ୍ୟକ୍ରମ ବେଶ୍ ଚିତାକର୍ଷକ ହୋଇଥିଲା।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.