Home ଜିଲ୍ଲା ପରିକ୍ରମା ସାରସ୍ୱତ ଉଚ୍ଚ ବିଦ୍ୟାଳୟରେ ବାର୍ଷିକ ଉତ୍ସବ

ସାରସ୍ୱତ ଉଚ୍ଚ ବିଦ୍ୟାଳୟରେ ବାର୍ଷିକ ଉତ୍ସବ

2

ଭଦ୍ରକ, ୧୯ା୧୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଣ୍ଡାରିପୋଖରୀ ବ୍ଲକ ମାଳଦା ପଂଚାୟତ ସାରସ୍ୱତ ଉଚ୍ଚ ବିଦ୍ୟାଳୟ ଜଳହରି ଠାରେ ବିଦ୍ୟାଳୟର ବାର୍ଷିକ ଉତ୍ସବ ଶୁକ୍ରବାର ପୂର୍ବାହ୍ନ ରେ ଅନୁଷ୍ଠିତ ହୋଇଯାଇଛି । ବିଦ୍ୟାଳୟ ର ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ଗୋପାଳ ଗୌର ପାତ୍ର ଙ୍କ ସଭାପତିତ୍ୱ ରେ ଅନୁଷ୍ଠିତ ସଭାରେ ମୁଖ୍ୟ ଅତିଥି ଭାବେ ପ୍ରାକ୍ତନ ପ୍ରଧାନ ଶିକ୍ଷକ ତଥା ଆଲୁମିନୀ କମିଟି ର ସଭାପତି ନାରାୟଣ ଚନ୍ଦ୍ର ଦାଶ, ମୁଖ୍ୟ ବକ୍ତା ଭାବେ ପ୍ରାକ୍ତନ ପ୍ରଧାନ ଶିକ୍ଷକ କାଳନ୍ଦୀ ପରିଡା,ସମ୍ମାନିତ ଅତିଥିଭାବେ ସାମ୍ବାଦିକ ତଥା ଆଲୁମିନୀ କମିଟି ର ଉପସଭାପତି ରାଜେନ୍ଦ୍ର ଶତପଥୀ, ଉତ୍ସବଟିକୁ ସଂଚଳନା କରିଥିଲେ ପ୍ରାକ୍ତନ କ୍ରୀଡା ଶିକ୍ଷକ ନବକିଶୋର ପରିଡା । ବିଦ୍ୟାଳୟ ମଣିଷ ତିଆରି କାରଖାନା, ଏଠାରେ ଶିକ୍ଷା ସହିତ ଆଧ୍ୟାତ୍ମିକ ଶିକ୍ଷାର ଆବଶ୍ୟକତା ଅଛି ବୋଲି ମୁଖ୍ୟ ଅତିଥି କହିଥିଲେ । ଏହି ଅବସରରେ ବିଦ୍ୟାଳୟ ର ବାର୍ଷିକ କ୍ରୀଡ଼ା ରେ କୃତୀ ପ୍ରତିଯୋଗୀ ମାନଙ୍କୁ ପୁରସ୍କୃତ କରିଥିଲେ, ଶିକ୍ଷୟତ୍ରୀ ସସ୍ମିତା ପରିଡ଼ା ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ସ୍ମୁତିଶ୍ରୀ ପାତ୍ର ସମସ୍ତ ଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ । ବିଦ୍ୟାଳୟ ର ବାର୍ଷିକ ଉତ୍ସବ ଟିକୁ ଶିକ୍ଷୟତ୍ରୀ ବିଷ୍ନୁପ୍ରିୟା ରାଉତ,ସୁମତି ଦେ,ସ୍ମୁତିରଂଜିତା ମହାଳିକ,ପ୍ରିୟଦର୍ଶନି ରାଉତ, ତନୁଜା ରାଉତ,ଚୁମୁକି ଯେନା, ସୁଷମା ଜେନା, ପ୍ରମିଳା ନାୟକ,ଶିକ୍ଷକ ବିଶ୍ୱଜିତ ପ୍ରଧାନ, ରାଜେନ୍ଦ୍ର ବାରିକ, ସୁଶାନ୍ତ ଜେନା, ଗୌରାଙ୍ଗ ସେଠି ପ୍ରମୁଖ ପରିଚାଳନା କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.