ଭଦ୍ରକ, ୧୧ା୪ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲା ଧାମନଗର ବ୍ଲକ ଅନ୍ତର୍ଗତ ଧୁଷୁରୀ ପଂଚାୟତ ର ବାହାରବିଲି ଗ୍ରାମ ର ସାମ୍ୱାଦିକ ଅଜିତି କୁମାର ରାଉତ ଙ୍କ ପିତା ବିଶିଷ୍ଟି କଳାକାର ତଥା ଧର୍ମପରାୟଣ ବ୍ୟକ୍ତି ସୁଦର୍ଶନ ରାଉତ ଙ୍କ ର ୯୨ ବର୍ଷ ରେ ଗତକାଲି ବିଳମ୍ବିତ ରାତିରେ ପରଲୋକ ଘଟିଛି । ସେ କିଛି ଦିନ ହେବ ଅସୁସ୍ଥ ହୋଇ ଘରେ ଥିଲେ। ତେବେ ତାଙ୍କର ଏହି ମୃତ୍ୟୁକୁ ନେଇ ସ୍ଥାନୀୟ ଅଂଚଳ ରେ ଶୋକର ଛାୟା ଖେଳି ଯାଇଛି।ଖବର ପାଇ ଧାମନଗର ପଂଚାୟତ ସମିତି ର ପୂର୍ବତନ ଅଧ୍ୟକ୍ଷା ଅଶୋକ କୁମାର ନାୟକ,ସମବାୟ ସମିତି ସଭାପତି ସନ୍ଦୀପ ଶେଖର ସ୍ୱାଇଁ,ବିଜେପି ନେତା ଚତୃଭୂଜ୍ ନାୟକ,ସରପଂଚ ଅନ୍ତର୍ଯ୍ୟାମୀ ପତି, ଆଇନଜୀବୀ ରମେଶ ବେହେରା,ଶମ୍ଭୁନାଥ ରାଉତ,ସାମ୍ୱାଦିକ କିଶନ ରାଉତ, ପ୍ରଦୀପ ମହାପାତ୍ର ପ୍ରମୁଖ ପହଂଚି ଗଭୀର ଶୋକ ପ୍ରକାଶ କରିବା ସହ ଶୋକ ସନ୍ତପ୍ତ ପରିବାରକୁ ସମବେଦନା ଜଣାଇ ଥିଲେ। ସ୍ୱର୍ଗତ ରାଉତ ଙ୍କ ବିୟୋଗ ରେ ପୂର୍ବତନ ବିଧାୟକ ମୁକ୍ତିକାନ୍ତ ମଣ୍ଡଳ, ରାଜେନ୍ଦ୍ର ଦାସ,ମନ୍ତ୍ରୀ ଙ୍କ ପ୍ରତିନିଧି ଅଶୋକ ପୁହାଣ, ବିଜୟ ମିଶ୍ର,ସାମ୍ୱାଦିକ ବାସୁଦେବ ତ୍ରିପାଠୀ,ଅନିଲ କୁମାର ବାରିକ ,ରସାନନ୍ଦ ମହାପାତ୍ର,ଦୀନବନ୍ଧୁ ଦାସ,ବୈକୁଣ୍ଠ ସାହୁ, କୃଷ୍ଣଚନ୍ଦ୍ର ଜେନା,ସରୋଜ ସେଠୀ,ସନ୍ତୋଷ ଦାଶ,ସୁଧାକର ଦାସ,ସେକ ଜାଫର ଅଲ୍ଲୀ,ପ୍ରଶାନ୍ତ ସାହୁ ଙ୍କ ସମେତ ବିଭିନ୍ନ ମହଲ ରୁ ଗଭୀର ଶୋକ ପ୍ରକାଶ କରିଛନ୍ତି । ତାଙ୍କର ଜ୍ୟେଷ୍ଠ ପୁତ୍ର ସୁଧାଂଶୁ ରାଉତ ମୁଖାଗିନୀ ଦେଇଛନ୍ତି।