Home ଓଡ଼ିଶା ସାମ୍ବାଦିକ ହୃଦୟ ରଞ୍ଜନ ମହାରଣାଙ୍କ ଅକାଳ ବିୟୋଗ

ସାମ୍ବାଦିକ ହୃଦୟ ରଞ୍ଜନ ମହାରଣାଙ୍କ ଅକାଳ ବିୟୋଗ

142

ନୟାଗଡ଼, ୧୫ା୭:(ଓଡ଼ିଆପୁଅ/ସୁରେନ୍ଦ୍ର ନାଥ ପ୍ରଧାନ) ଓଡ଼ଗାଁ ବ୍ଳକର ସମ୍ବାଦ ପ୍ରତିନିଧି ହୃଦୟ ରଞ୍ଜନ ମହାରଣା(୪୭)ଙ୍କ ଅକାଳ ବିୟୋଗ ଘଟିଛି। ସେ ବହୁଦିନ ହେଲା ଅସୁସ୍ଥ ହୋଇ ଚିକିତ୍ସିତ ହେଉଥିବାବେଳେ ମୃତ୍ୟୁ ବେଳକୁ ସେ ତାଙ୍କ ଶ୍ୱଶୁର ଘର ପୁରୀରେ ରହିଥିଲେ। ତାଙ୍କ ମୃତ୍ୟୁରେ ସବୁ ମହଲରେ ଶୋକର ଛାୟା ଖେଳିଯାଇଛି। ନୟାଗଡ଼ ଜିଲାର ସବୁ ସାମ୍ବାଦିକ ତାଙ୍କ ମୃତ୍ୟୁରେ ଶୋକ ପ୍ରକଟ କରିଛନ୍ତି। ହୃଦୟଙ୍କ ମୃତ୍ୟୁକୁ ନେଇ ଓଡ଼ଗାଁ ଓ ନୟାଗଡ଼ରେ ହୃଦୟ ବିଦାରକ ପରିସ୍ଥିତି ସୃଷ୍ଟି ହୋଇଛି। ଓଡ଼ଗାଁର ଶିକ୍ଷକ ନେତା ତଥା ଓଡ଼ଗାଁର ପୂର୍ବତନ ସମ୍ବାଦ ପ୍ରତିନିଧି ଭକ୍ତ ରଂଜନ ମହାରଣାଙ୍କ ସୁପୁତ୍ର।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.