Home କଟକ ସାମ୍ବାଦିକ ସୁରକ୍ଷା ଆଇନ ତୁରନ୍ତ ପ୍ରଣୟନ କରାଯିବାକୁ ଦାବି କଲା ସାମ୍ବାଦିକ ମିଳିତ ମଞ୍ଚ

ସାମ୍ବାଦିକ ସୁରକ୍ଷା ଆଇନ ତୁରନ୍ତ ପ୍ରଣୟନ କରାଯିବାକୁ ଦାବି କଲା ସାମ୍ବାଦିକ ମିଳିତ ମଞ୍ଚ

44

କଟକ : ୩୦/୭ (ଓଡ଼ିଆ ପୁଅ /ଅଭୟ ଜେନା) : ଭାରତ ବର୍ଷରେ ଗଣତନ୍ତ୍ରର ଚତୁର୍ଥ ସ୍ତମ୍ଭ ବୋଲାଉଥିବା ଗଣମାଧ୍ୟମର ଇଜ୍ଜତ ବା ପ୍ରତିଷ୍ଠାକୁ ରକ୍ଷା କରିବା ଏବଂ ଗଣମାଧ୍ୟମର ପ୍ରତିନିଧି ଙ୍କ ଉପରେ ବିଭିନ୍ନ ସ୍ଥାନରେ ହେଉଥିବା ଆକ୍ରମଣ ପ୍ରତିବାଦରେ ସାମ୍ବାଦିକ ଏକତା ମଞ୍ଚ ପକ୍ଷରୁ ବୁଧବାର କଟକ ମାଛୁଆ ବଜାରସ୍ଥିତ ସର୍କିଟ ହାଉସଠାରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି। ବରିଷ୍ଠ ସାମ୍ବାଦିକ ନିଖିଲ ବିଶ୍ୱାଳ, ସୁରେଶ ଦାସ, ଦୀପକ ମଙ୍ଗରାଜ ଏବଂ ପ୍ରତାପ ଚନ୍ଦ୍ର ସାହୁଙ୍କ ଆବାହକରେ ଆୟୋଜିତ ଉକ୍ତ ବୈଠକରେ କଟକ ଜିଲ୍ଲାର ଛାପା, ବୈଦୁତିକ ଏବଂ ୱେବ୍ ଚ୍ୟାନେଲର ସାମ୍ବାଦିକମାନେ ଏକତ୍ରିତ ହୋଇ ଏବେ ବିଭିନ୍ନ ସ୍ଥାନରେ ହେଉଥିବା ସାମ୍ବାଦିକମାନଙ୍କୁ ମରଣାନ୍ତକ ଆକ୍ରମଣ, ସତ୍ୟ ସମ୍ବାଦ ପରିବେଷଣ ପରେ ଧମକ ମିଳିବା ଘଟଣାକୁ ଘୋର ନିନ୍ଦା କରିଥିଲେ। ଏହି ଅବସରରେ ଦଳ ମତ ନିର୍ବିଶେଷରେ ଗଣମାଧ୍ୟମର ଇଜ୍ଜତ ବା ପ୍ରତିଷ୍ଠାକୁ ରକ୍ଷା କରିବା ପାଇଁ ସାମ୍ବାଦିକଙ୍କ ସୁରକ୍ଷା ଓ ସମସ୍ୟା ହିଁ ମୂଳ ଲକ୍ଷ ଅଟେ ବୋଲି ବରିଷ୍ଠ ସାମ୍ବାଦିକମାନେ ମତବ୍ୟକ୍ତ କରିଥିଲେ।

ଦୈନିକ, ସାପ୍ତାହିକ, ପାକ୍ଷିକ ଓ ମାସିକ ସମ୍ବାଦପତ୍ରରେ କାର୍ଯ୍ୟ କରୁଥିବା ସାମ୍ବାଦିକମାନଙ୍କ ସହିତ ବୈଦ୍ୟୁତିକ ଓ ୱେବ ଚାନେଲର ପ୍ରତିନିଧିମାନଙ୍କୁ ସମ୍ବାଦ ସଂଗ୍ରହ କ୍ଷେତ୍ରରେ କିଭଳି ସରକାରଙ୍କ ପକ୍ଷରୁ ସୁରକ୍ଷା ଯୋଗାଇ ଦିଆଯାଇପାରିବ ସେ ସଂପର୍କରେ ସାମ୍ବାଦିକମାନେ ଆଲୋକପାତ କରିଥିଲେ। ଏବେ ରାଜ୍ୟର ବିଭିନ୍ନ ଜିଲ୍ଲାରେ କାର୍ଯ୍ୟରତ ସାମ୍ବାଦିକମାନଙ୍କ ସୁରକ୍ଷା ଦୃଷ୍ଟିରୁ ରାଜ୍ୟ ସରକାର କୌଣସି ପ୍ରକାର ପଦକ୍ଷେପ ଗ୍ରହଣ କରୁନଥିବା ବେଳେ ଏହି କିଛି ଦିନ ତଳେ କଟକ ଜିଲ୍ଲା ନିଶ୍ଚିନ୍ତକୋଇଲି ବ୍ଲକର ଜଣେ ସାମ୍ବାଦିକ ରତ୍ନାକର ବାରିକ ସମ୍ବାଦ ପରିବେଷଣ କରି ଘରକୁ ଫେରୁଥିବା ସମୟରେ ତାଙ୍କ ଉପରେ କିଛି ବାଲି ମାଫିଆ ଆକ୍ରମଣ କରିଥିଲେ। ସେ ଯେତେବେଳେ ଥାନାକୁ ଏଫଆଇଆର ଦେବାକୁ ଗଲେ ସେତେବେଳେ ଥାନା ଅଧିକାରୀ ତାଙ୍କୁ ଥାନା ଗାଡି ଯୋଗେ ମେଡିକାଲ ପଠାଇଦେଇଥିଲେ ଏବଂ ପରବର୍ତ୍ତି ସମୟରେ ଆକ୍ରମଣକାରୀଙ୍କ ଏଫଆଇଆରକୁ ମଧ୍ୟ ପୋଲିସ ଗ୍ରହଣ କରି ସାମ୍ବାଦିକଙ୍କ ଉପରେ ମାମଲା ରୁଜୁ କରିଥିଲେ। ଏଭଳି କାର୍ଯ୍ୟକୁ କଟକ ଜିଲ୍ଲାରୁ ଆସିଥିବା ସାମ୍ବାଦିକମାନେ ଘୋର ନିନ୍ଦା କରିବା ସହିତ ସାମ୍ବାଦିକଙ୍କ ସୁରକ୍ଷାକୁ ନେଇ ସରକାରଙ୍କୁ ପ୍ରଶ୍ନ କରିଥିଲେ ଏହିଅବସରରେ ସମସ୍ତ ସାମ୍ବାଦିକଙ୍କ ମତ ଅନୁଯାୟୀ ଏକ ୧୫ଜଣିଆ କମିଟି ଗଠନ କରାଯାଇଛି। ଆଗାମୀ ଦିନରେ ଯେତେବେଳେ ଏବଂ ଯେଉଁ ସମୟରେ ଯେ କୌଣସି ସାମ୍ବାଦିକଙ୍କ କୌଣସି ସମସ୍ୟା ଥାଏ ତାହାଲେ ଏହି କମିଟିକୁ ସେ ଅବଗତ କରିବେ। କମିଟି ତହାର ତଦନ୍ତ କରି ସମସ୍ୟାର ସମାଧାନ କ୍ଷେତ୍ରରେ କି ପ୍ରକାର ପଦକ୍ଷେପ ଗ୍ରହଣ କରାଯିବ ତାହା ନିଷ୍ପତ୍ତି କରିବ ବୋଲି ଆଲୋଚନା କରାଯାଇଥିଲା। ଏହି ବୈଠକରେ ସାମ୍ବାଦିକ ବଳରାମ ନାୟକ, ବିଶ୍ୱଜିତ ଧଳ, ପ୍ରଶାନ୍ତ ମହାନ୍ତି, ସରୋଜ ଦାସ, ସୁଶାନ୍ତ ଜେନା, ବିଶ୍ୱଜିତ ନାୟକ, ସୁବାସ ନାୟକ, ଦୀପକ ବିଶ୍ୱାଳ, ଅନିଲ ବିଶ୍ୱାଳ, ଶୈଲେଶ ବର୍ମା, ସମୀର କର, ଜଗନ୍ନାଥ ମହାନ୍ତି, ଅଭିଜିତ ସାମନ୍ତରାୟ, ବୁବା ଦାସ, ଅସିତ ମହାନ୍ତି, ଜାଭେଦ ଅଲ୍ଲି, ପ୍ରଦୀପ ରାଜ, ଗୁରୁଦତ୍ତ ମହାନ୍ତି, ରବିନ୍ଦ ପାଢ଼ୀ, ଆକାଶ ସ୍ୱାଇଁ, ଲକ୍ଷ୍ମୀଧର ଦାସ, ସନ୍ତୋଷ ବେହେରା ପ୍ରମୁଖ ଜିଲ୍ଲାରଶତାଧିକ ସାମ୍ବାଦିକଯୋଗ ଦେଇ ଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.