Home ଜିଲ୍ଲା ପରିକ୍ରମା ସାମ୍ବାଦିକ ସମ୍ମିଳନୀରେ ଦାବି, ପୁରୁଣା ମୁଖ୍ୟ ଚିକିତ୍ସାଳୟ ପରିସରରେ ହେଉ ସିଟି ହସପିଟାଲ

ସାମ୍ବାଦିକ ସମ୍ମିଳନୀରେ ଦାବି, ପୁରୁଣା ମୁଖ୍ୟ ଚିକିତ୍ସାଳୟ ପରିସରରେ ହେଉ ସିଟି ହସପିଟାଲ

7

ଭଦ୍ରକ, ୨୧ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ସହରର ନୂଆ ବଜାର ଠାରେ ଥିବା ପରୁଣା ଜିଲା ମୁଖ୍ୟ ଚିକିତ୍ସାଳୟର ପରିସରକୁ ସରକାର ସ୍ୱାସ୍ଥ୍ୟସେବା ଲାଗି ବ୍ୟବହାର କରନ୍ତୁ। ସ୍ୱାସ୍ଥ୍ୟ ସଚିବଙ୍କ ନିର୍ଦ୍ଦେଶ ମୁତାବକ ତୁରନ୍ତ ସେଠାରେ ଏକ ସାଟେଲାଇଟ ସେଣ୍ଟର ସହିତ ତାହାକୁ ସିଟି ହସପିଟାଲ ମାନ୍ୟତା ଦିଆଯାଉ। ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଭଳି ସମସ୍ତ ସୁବିଧା ସେଠାରେ ଉପଲବ୍ଧ ହେଉ। ଆଦାନୀ, ବେଦାନ୍ତ ଭଳି କର୍ପୋରେଟ ସଂସ୍ଥାଙ୍କ ସିଏସଆର ଫଣ୍ଡ ଜରିଆରେ ଉକ୍ତ ଡାକ୍ତରଖାନାର ଉନ୍ନତି ସହିତ ବିଶେଷଜ୍ଞ ଡାକ୍ତରଙ୍କୁ ନିଯୁକ୍ତି ଦିଆଯାଉ ବୋଲି ଶନିବାରି ସଂଧ୍ୟାରେ ଏକ ସମ୍ବାଦିକ ସମ୍ମିଳନୀରେ ଦାବି କରାଯାଇଛି। ଏହି ସାମ୍ବାଦିକ ସମ୍ମିଳନୀରେ ପଣ୍ଡିତ ସଂଗ୍ରାମ ଆଚାର୍ଯ୍ୟ, ସ୍ତମ୍ଭକାର ଅଭୟ ଦ୍ୱିବେଦୀ, ଓକିଲ ସଂଘ ସଭାପତି ସନ୍ତୋଷ ଆଚାର୍ଯ୍ୟ, ବରିଷ୍ଠ ଆଇନଜୀବୀ ଶଶୀଭୂଷଣ ପଣ୍ଡା, ବରିଷ୍ଠ କଂଗ୍ରେସ ନେତା ଦେବେନ୍ଦ୍ର ମହାନ୍ତି, ସମାଜସେବୀ ସୁଧାକର ରାଉତ, ଶିକ୍ଷାବିତ ଶାନ୍ତନୁ ଆଚାର୍ଯ୍ୟ ପ୍ରମୁଖ ଉପସ୍ଥିତ ଥିଲେ। ସାମ୍ବାଦିକ ସମ୍ମିଳନୀରେ କୁହାଯାଇଛି ଯେ: ଜିଲା ମୁଖ୍ୟ ଚିକିତ୍ସାଳୟ ନୂତନ କୋଠାକୁ ସ୍ଥାନାନ୍ତରିତ ହେବା ପରେ ପୁରୁଣା ମୁଖ୍ୟ ଚିକିତ୍ସାଳୟ ପରିସରରେ ବହୁ କୋଠାବାଡି ରହିଛି। ବିରାଟ ପରିସର ଏବେ ନିଶାସକ୍ତଙ୍କ ଆଡ୍ଡାସ୍ଥଳୀ ହେବାକୁ ଯାଉଛି। ତେବେ ସରକାର ଏ ଦିଗରେ ତୁରନ୍ତ ପଦକ୍ଷେପ ନେଇ ଉକ୍ତ ଭିତିଭୂମିକୁ ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ବ୍ୟବହାର କରନ୍ତୁ । ସହର ଓ ଆଖପାଖ ଅଂଚଳର ଲକ୍ଷାଧିକ ଲୋକ ଏଠାରୁ କେମିତି ସ୍ୱାସ୍ଥ୍ୟସେବା ପାଇପାରିବେ ତା’ର ବ୍ୟବସ୍ଥା ସରକାର କରନ୍ତୁ। ସରକାରଙ୍କ ପାଖେ ବହୁ ବିକଳ୍ପ ରହିଛି। ସିଟି ହସପିଟାଲ ମାନ୍ୟତା ସହିତ ଜିଲାରେ ଥିବା ଆଦାନୀ ଧାମରା ପୋର୍ଟ ଓ ବେଦାନ୍ତର ଫେକରର ସିଏସଆର ଫଣ୍ଡ ଜରିଆରେ ଉକ୍ତ ପରିସରରେ ଏକ ଉନ୍ନତ ସ୍ୱାସ୍ଥ୍ୟସେବା ଉପଲବ୍ଧ କରାଇବାର ବ୍ୟବସ୍ଥା କରାଇ ଯେଉଁଥିରେ ବହୁ ବିଶେଷଜ୍ଞ ଡାକ୍ତରଙ୍କୁ ନିୟୋଜନ କରାଯାଉ ବୋଲି ଦାବି କରାଯାଇଥିଲା। ଉକ୍ତ ଦାବି ସମ୍ପର୍କରେ ମନ୍ତ୍ରୀ, ବିଧାୟକ, ସାଂସଦଙ୍କ ସହ ଆଲୋଚନା କରାଯାଇ ସରକାରଙ୍କୁ ଦାବିପତ୍ର ଦିଆଯିବ ବୋଲି ସାମ୍ବାଦିକ ସମ୍ମିଳନୀରେ ସୂଚନା ଦିଆଯାଇଥିଲା। ମାସକ ମଧ୍ୟରେ ସରକାର ଏଥିନେଇ ଘୋଷଣା ବା ପଦକ୍ଷେପ ନନେଲେ ସମସ୍ତ ୱାର୍ଡ ଓ ପଞ୍ଚାୟତରେ ସଭା କରାଯାଇ ଜୋରଦାର ଆନ୍ଦୋଳନ କରାଯିବ ବୋଲି ଚେତାଇ ଦିଆଯାଇଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.