Home ଅନୁଗୁଳ ସାମ୍ବାଦିକ ରଘୁନାଥ ସାହୁଙ୍କ ବିୟୋଗରେ ଅନୁଗୋଳ ଜିଲ୍ଲା ବିଜେପିର ଶୋକ

ସାମ୍ବାଦିକ ରଘୁନାଥ ସାହୁଙ୍କ ବିୟୋଗରେ ଅନୁଗୋଳ ଜିଲ୍ଲା ବିଜେପିର ଶୋକ

105

ଅନୁଗୋଳ,୨୮/୦୫(ଓଡ଼ିଆପୁଅ/ଅଜିତ କୁମାର ବେହେରା):ଅନୁଗୋଳ ଜିଲ୍ଲାର “ଜୀ ଓଡ଼ିଶା” ର ପ୍ରତିନିଧି ତଥା ଯୁବ ସାମ୍ବାଦିକ ରଘୁନାଥ ସାହୁଙ୍କର ୨୯ ବର୍ଷ ବୟସରେ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ଅବସ୍ଥାରେ ଅକାଳ ବିୟୋଗ ଘଟିଛି।ତାଙ୍କର ମୃତ୍ୟୁକୁ ନେଇ ସମଗ୍ର ଅନୁଗୋଳ ଜିଲ୍ଲାରେ ଶୋକର ଛାୟା ଖେଳିଯାଇଛି। ଖୁବ କମ ସମୟ ମଧ୍ୟରେ ସେ ସାମ୍ବାଦିକ ହିସାବରେ ଜିଲ୍ଲାରେ ବହୁ ଚର୍ଚ୍ଚିତ ହୋଇ ପାରିଥିଲେ ଏବଂ ସମସ୍ତଙ୍କୁ ନିଜର କରି ପାରିଥିଲେ ବୋଲି ବିଜେପି ରାଜ୍ୟ ସମ୍ପାଦକ କାଳନ୍ଦୀ ସାମଲ ପ୍ରକାଶ କରିଛନ୍ତି। ଆଜି ତାଙ୍କର ମର ଶରୀରକୁ ତାଙ୍କର ଗ୍ରାମ ଅନୁଗୋଳ ଜିଲ୍ଲାର ଟାଇଁସିକୁ ନିଆ ଯାଇଥିଲା,ସେଠାରେ ଶହ ଶହ ସଂଖ୍ୟାରେ ଲୋକ ଶେଷଦର୍ଶନ କରିବାପରେ ଗ୍ରାମ ଶ୍ମଶାନରେ ତାଙ୍କର ଶେଷକୃତ୍ୟ ସମ୍ପନ୍ନ ହୋଇଥିଲା।
ଏହି ପରିପ୍ରେକ୍ଷୀରେ ଆଜି ବିଜେପି ଅନୁଗୋଳ ଜିଲ୍ଲା ତରଫରୁ ଜିଲ୍ଲା ସଭାପତି ଡିଲେଶ୍ୱର ପ୍ରଧାନ,ପ୍ରାକ୍ତନ ସାଂସଦ ରୁଦ୍ର ନାରାୟଣ ପାଣି, ଜିଲ୍ଲା ସାଧାରଣ ସମ୍ପାଦକ ସୁଦୀପ ଗଡ଼ନାୟକ,ଜିଲ୍ଲା କୋଷାଧ୍ୟକ୍ଷ ବିଶ୍ୱଜିତ ମିଶ୍ର,ଲିଟନ ସାହୁ,ପ୍ରଦୀପ ପ୍ରଧାନ,ସରୋଜ ସାହୁ,ପ୍ରଭାତ ମିଶ୍ର,ଶରତ ପ୍ରଧାନ,ସରୋଜ ଜେନା,କର୍ଣ୍ଣ ସାହୁ,ରୁଣାକାନ୍ତ ପ୍ରଧାନ ପ୍ରମୁଖ ଶେଷ ଦର୍ଶନ କରିବାସହ ଶେଷକୃତ୍ୟରେ ସାମିଲ ହୋଇଥିଲେ।ସନ୍ଧ୍ୟାରେ ଭର୍ତ୍ତୃଆଲ ମାଧ୍ୟମରେ ଜିଲ୍ଲା ସଭାପତିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଶୋକସଭାରେ ରାଜ୍ୟ ସମ୍ପାଦକ କାଳନ୍ଦୀ ସାମଲ,ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଅଶୋକ ମହାନ୍ତି,ପ୍ରତାପ ଚନ୍ଦ୍ର ପ୍ରଧାନ,ପ୍ରତିମା ମିଶ୍ର,ଜିଲ୍ଲା ସାଧାରଣ ସମ୍ପାଦକ ପ୍ରକାଶ ମହାରଣା,ମିଡିଆସେଲ ଅଧ୍ୟକ୍ଷ ପର୍ଶୁରାମ୍ ବାରିକ,ବସନ୍ତ ମଞ୍ଜରୀ ପ୍ରଧାନ,ରୋଜାଲୀନ ଦାସ,ନମିତା ଦଳ ବେହେରା ପ୍ରମୁଖ ଶୋକବ୍ୟକ୍ତ କରିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.