Home ଜିଲ୍ଲା ପରିକ୍ରମା ସାମ୍ବାଦିକ ଗୌରବ ରାଧାଶ୍ୟାମ ବେହେରାଙ୍କ ୧୯ ତମ ସ୍ମୃତିଚାରଣ ସଭା

ସାମ୍ବାଦିକ ଗୌରବ ରାଧାଶ୍ୟାମ ବେହେରାଙ୍କ ୧୯ ତମ ସ୍ମୃତିଚାରଣ ସଭା

3

ଭଦ୍ରକ, ୧୦ା୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) -ଚାନ୍ଦବାଲି ଓ ଓଡ଼ିଶାର ସାମ୍ବାଦିକ ଭୂଷଣ, ସାମ୍ବାଦିକ ଗୌରବ, ବିଶିଷ୍ଠ ଜନ ଦରଦୀ ସମାଜସେବୀ, ଚାନ୍ଦବାଲି ବିକାଶ ଯାତ୍ରା ର ଅନ୍ୟତମ ପୁରୋଧା ସାମ୍ବାଦିକ ରାଧାଶ୍ୟାମ ବେହେରା ଙ୍କ ୧୯ ତମ ଶ୍ରାଦ୍ଧୋତ୍ସବ ର ଏକ ସ୍ମୃତି ଚାରଣ ସଭା ବରିଷ୍ଠ ନାଗରିକ ସାଧନ କେନ୍ଦ୍ର ପରିସରରେ ମଙ୍ଗଳବାର ଅନୁଷ୍ଠିତ ହୋଇଥିଲା। ଏହି କାର୍ଯ୍ୟକ୍ରମ ରେ ରାଧାଶ୍ୟାମ ବେହେରା ସ୍ମୃତି ସଂସଦର ର ସଭାପତି ସାହିତ୍ୟକ ପ୍ରଫୁଲ୍ଲ କୁମାର ଦାସ ସଭାପତିତ୍ୱ କରିଥିବା ବେଳେ ସଂସଦର ସମ୍ପାଦକ ଶିକ୍ଷକ ଅମୁଲ୍ୟ କୁମାର ରାଉତ ଅତିଥି ପରିଚୟ ଓ ସଂକ୍ଷିପ୍ତ ସୂଚନା ଏବଂ ଏକ ଅମ୍ଲାନ ଦିନ ଶିଖା ର ସମ୍ପାଦକ ସତ୍ୟ ପ୍ରକାଶ ବେହେରା ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ। ଉକ୍ତ ସଭା ରେ ମୁଖ୍ୟ ଅତିଥି ଭାବେ ଚାନ୍ଦବାଲି ଗୋଷ୍ଠି ଉନ୍ନୟନ ଅଧିକାରୀ ସଂଜୀବ କୁମାର ମହାପାତ୍ର, ମୁଖ୍ୟ ବକ୍ତା ଓକିଲ ସଂଘର ସଭାପତି ଆଇନୀଜୀବୀ ଉପେନ୍ଦ୍ର କୁମାର ରାଉଳ, ବିଶିଷ୍ଟ ଅତିଥି ଓଡିଶା ଖାଉଟି ସମବାୟ ମହାସଂଘର ସଭାପତି ପ୍ରତାପ ଚନ୍ଦ୍ର ଧଳ, ବାରେଣ୍ୟ ଅତିଥି ଜିଲ୍ଲା ବିଜେପି ସାଧାରଣ ସମ୍ପାଦକ କମଳାକାନ୍ତ ସୁତାର, ସଂମ୍ମାନିତ ଅତିଥି ସମାଜସେବୀ ତାରାପଦ ମହାନ୍ତି, ବରିଷ୍ଠ ନାଗରିକ ପରିଷଦର ସମ୍ପାଦକ ପ୍ରମୋଦ ଚନ୍ଦ୍ର ତ୍ରିପାଠୀ,ପରିବେଶ ବିତ ସୁଧୀର ମହାନ୍ତି ଓ ଗାଳ୍ପିକ ଡ଼ ଗୋପାଳ ପ୍ରମୁଖ ବିଶିଷ୍ଟ ବ୍ୟକ୍ତି ମାନେ ରାଧାଶ୍ୟାମ ବେହେରାଙ୍କ ଫୋଟ ଚିତ୍ର ରେ ମାଲ୍ୟାର୍ପଣ କରି ତାଙ୍କ ନିଷ୍ଠାପର ରୁଚିସିଲ ସାମ୍ବାଦିକତା ର ଅମ୍ଲାନ ସ୍ମୃତି, କୀର୍ତି ପ୍ରତି ଗଭୀର ସଦ୍ଧାଞ୍ଜଳି ଅର୍ପଣ କରିଥିଲେ ଓ ରାଧାଶ୍ୟାମ ବାବୁ ଙ୍କ ନୀତି ଆଦର୍ଶରେ ଅନୁପ୍ରାଣିତ ହେବାକୁ ସାମ୍ବାଦିକ ମାନଙ୍କୁ ଅଭିଭାଷଣ ପ୍ରଦାନ କରିଥିଲେ। ଏହି ଅବସରରେ ଚାନ୍ଦବାଲି ଅଞ୍ଚଳରେ ବିଭିନ୍ନ ଉଲେଖ ନିୟ କାର୍ଯ୍ୟ ପାଇଁ ସମାଜସେବା କ୍ଷେତ୍ର ରେ ଅଭୟ କୁମାର ସାମଲ, ଓଡିଶା ଉଦ୍ୟାନ କୃଷି କ୍ଷେତ୍ର ରେ ପ୍ରିୟନାଥ ପଣ୍ଡା, ସାମ୍ବାଦିକତା କ୍ଷେତ୍ର ରେ ଅଶୋକ କୁମାର ପଣ୍ଡା,ଦୀର୍ଘ ୪୬ ବର୍ଷର ଖବର କାଗଜ ବିତରକ ପ୍ରବୀର କୁମାର ସେଣ,ମାନବସେବା କ୍ଷେତ୍ର ରେ ସୋଛାସେବୀ ସଂଗଠନ ସର୍ଭି ଇଜ ଗଡ଼, ୨୦୨୫ ଓଡିଶା ମାଧ୍ୟମିକ ଓଡିଶା ଟପର ମେଧାବୀ ଛାତ୍ରୀ ସ୍ୱୟଂ ପ୍ରଭା ନାୟକ ପ୍ରମୁଖଙ୍କୁ ମାନପତ୍ର ଓ ଉତରୀୟ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା। ଶେଷରେ ସ୍ମୃତି ସଂସଦର ଆବାହକ ନିତ୍ୟ ପ୍ରକାଶ ବେହେରା ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ। ଅନ୍ୟ ମାନଙ୍କ ମଧ୍ୟରେ କାଁହୁ ଚରଣ ବେହେରା, ବ୍ରଜ ସୁନ୍ଧର ମହାନ୍ତି, ପ୍ରଫୁଲ୍ଲ କୁମାର ସାହୁ, ସୁଶାନ୍ତ ବିଶ୍ୱାଳ,ପ୍ରଭାକର ବିଶ୍ୱାଳ, ବଦ୍ରିନାଥ ନାୟକ,ସୌଦାମିନୀ ଜେନା,ରେଖା ମଲ୍ଲିକ,ମାୟାଧର ମହାନ୍ତି,ସାମ୍ବାଦିକ ଭାଗିରଥି ସେଠୀ,ହିମାଂଶୁ ନାୟକ, ଦେବାଶିଷ ପାଢ଼ୀ, କିଷାନ ପାତ୍ର, ମାନସ ସାହୁ,ମିଥୁନ ଦାସ, ବିଜୟ ମହାଳିକ, ଦେବକାନ୍ତ ମହାନ୍ତି, ଶରତ ପଣ୍ଡା, ନିରଞ୍ଜନ ସାହୁ ପ୍ରମୁଖ ସକ୍ରିୟ ସହଯୋଗ କରିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.