Home ଜିଲ୍ଲା ପରିକ୍ରମା ସାମ୍ବାଦିକମାନଙ୍କର ପେଶାଗତ ଦକ୍ଷତା ମାନବ କଲ୍ୟାଣାଭିମୁଖି ହେବା ଉଚିତ୍‌, ଜିଲ୍ଲାସ୍ତରୀୟ ଜାତୀୟ ପ୍ରେସ୍ ଦିବସ ପାଳିତ

ସାମ୍ବାଦିକମାନଙ୍କର ପେଶାଗତ ଦକ୍ଷତା ମାନବ କଲ୍ୟାଣାଭିମୁଖି ହେବା ଉଚିତ୍‌, ଜିଲ୍ଲାସ୍ତରୀୟ ଜାତୀୟ ପ୍ରେସ୍ ଦିବସ ପାଳିତ

10

ଭଦ୍ରକ, ୧୬ା୧୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ପ୍ରତିବର୍ଷ ନଭେମ୍ବର ୧୬ ତାରିଖରେ ପାଳିତ ହୋଇ ଆସୁଥିବା ଜାତୀୟ ପ୍ରେସ ଦିବସକୁ ଭଦ୍ରକ ଜିଲ୍ଲାସ୍ତରରେ ସଂସ୍କୃତି ଭବନ ସମ୍ମିଳନୀ କକ୍ଷରେ ପାଳନ କରାଯାଇଛି । ଭଦ୍ରକ ଜିଲ୍ଲାପାଳ ଦିଲ୍ଲୀପ ରାଉତରାଏ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ପ୍ରଦୀପ ପ୍ରଜ୍ଜ୍ୱଳନ ପୂର୍ବକ କାର୍ଯ୍ୟକ୍ରମକୁ ଉଦ୍‌ଘାଟନ କରିଥିଲେ । ନିକଟ ଅତୀତରେ ଭଦ୍ରକ ଜିଲ୍ଲାରେ ଘଟିଯାଇଥିବା ବାତ୍ୟା ‘ଦାନା’ ଓ ତତ୍‌ପରବର୍ତୀ ବନ୍ୟା ଜନିତ ପରିସ୍ଥିତିରେ ସାମ୍ବାଦିକମାନେ ପ୍ରଶାସନକୁ ସଚେତନ ଓ ସହଯୋଗ କରିବା ସହିତ ପ୍ରଶାସନର ଅପହଂଚ ଇଲାକା ସମ୍ବନ୍ଧରେ ସୂଚନା ପ୍ରଦାନ କରିବା ଭଳି ସମାଜ କଲ୍ୟାଣ ଆଭିମୁଖ୍ୟର ଅନୁଭବ ଆଧାରିତ ଉଦାହରଣ ପ୍ରଦାନ ପୂର୍ବକ ଜିଲ୍ଲାପାଳ ଗଣତନ୍ତ୍ର ପାଇଁ ଗଣମାଧ୍ୟମର ଗୁରୁତ୍ୱ ବିଷୟରେ ଆଲୋକପାତ କରିଥିଲେ । ଚଳିତ ବର୍ଷ ଜାତୀୟ ପ୍ରେସ୍ ଦିବସ ପାଳନ ଉପଲକ୍ଷେ ନିର୍ଦ୍ଧାରିତ ଥିବା ବିଷୟ ଗଣମାଧ୍ୟମର ପରିବର୍ତନଶୀଳ ସ୍ୱରୂପ ଶୀର୍ଷକ ସମ୍ବନ୍ଧରେ ଆଲୋଚନା କରିବାକୁ ଯାଇ ପ୍ରକାଶ କରିଥିଲେ କି ସମୟ ଓ ଜ୍ଞାନ କୌଶଳ ସହିତ ତାଳ ଦେଇ ଗଣ ମାଧ୍ୟମର ପରିବର୍ତିତ ସ୍ୱରୂପ ଯେପରି ସୋପାନ ପରେ ସୋପାନ ଅତିକ୍ରମ କରିଚାଲିଛି ଗଣ ମାଧ୍ୟମ ପ୍ରତିନିଧିମାନେ ମଧ୍ୟ ତାହା ସହ ତାଳଦେଇ ନିଷ୍ଠାର ସହ ସ୍ୱଚ୍ଛତା, ନିରପେକ୍ଷତା ଅବଲମ୍ବନ ପୂର୍ବକ ନିଜର ପେଷାଗତ ଦକ୍ଷତାକୁ ପରିବର୍ତନଶୀଳ କରାଇପାରିଲେ ଗଣମାଧ୍ୟମର ମହାନ ଆଭିମୁଖ୍ୟ ସମାଜ ସେବା ଓ ମାନବିକତା ନୀତିର ପ୍ରକୃତ ପ୍ରତିଫଳନ ହୋଇପାରିବ । ଅନ୍ୟତମ ସମ୍ମାନିତ ଅତିଥିଭାବେ ଜିଲ୍ଲାର ବରିଷ୍ଠ ସାମ୍ବାଦିକ ନନ୍ଦ ଦୁଲାଲ ଦାସ, ରବିନାରାୟଣ ଖିଲାର, ଜ୍ଞାନ ପ୍ରକାଶ ପାଣି, ଶ୍ରୀକାନ୍ତ ତ୍ରିପାଠୀ, ପ୍ରିୟଦର୍ଶନ ଶୁଭବ୍ରତ ବୋଇତି, ଉମାକଲ୍ୟାଣ ମହାପାତ୍ର, ପାର୍ଥ ସାରଥୀ ନାୟକ, ଶିବାନନ୍ଦ ଦାସ ପ୍ରମୁଖ ଯୋଗ ଦେଇ ପ୍ରଦତ ଆଲୋଚ୍ୟ ବିଷୟ ସମ୍ବନ୍ଧରେ ଆଲୋଚନା କରି ଗଣ ମାଧ୍ୟମର ପରିବର୍ତନଶୀଳ ସ୍ୱରୂପ ର ସୁପ୍ରଭାବିତ ପ୍ରତିଛବି ଦେଖିବାକୁ ହେଲେ ସାମ୍ବାଦିକ ବୃତିରେ, ମାନସିକତାରେ ମଧ୍ୟ ଆବଶ୍ୟକ ପରିବର୍ତନ ଅବଶ୍ୟମ୍ଭାବୀ ବୋଲି ପ୍ରକାଶ କରିଥିଲେ । ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ରମେଶ ଚନ୍ଦ୍ର ନାୟକଙ୍କ ସଂଯୋଜନାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଉପଖଣ୍ଡ ସାମାଜିକ ଅଧିକାରୀ ସୁବାସ ଚନ୍ଦ୍ର ନାୟକ ଅତିଥିମାନଙ୍କୁ ମଂଚ ଆହ୍ୱାନ କରିବା ସହିତ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ । ଜିଲ୍ଲା ଓ ବ୍ଲକରୁ ସାମ୍ବାଦିକମାନେ ଏହି କାର୍ଯ୍ୟକ୍ରମରେ ଅଂଶ ଗ୍ରହଣ କରିଥିଲେ । ସାମ୍ବାଦିକ ନରେନ୍ଦ୍ର କୁମାର ସାମଲ, ରମେଶ ଚନ୍ଦ୍ର ମଲ୍ଲିକ୍‌, ପ୍ରଦୀପ କୁମାର ମହାପାତ୍ର, ଅକ୍ଷୟ କୁମାର ବଳ ପ୍ରମୁଖ ମଧ୍ୟ ବକ୍ତବ୍ୟ ଜରିଆରେ ନିଜର ମତାମତ ପ୍ରକାଶ କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.