Home ଜିଲ୍ଲା ପରିକ୍ରମା ସାମ୍ବାଦିକଙ୍କ ସହଧର୍ମିଣୀଙ୍କ ଅକାଳ ବିୟୋଗ

ସାମ୍ବାଦିକଙ୍କ ସହଧର୍ମିଣୀଙ୍କ ଅକାଳ ବିୟୋଗ

18

ଭଦ୍ରକ, ୧୦ା୫ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) -ଧାମନଗର ବ୍ଲକ ଅନ୍ତର୍ଗତ ଗଢ଼ିଆଳୀ ପଞ୍ଚାୟତ ସୁବାନପୁର ଗ୍ରାମର ଧରିତ୍ରୀ ସାମ୍ବାଦିକ ସନ୍ତୋଷ ପ୍ରଧାନଙ୍କ ସହଧର୍ମିଣୀ ସନ୍ଧ୍ୟାରାଣୀ ପ୍ରଧାନ(୩୫) ଙ୍କ ଅକାଳ ବିୟୋଗ ହୋଇଛି। ଏହାକୁ ନେଇ ପୂରା ଅଞ୍ଚଳରେ ଶୁକର ଛାୟା ଖେଳିଯାଇଛି। ସୂଚନା ମୁତାବକ; ଗତ କାଲି ସନ୍ତୋଷ ଓ ସହଧର୍ମିଣୀ ପିଲାଙ୍କ ସାଙ୍ଗରେ ଜଳମଣୁଆ ପଞ୍ଚାତତ ଚନ୍ଦ୍ରରପୁର ଗ୍ରାମକୁ ଏକ ରିସବସନ୍ ପାର୍ଟି ଆଟେଣ୍ଡ କରିବା ପାଇଁ ଯାଇଥିଲେ। ସେଥିରେ ସ୍ତ୍ରୀ ସନ୍ଧ୍ୟାରାଣୀଙ୍କ ମୁଣ୍ଡ ଘୋରାଇ ଦେବା ଫଳରେ ତଳେ ପଡ଼ିଯାଇଥିଲି। ତାଙ୍କୁ ଉଦ୍ଧାର କରି ଭଦ୍ରକ ମେଡ଼ିକାଲ ନେଇଥିଲେ। ବ୍ରେନ୍ ଷ୍ଟ୍ରୋକ ହୋଇଥିବା ନେଇ ଜାଣିବା ପରେ ଅଧିକ ଚିକିତ୍ସା ପାଇଁ ଡ଼ାକ୍ତର ତାଙ୍କୁ କଟକ ମେଡ଼ିକାଲ ପଠାଇଦେଇଥିଲେ। କଟକ ଠାରେ ୨ଘଣ୍ଟା ଚିକିତ୍ସା ପରେ ରାତି ୩ଟା ସମୟରେ ତାଙ୍କର ମୃତ୍ୟୁ ଘଟିଥିଲା। ତେବେ ଆଜି ଗ୍ରାମରେ ଶବ ପହଞ୍ଚିବା ପରେ ଗ୍ରାମ ମଶାଣିରେ ଶେଷକୃତ୍ୟ ସଂପନ୍ନ ହୋଇଛି। ସନ୍ଧ୍ୟାରାଣୀ ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀରେ ସିଆରପି (ଉଜଚ) ଚାକିରି କରିଥିଲେ। ତାଙ୍କର ଗୋଟିଏ ୮ବର୍ଷର ପୁଅ ଓ ୩ବର୍ଷର ଝିଅ ରହିଛି। ସେ ଜଣେ ସରଳ, ମେଳାପି ପ୍ରକୃତିର ମହିଳା ଥିଲେ। ତାଙ୍କ ମୃତ୍ୟୁ ଜଣାପଡିବା ପରେ ପୁରା ଧାମନଗରରେ ସୁକର୍ ଛାୟା ଖେଳିଯାଇଛି। ଖବର ପାଇଁ ସାମ୍ବାଦିକ ସଞ୍ଜୀବ ମହାନ୍ତି, କାହ୍ନୁ ଜେନା, ଅଜିତ୍ ରାଉତ୍ ଓ ଅନ୍ୟ ବହୁ ରାଜନୈତିକ ବ୍ୟକ୍ତି ପ୍ରମୁଖ ପହଞ୍ଚି ଶେଷ ଦର୍ଶନ କରୁଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.