Home ଜିଲ୍ଲା ପରିକ୍ରମା ସାମ୍ବାଦିକଙ୍କ ମାତୃ ବିୟୋଗ

ସାମ୍ବାଦିକଙ୍କ ମାତୃ ବିୟୋଗ

25

ଭଦ୍ରକ, ୨୧ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକର ବରିଷ୍ଠ ସାମ୍ବାଦିକ ସଞ୍ଜୟ ଦାସଙ୍କ ମାତା କୁସୁମଲତା ଦାସଙ୍କର ଗୁରୁବାର ସକାଳେ ହ୍ରୁଦଘାତରେ ପରଲୋକ ଘଟିଛି । ସେ କିଛିଦିନ ହେବ ଚରମ୍ପା ୫ ନଂ ୱାର୍ଡ ପଥରଆଡ଼ି ସ୍ଥିତ ନିଜ ଘରେ ରହି ଚିକିତ୍ସିତ ହେଉଥିଲେ । ମୃତ୍ୟୁ ବେଳକୁ ତାଙ୍କୁ ୭୫ ବର୍ଷ ହୋଇଥିଲା । ସେ ଜଣେ ମେଳାପୀ ଓ ଧର୍ମପ୍ରାଣ ମହିଳା ଭାବେ ପରିଚିତ ଥିଲେ । ତା ସହିତ ଶିକ୍ଷାକତାରେ ବେଶ ସୁନାମ ଅର୍ଜନ କରିଥିବା ସ୍ୱର୍ଗତ ଦିନେଶ ଚନ୍ଦ୍ର ଦାସଙ୍କ ପତ୍ନୀ ଥିଲେ କୁସୁମଲତା । ଚରମ୍ପା ସ୍ଥିତ ଗ୍ରାମ ଶ୍ମସାନରେ ତାଙ୍କର ଶେଷକୃତ୍ୟ ସମ୍ପନ୍ନ ହୋଇଛି । ବଡ଼ ପୁଅ ପ୍ରବୀର ମୁଖାଗ୍ନି ଦେଇଥିଲେ । ଶେଷକୃତ୍ୟ ସମୟରେ ତାଙ୍କର ଦୁଇ ପୁତ୍ର ଓ ପୁତ୍ରବଧୁ, ତିନି ଝିଅଜ୍ୱାଇଁ ଓ ନାତିନାତୁଣୀ ମାନେ ଉପସ୍ଥିତ ଥିଲେ । ତାଙ୍କ ପରଲୋକରେ ଭଦ୍ରକ ବିଧାୟକ ସୀତାଂଶୁ ଶେଖର ମହାପାତ୍ରଙ୍କ ସମେତ ଜିଲ୍ଲାର ବହୁ ସାମ୍ବାଦିକ ଓ ବହୁ ବିଶିଷ୍ଟ ବ୍ୟକ୍ତି ପ୍ରମୁଖ ପହଂଚି ଗଭୀର ଶୋକ ପ୍ରକାଶ କରିବା ସହିତ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି । ତେବେ ତାଙ୍କ ମୃତ୍ୟୁରେ ଉକ୍ତ ଅଂଚଳରେ ଶୋକର ଛାୟା ଖେଳିଯାଇଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.