Home ଅପରାଧ ସାମ୍ବାଦିକଙ୍କୁ ପୋଲିସର ଦୁର୍ବ୍ୟବହାର ପ୍ରତିବାଦରେ ହରିଚନ୍ଦନପୁର ପ୍ରେସ କ୍ଲବ୍ ପକ୍ଷରୁ ସ୍ଥାନୀୟ ତହସିଲଦାରଙ୍କୁ ଦାବିପତ୍ର ପ୍ରଦାନ

ସାମ୍ବାଦିକଙ୍କୁ ପୋଲିସର ଦୁର୍ବ୍ୟବହାର ପ୍ରତିବାଦରେ ହରିଚନ୍ଦନପୁର ପ୍ରେସ କ୍ଲବ୍ ପକ୍ଷରୁ ସ୍ଥାନୀୟ ତହସିଲଦାରଙ୍କୁ ଦାବିପତ୍ର ପ୍ରଦାନ

241

ହରିଚନ୍ଦନପୁର, ତା ୨୯ ଅକ୍ଟୋବର (ଓଡ଼ିଆ ପୁଅ/ପ୍ରେମାନନ୍ଦ ଦାସ) ରାଜ୍ୟ ସରକାରଙ୍କ “ମୋ ସରକାର” ଅଭିଯାନରେ ଲୋକଙ୍କ ସହ ସିଧାସଳଖ ଯୋଡ଼ି ହେବାର ଉଦ୍ଦେଶ୍ୟ ରହିଥିବା ବେଳେ ଅନ୍ୟପଟେ ପୋଲିସର ଚତୁର୍ଥସ୍ତମ୍ଭ କୁହାଯାଉଥିବା ଗଣମାଧ୍ୟମ ପ୍ରତିନିଧିମାନଙ୍କ ପ୍ରତି ଦୁର୍ବ୍ୟବହାର ଘଟଣାକୁ ନେଇ ସାଧାରଣ ଜନତାଙ୍କ ମନରେ ସରକାରଙ୍କ ପ୍ରତି ଅନେକ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଗତ ୨୬ ତାରିଖ ଦିନ କେନ୍ଦୁଝର ଟାଉନଥାନାକୁ ସାମ୍ବାଦିକମାନେ ଖବର ସଂଗ୍ରହ କରିବା ପାଇଁ ଯାଇଥିବାବେଳେ କାର୍ଯ୍ୟରତ ଥିବା ପୋଲିସ ଅଧିକାରୀ ସାମ୍ବାଦିକମାନଙ୍କ ଉପରେ ଉତ୍ୟକ୍ତ ହୋଇ ମୋବାଇଲ୍ ଛଡାଇନେବା ସହ ଦୁର୍ବ୍ୟବହାର କରିଥିଲେ । ପୋଲିସର ଏପରି କାର୍ଯ୍ୟକୁ ନେଇ ହରିଚନ୍ଦନପୁର ପ୍ରେସ କ୍ଲବ୍ ତରଫରୁ ଘୋର ନିନ୍ଦା କରାଯିବା ସହ ଦୃଢ ପ୍ରତିବାଦ କରାଯାଇ ଦୋଷୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିମନ୍ତେ ସ୍ଥାନୀୟ ତହସିଲଦାରଙ୍କ ଜରିଆରେ ଜିଲ୍ଲାପାଳ ଓ ଆରକ୍ଷୀ ଅଧୀକ୍ଷକଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇଛି । ଉକ୍ତ ଘଟଣାର ପୁଙ୍ଖାନୁପୁଙ୍ଖ ତଦନ୍ତ କରାଯାଇ ଦୋଷୀଙ୍କ ବିରୋଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ପ୍ରେସ କ୍ଲବ୍ ତରଫରୁ ଦାବି କରାଯାଇଛି । ଯଦି କରାନଯାଏ ତେବେ ଆଗାମୀ ଦିନରେ ହରିଚନ୍ଦନପୁର ପ୍ରେସ କ୍ଲବ୍ ପକ୍ଷରୁ ଦୃଢ ପ୍ରତିବାଦ କରିବା ସହ ରାଜରାସ୍ତାକୁ ଓହ୍ଲାଇବାକୁ ନିଷ୍ପତି ନିଆଯାଇଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.