Home ଜିଲ୍ଲା ପରିକ୍ରମା ସାମୁଦ୍ରିକ କଇଁଛ ସୁରକ୍ଷା ସଚେତନତା ଶିବିର, କଇଁଛ ପ୍ରଜନନ ସମୟରେ ମାଛ ଧରିବା ସହ ଅଂଚଳର...

ସାମୁଦ୍ରିକ କଇଁଛ ସୁରକ୍ଷା ସଚେତନତା ଶିବିର, କଇଁଛ ପ୍ରଜନନ ସମୟରେ ମାଛ ଧରିବା ସହ ଅଂଚଳର ଭୌଗୋଳିକ ସ୍ଥିତିର ପୁନଃ ସୀମା ନିର୍ଦ୍ଧାରଣ ଦାବୀ

2

ଭଦ୍ରକ, ୧୦ା୧୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ବିଶ୍ୱସ୍ତରରେ ଅଲିଭରିଡଲେ କଇଁଛ ମାନଙ୍କ ସୁରକ୍ଷା ପାଇଁ ବହୁ ସଂସ୍ଥା କାର୍ଯ୍ୟକରି ଆସୁଥିବା ବେଳେ ଆଜି ଧାମରା ଠାରେ ଏହି କଇଁଛ ମାନଙ୍କୁ ସୁରକ୍ଷା ପାଇଁ ଏକ ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି। ଭଦ୍ରକ ବନ୍ୟପ୍ରାଣୀ ବନଖଣ୍ଡ ଅଧିକାରୀ ସୌଭାଗ୍ୟ କୁମାର ସାହୁଙ୍କ ସଭାପତିତ୍ୱରେ ହୋଇଥିବା ଶିବିରରେ ମୁଖ୍ୟ ଅତିଥି ଭାବେ ସେଂଚୁରିଆନ ୟୁନିଭରସିଟିର ପ୍ରାଣୀ ବିଶେଷଜ୍ଞ ଡ. ଶିବ ପ୍ରସାଦ ପରିଡା ଯୋଗ ଦେଇ ଅଲିଭ ରିଡଲେ କଇଁଛ ଗୁଡିକ ଶ୍ରୀଲଙ୍କା ଉପକୂଳରୁ ଆସି ଓଡିଶାର ଗହୀରମଥା ଏବଂ ରୂଷିକୁଲ୍ୟା ନଦୀ ମୁହାଣରେ ସମୂହ ଅଣ୍ଡାଦାନ କରିଥାନ୍ତି। ଏହି କଇଁଛ ଗୁଡିକ ହଜାର ହଜାର କିଲୋମିଟର ଦୂରରୁ ଆସି ଏହି ସ୍ଥଳକୁ ନିଜର ପ୍ରଜନନ ସ୍ଥଳ ଭାବେ ସ୍ତିର କରିଥିବା ବେଳେ ଏହାକୁ ସୁରକ୍ଷା ଦେବା ଆମ୍ଭର ଦାୟିତ୍ୱ । ହଜାର ହଜାର ସଂଖ୍ୟାରେ ଆସୁଥିବା କଇଁଛ ମାନଙ୍କ ପାଇ ଓଡିଶାର ମତ୍ସ୍ୟଜିବୀ ଯଥା ଭଦ୍ରକ ଏବଂ କେନ୍ଦ୍ରାପଡା ଜିଲ୍ଲାର ମତ୍ସ୍ୟଜିବୀ ମାନେ ନିଜର ଜିବୀକା ହରାଉଛନ୍ତି। ଏହି କଇଁଛ ମାନଙ୍କ ପାଇଁ ମାଛ ଧରା ବର୍ଷରେ ୯ମାସ ବନ୍ଦ ରହୁଥିବା ବେଳେ ଏହାର ସମୀକ୍ଷା କରିବା ଅତ୍ୟନ୍ତ ଜରୁରୂ ହୋଇ ପଡିଛି। କେନ୍ଦ୍ର ତଥା ରାଜ୍ୟ ସରକାର ଏହି କଇଁଛ ମାନଙ୍କ ସୁରକ୍ଷା ପାଇଁ ଏବଂ ପ୍ରଜନନ ରୂତୁ ସମୟରେ ଗହୀରମଥା ଅଂଚଳରେ ମାଛ ଧରିବା ପାଇଁ ମତ୍ସ୍ୟଜିବୀଙ୍କୁ ଅନୁମତି ପ୍ରଦାନ କରିବାକୁ ଧାମରା ଅଂଚଳର ସମସ୍ତ ମତ୍ସ୍ୟଜିବୀ ଦାବୀ ରଖିଥିଲେ। ଗହୀରମଥା ଅଭୟାରଣ୍ୟ ଅଂଚଳରେ ୨୦କି.ମି ବ୍ୟାସାର୍ଧରେ ମାଛ ଧରା ସଂପୂର୍ଣ ବନ୍ଦ କରାଯାଇଥିବା ବେଳେ ଏହାର ସୀମା ୧୦କି.ମି ଅଂଚଳ ମଧ୍ୟରେ ରଖିବାକୁ ମଧ୍ୟ ନିବେଦନ କରାଯାଇଥିଲା। ଓଡିଶା ଉପକୂଳ ଅଂଚଳର ପୁନଃ ସୀମା୪୮୦କି.ମିରୁ ୫୭୫ କି.ମି ପର୍ଯ୍ୟନ୍ତ ପରିବ୍ୟାପ୍ତ ହୋଇଥିବା ବେଳେ ଭଦ୍ରକ ଜିଲ୍ଲାର ଉପକୂଳ ଅଂଚଳ ମଧ୍ୟ ୫୨କି.ମିରୁ ୬୦ କି.ମି ପର୍ଯ୍ୟନ୍ତ ପୁନଃ ସୀମା ନିର୍ଧାରଣ କରାଯାଇଛି। ଧାମରାର ଦକ୍ଷିଣ ରେ କଲାମ ଘାଟି, ପୂର୍ବ ଦିଗରେ କୁମ୍ବୀର ସଂରକ୍ଷଣ କେନ୍ଦ୍ର, ପଶ୍ଚିମ ଦିଗରେ ଗହୀରମଥା(ଅଲିଭରିଡଲେଙ୍କ ଅଣ୍ଡାଦାନ ସ୍ଥଳ) ଉତର ଦିଗରେ ଧାମରା ବନ୍ଦର ନିଜର ପ୍ରାଧାନ୍ୟ ବିସ୍ଥାର କରି ଚାଲିଥିବା ବେଳେ ମତ୍ସ୍ୟଜିବୀ ମାନଙ୍କ ଜୀବନ ଜୀବିକା ସମସ୍ୟା ଦିନକୁ ଦିନ ବଢି ବଢି ଚାଲିଛି। ସରକାର ତୁରନ୍ତ ଏଥିପ୍ରତି ଯତ୍ନବାନ ହେବା ସହ ରାଜନଗର ବନବିଭାଗ ଜାଣିଶୁଣି ଅତ୍ୟନ୍ତ ନିର୍ଦୟ ଭାବେ ଧାମରା ଅଂଚଳର ମତ୍ସ୍ୟଜିବୀ ମାନଙ୍କୁ ହଇରାଣ କରୁଥିବା ନେଇ ଉପସ୍ଥିତ ମତ୍ସ୍ୟଜିବୀ ଏବଂ ସଂଘ ନିଜ ନିଜର ଅଭିଯୋଗ ଉଥାପନ କରିଥିଲେ। ସମ୍ମାନୀତ ଅତିଥି ଭାବେ ଧାମରା ସାମୁଦ୍ରିକ ଥାନାଧିକାରିଣୀ ପ୍ରିୟଦର୍ଶନୀ ଖଟୁଆ, ଭଦ୍ରକ ବନାଂଚଳ ଅଧିକାରୀ କାର୍ତିକେଶ୍ୱର ଖଣ୍ଡାଇ, ବାସୁଦେବପୁର ବନାଂଚଳ ଅଧିକାରୀ ଅତୁଲ୍ୟ କୁମାର ମହାନ୍ତି, ଧାମରା ମତ୍ସ୍ୟସହାକରୀ ସୌମ୍ୟପ୍ରକାଶ ସେଠୀ, ଧାମରା ମତ୍ସ୍ୟଜିବୀ ସଂର ଅଶୋକ ଜାନା, ସୁଦର୍ଶନ ଲେଙ୍କା,ଅଭିମନ୍ୟୁ ରାଉତ, ଦିବାକର ମାଇତି, ନିରଞନ ମଣ୍ଡଳ, ଜଗଦୀଶ ଜେନା, ବଂଶୀଧର ସାମନ୍ତ ପ୍ରମୁଖ ଉପସ୍ତିତ ରହିବା ସହ ସମୁଦ୍ର ତଥା ଗହୀରମଥା ଅଂଚଳରେ ପ୍ରଶାସନ ସହ ସମନ୍ୱୟ ରକ୍ଷା କରିବା ସହ ଅଲିଭରିଡଲେ କଇଁଛ ମାନଙ୍କୁ ସୁରକ୍ଷା ଦେବାକୁ ଏକମତ ହୋଇଥିଲେ। ଆଜି ଏହି ସଚେତନତା ଶିବିରରେ ଧାମରା ବନପାଳ କୁମୁଦ ରଞ୍ଜନ ସାହୁ,ସନ୍ତୋଷ ମାଝୀ ,ସୂର୍ଯ୍ୟକାନ୍ତ ପଣ୍ଡା, ରଶ୍ମିତା ସାହୁ, ପ୍ରଶାନ୍ତ ସାହୁ ପ୍ରମୁଖ ଉପସ୍ଥିତ ରହିବା ସହ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ଶେଷରେ ବାସୁଦେବପୁର ବନାଂଚଳ ଅଧିକାରୀ ଅତୁଲ୍ୟ କୁମାର ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.