Home ଜିଲ୍ଲା ପରିକ୍ରମା ସାମାନ୍ୟ ବିଡି ପାଇଁ ମାଡପିଟ,ମରଣାନ୍ତକ ଆକ୍ରମଣର ସମ୍ମୁଖୀନ ବ୍ୟକ୍ତିର ୧୨ ଦିନ ପରେ ମୃତ୍ୟୁ, ଦୁଇ...

ସାମାନ୍ୟ ବିଡି ପାଇଁ ମାଡପିଟ,ମରଣାନ୍ତକ ଆକ୍ରମଣର ସମ୍ମୁଖୀନ ବ୍ୟକ୍ତିର ୧୨ ଦିନ ପରେ ମୃତ୍ୟୁ, ଦୁଇ ଭାଇ ଗିରଫ

9

ଭଦ୍ରକ, ୨୨ା୭ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ସାମାନ୍ୟ ବିଡି ପାଇଁ ହୋଇଥିବା ବଚସାକୁ ନେଇ ଦୁଇ ଭାଈ ଜଣେ ବ୍ୟକ୍ତିକୁ ହତ୍ୟା କରିଥିବାରୁ ଅଭିଯୁକ୍ତ ଦ୍ୱୟଙ୍କୁ ଆଜି ଏହି ଜିଲ୍ଲାର ସାବରଙ୍ଗ ଥାନା ପୋଲିସ କୋର୍ଟ ଚାଲାଣ କରିଛି।ତେବେ ଘଟଣା ଘଟିବାର ୧୨ଦିନ ପରେ ମରଣାନ୍ତକ ଆକ୍ରମଣର ସମ୍ମୁଖୀନ ହୋଇଥିବା ବ୍ୟକ୍ତି ଭଦ୍ରକ ମୁଖ୍ୟ ଡାକ୍ତର ଖାନାରୁ କଟକ ଯିବା ରାସ୍ତାରେ ମୃତ୍ୟୁ ବରଣ କରିଛି। ଏହି ଘଟଣା ସଂପର୍କରେ ଭଦ୍ରକ ସଦର ଏସ୍‌ଡିପିଓ ବିଚିତ୍ରାନନ୍ଦ ସେଠୀ ଆଜି ସାବରଙ୍ଗ ଥାନାରେ କରିଥିବା ସାମ୍ବାଦିକ ସମ୍ମିଳନୀର ତଥ୍ୟ ମୂଳେ ଭଦ୍ରକ ଜିଲ୍ଲା ସାବରଙ୍ଗ ଥାନା ଅଧୀନ ଭବାନିବିନ୍ଧା ଗ୍ରାମନିବାସୀ ଗୋଲକ ମଣ୍ଡଳ (୫୫) ଓ ବରହମପୁର ଗ୍ରାମନିବାସୀ ଦୁଇଭାଇ ରୋଗା ଆରଖ (୩୨) ଓ ବାଘ ଆରଖ (୩୦) ତିନି ଜଣ ପ୍ରାୟ ସମୟରେ ଇଚ୍ଛାପୁରରେ ଥିବା କାଳିଆ ଘଡେଇ ଗ୍ୟାରେଜ୍ ନିକଟରେ ନିଶା ସେବନ କରନ୍ତି। ଗତ ୯ ତାରିଖ ସେମାନେ ସେଠାରେ ବସିଥିବାବେଳେ ଗୋଲକ ରୋଗାକୁ ଏକ ବିଡି ମାଗିଥିଲା। ସେ ତାହା ନଦେବାରୁ ଗୋବିନ୍ଦ ତାକୁ ଚାପୁଡା ପିଟିଥିଲା। ଏହି ଘଟଣାରେ ଦୁଇଭାଇ ଉତ୍ୟକ୍ତ ହୋଇ ଗୋଲକକୁ ଲୁହାରଡ୍‌ରେ ମରଣାନ୍ତକ ଆକ୍ରମଣ କରିଥିଲେ। କିନ୍ତୁ ଗୋଲକ ଆହତ ହୋଇଥିଲେ ମଧ୍ୟ ଡାକ୍ତରଖାନାକୁ ନଯାଇ ଘରେ ଚିକିତ୍ସିତ ହେଉଥିଲା। ତେବେ ଗତ ୨୦ ତାରିଖ ଦିନ ତାର ଛାତିରେ ଯନ୍ତ୍ରଣା ହେବାରୁ ପରିବାର ଲୋକେ ଭଦ୍ରକ ଜିଲା ମୁଖ୍ୟ ଚିକିତ୍ସାଳୟକୁ ନେଇଆସିଥିଲେ। ଡାକ୍ତରମାନେ ତାଙ୍କ ଛାତିରେ ଆଭ୍ୟନ୍ତରୀଣ ଆଘାତ ଲାଗିଥିବାର ଜାଣି କଟକ ରେଫର କରିଥିଲେ। କିନ୍ତୁ ସେ କଟକ ନଯାଇ ଘରକୁ ପଳାଇଯାଇଥିଲେ। ଏହି ଘଟଣା ସଂପର୍କରେ ସାବରଙ୍ଗ ଥାନାରେ କେଶ୍ ନଂ ୧୬୬/୨୫ ମୂଳେ ୨୧ ତାରିଖରେ ଗୋଲକଙ୍କ ପୁତ୍ର ଗୋବିନ୍ଦ ଅଭିଯୋଗ କରିଥିଲେ। ଇତିମଧ୍ୟରେ ଗୋଲକଙ୍କର ପୁଣି ଥରେ ଛାତି ଯନ୍ତ୍ରଣା ହେବାରୁ ତାକୁ ପରିବାର ଲୋକେ ଭଦ୍ରକ ଡାକ୍ତରଖାନା ନେଇଆସିଥିଲେ ମଧ୍ୟ କଟକ ନେବା ରାସ୍ତାରେ ତାଙ୍କର ମୃତ୍ୟୁ ହୋଇଥିଲା । ଏହି ଘଟଣାରେ ସାବରଙ୍ଗ ଥାନା ପୁଲିସ୍ ଆଜି ଦୁଇଭାଇ ରୋଗା ଓ ବାଘାକୁ ଗୋଲକଙ୍କୁ ହତ୍ୟା କରିଥିବା ଅଭିଯୋଗରେ କୋର୍ଟ ଚାଲାଣ କରିଥିବାର ଜଣାପଡିଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.