Home ଜିଲ୍ଲା ପରିକ୍ରମା ସାମାଜିକ ଗଣମାଧ୍ୟମରେ ସାମ୍ବାଦିକଙ୍କୁ ଆପତ୍ତି ଜନକ ମନ୍ତବ୍ୟ ଭାରି ପଡିଲା, ସାମ୍ବାଦିକଙ୍କ ଧାରଣା ପରେ ସଂପୃକ୍ତ...

ସାମାଜିକ ଗଣମାଧ୍ୟମରେ ସାମ୍ବାଦିକଙ୍କୁ ଆପତ୍ତି ଜନକ ମନ୍ତବ୍ୟ ଭାରି ପଡିଲା, ସାମ୍ବାଦିକଙ୍କ ଧାରଣା ପରେ ସଂପୃକ୍ତ ଯୁବକ ଗିରଫ

23

ଭଦ୍ରକ, ୪ା୧୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ପ୍ରେମ ଜନିତ ଏକ ଆତ୍ମହତ୍ୟା ଘଟଣାରେ ଭଦ୍ରକ ଚରମ୍ପା ଅଂଚଳର ତଥାକଥିତ ସମାଜସେବୀ ଓ ସାମ୍ବାଦିକ ବୋଲାଉଥିବା ରଶ୍ମିରଂଜନ ସାହୁଙ୍କ ଗିରଫ ଦାବିରେ ଯୁବତୀଙ୍କ ପରିବାର ଲୋକେ ଜିଲା ପୁଲିସ୍ ପ୍ରଶାସନର ସହାୟତା ଲୋଡିଥିବାବେଳେ ଏହି ଘଟଣାରେ ସଂପୃକ୍ତ ସାମ୍ବାଦିକଙ୍କୁ ଆକ୍ଷେପ କରି ଜିଲାର ସମସ୍ତ ଗଣମାଧ୍ୟମ ପ୍ରତିନିଧିଙ୍କ ପ୍ରତି ଆପତ୍ତି ଜନକ ମନ୍ତବ୍ୟ ଦେବା ଘଟଣାର ଯୁବକଙ୍କ ଗିରଫ ଦାବିରେ ଆଜି ସାମ୍ବାଦିକ ମାନେ ଭଦ୍ରକ ଜିଲା ଆରକ୍ଷୀ ଅଧୀକ୍ଷକଙ୍କ କାର୍ଯ୍ୟାଳୟ ସମ୍ମୁଖରେ ପ୍ରତିବାଦ କରି ଧାରଣାରେ ବସିଥିଲେ। ପରବର୍ତ୍ତୀ ସମୟରେ ଭଦ୍ରକ ଟାଉନ୍ ଏସ୍‌ଡିପିଓ, ଡିଏସ୍‌ପି ଓ ସହରାଞ୍ଚଳ ଥାନାଧିକାରୀ ପହଞ୍ôଚ ଅଭିଯୁକ୍ତଙ୍କୁ ସନ୍ଧ୍ୟାସୁଦ୍ଧା ଗିରଫ କରିବାର ପ୍ରତିଶ୍ରୁତି ଦେବାପରେ ସାମ୍ବାଦିକମାନେ ଆନ୍ଦୋଳନ ପ୍ରତ୍ୟାହାର କରିଥିଲେ। ତେବେ ସନ୍ଧ୍ୟା ୬ଟା ସୁଦ୍ଧା ପୁଲିସ୍ ସଂପୃକ୍ତ ଯୁବକଙ୍କୁ ଗିରଫ ନକରିବାରୁ ସାମ୍ବାଦିକମାନେ ଟାଉନ୍ ଥାନା ଆଗରେ ଧାରଣା ଦେବା ପରେ ପୁଲିସ୍ ପୁରୁଣାବଜାର ଅଂଚଳର ରିଆଜ ସେକ୍ କୁ ଗିରଫ କରିଥିବାର ଜଣାପଡିଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.