Home ଜିଲ୍ଲା ପରିକ୍ରମା ସାବିତ୍ରୀ ବ୍ରତ ପାଇଁ ଶ୍ରୀକ୍ଷେତ୍ର ଚଳଛଞ୍ଚଳ

ସାବିତ୍ରୀ ବ୍ରତ ପାଇଁ ଶ୍ରୀକ୍ଷେତ୍ର ଚଳଛଞ୍ଚଳ

133

ପୁରୀ, ୨୨/୫ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ) -ଆଜି ପବିତ୍ର ସାବିତ୍ରୀ ଅମାବାସ୍ୟା ପାଇଁ ଶ୍ରୀକ୍ଷେତ୍ର ଚଳଚଂଚଳ ହୋଇଉଠିଛି। ସହରଠାରୁ ମଫସଲ ପର୍ଯ୍ୟନ୍ତ ଘରେଘରେ ସଧବା ମହିଳା ମାନେ ସ୍ୱାମୀ ମାନଙ୍କର ଦୀର୍ଘ ଜୀବନ କାମନା କରି ଏହି ବ୍ରତ ପାଳନ କରିଥାନ୍ତି। ପ୍ରତ୍ୟୁଷ ରୁ ମହିଳାମାନେ ସୁଧପୁତ ଭାବେ ସ୍ନାନ ସାରି ନବବସ୍ତ୍ର ପରିଧାନ କରି ପୂଜା ଥାଳିରେ ଫଳମୂଳ ଧୂପଦୀପ ଧରି ନିକଟରେ ଥିବା ବିଭିନ୍ନ ଦେବାଦେବୀ ମନ୍ଦିର କୁ ଯାଇ ପୂଜାର୍ଚ୍ଚନା କରିଥିଲେ। ଲକଡାଉନ ଥିବା ଯୋଗୁଁ ଅଧିକାଂଶ ଦେବାଦେବୀ ମନ୍ଦିରରେ ସର୍ବସାଧାରଣ ପ୍ରବେଶ ନିଷେଧ ଥିବା ଯୋଗୁଁ ମହିଳା ମାନେ ନିଜ ଘରେ ରହି ଠାକୁର ଘରେ ପୂଜା କରିଥିଲେ। ସେହିପରି ପରମ୍ପରା ଅନୁଯାୟୀ ଶ୍ରୀମନ୍ଦିର ବେଢା ମଧ୍ୟରେ ଥିବା ଭୁବନେଶ୍ୱରୀ ଙ୍କ ମନ୍ଦିର ପରିସରରେ ଥିବା ସାବିତ୍ରୀଙ୍କ ପୂଜାର୍ଚ୍ଚନା ମଧ୍ୟ କରାଯାଇଥିଲା। ପ୍ରମୁଖ ସେବକ ପତି ମହାପାତ୍ର ସାବିତ୍ରୀଙ୍କ ମନ୍ଦିରରେ ବିଧି ବଦ୍ଧ ଭାବେ ପୂଜାର୍ଚ୍ଚନା କରିଥିଲେ। ଲକଡାଉନ ଥିବା ଯୋଗୁଁ ଶ୍ରୀମନ୍ଦିର ଭିତରକୁ ଭକ୍ତଙ୍କ ପ୍ରବେଶ ନିଷେଧ କରାଯାଇଥିବା ଯୋଗୁଁ ବହୁ ବ୍ରତଧାରୀ ମହିଳା ପତିତପାବନଙ୍କୁ ବ୍ୟାରିକେଡ ମଧ୍ୟରେ ରହି ଦର୍ଶନ କରି ଫେରିଥିଲେ। ଏହି ବ୍ରତ ଧାରିଣୀ ମାନେ ମହାପ୍ରସାଦ ଟିକେ ପାଇବାରେ ମଧ୍ୟ ଅସୁବିଧା ର ସମ୍ମୁଖୀନ ହୋଇଥିଲେ। ଶ୍ରୀମନ୍ଦିର ବେଢା ରେ ଥିବା ଆନନ୍ଦ ବଜାରରେ ମହାପ୍ରସାଦ ବିକ୍ରି ହେଉନଥିବା ଯୋଗୁଁ ସାଧାରଣ ଭକ୍ତମାନେ ମହାପ୍ରସାଦ ପାଇବାରୁ ମଧ୍ୟ ବଂଚିତ ହୋଇଥିଲେ। ଶ୍ରୀମନ୍ଦିରର ଦୈନଦିନ ସମସ୍ତ ନୀତି କରାଯାଉଥିବା ବେଳେ କେବଳ ବରାଦୀ ଅବଡା ବାହାରୁଥିବା ଯୋଗୁଁ ସାଧାରଣ ଲୋକମାନେ ଏହି ମହାପ୍ରସାଦ ପାଇବାରୁ ବଂଚିତ ହୋଇଥିଲେ। ସାବିତ୍ରୀ ଅମାବାସ୍ୟା ପାଇଁ ଫଳ ର ମୂଲ୍ୟ ଆକାଶ ଛୁଆଁ ହୋଇଥିଲା। କାଚ, ସିନ୍ଦୁର, ମାଳି, ଛୋଟଦର୍ପଣ, କାଠ ପାନିଆ ଦୋକାନ ସମେତ ଶାଢୀ ଦୋକାନ ଗୁଡିକରେ ଭିଡ ଲାଗିଥିବା ଦେଖାଯାଇଥିଲା।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.