Home ଅପରାଧ ସାବିତ୍ରୀ ପାଇଁ ଭୁଲିଗଲେ ସାମାଜିକ ଦୂରତା, ବଡ଼ବିଲରେ ଲୋକଙ୍କ ଭିଡ଼

ସାବିତ୍ରୀ ପାଇଁ ଭୁଲିଗଲେ ସାମାଜିକ ଦୂରତା, ବଡ଼ବିଲରେ ଲୋକଙ୍କ ଭିଡ଼

110

ବଡ଼ବିଲ, ତା ୨୧ ମେ (ଓଡ଼ିଆ ପୁଅ/ସୀତାରାମ ଦୀକ୍ଷିତ) ବିଶ୍ବକୁ କବଳିତ କରିଛି ମହାମାରୀ କରୋନା । ବିଭିନ୍ନ ଦେଶରେ ପୋକ, ମାଛି ପରି ମରୁଛନ୍ତି ଲୋକ । ଏହି ମହାମାରୀ ପାଇଁ କେବଳ ସଚେତନତା ଏବଂ ସାମାଜିକ ଦୂରତ୍ବ ଆବଶ୍ୟକ । ଏଥିପାଇଁ କେନ୍ଦ୍ର ଓ ଓଡ଼ିଶା ସରକାର ବିଭିନ୍ନ ପଦକ୍ଷେପ ନେଇଛନ୍ତି ଏବଂ ସହର ଠାରୁ ଆରମ୍ଭ କରି ଗାଁ ଗହଳିରେ ଚାଲିଛି ସଚେତନତା । ପ୍ରଥମ, ଦ୍ୱିତୀୟ ଓ ତୃତୀୟ ପରେ ଏବେ ଚତୁର୍ଥ ପର୍ଯ୍ୟାୟର ଲକ୍ ଡାଉନ୍ ଚାଲିଛି । ବର୍ତ୍ତମାନ ପର୍ଯ୍ୟନ୍ତ କରୋନାର ଭୟାବହତା କମି ନାହିଁ । ତେଣୁ ଚତୁର୍ଥ ପର୍ଯ୍ୟାୟ ଲକ୍‌ ଡାଉନ୍‌କୁ କେନ୍ଦ୍ର ସରକାରଙ୍କ ପକ୍ଷରୁ ମେ’ ୩୧ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି । ଚତୁର୍ଥ ପର୍ଯ୍ୟାୟରେ ଏହାକୁ ସାମାନ୍ୟ କୋହଳ କରି ଦୋକାନ ବଜାର ଖୋଲିବାକୁ ଅନୁମତି ମିଳିଛି । ମାତ୍ର ସାମାଜିକ ଦୂରତା ଓ ମାସ୍କ ବ୍ୟବହାରକୁ ଆହୁରି କଡ଼ାକଡ଼ି କରାଯାଇଛି । କିନ୍ତୁ ପରିତାପର ବିଷୟ କେନ୍ଦୁଝର ଜିଲ୍ଲା ବଡ଼ବିଲ ସହରରେ ସାବିତ୍ରୀ ଅମାବାସ୍ୟା ପାଇଁ ବଜାରରେ ସାମାଜିକ ଦୂରତା କଥା ଲୋକେ ସମ୍ପୂର୍ଣ୍ଣ ଭୁଲି ଯାଇଛନ୍ତି । ବଜାରରେ ପ୍ରବଳ ଭିଡ଼ ପରିଲକ୍ଷିତ ହୋଇଛି । କଟକଣା ପ୍ରତି କାହାର ନଜର ନାହିଁ । ସୂଚନା ଯେ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ଏହି ଦୃଷ୍ଟିକୋଣରୁ ଦେଖିବାକୁ ଗଲେ ଜନସାଧାରଣଙ୍କୁ ଆହୁରି ସଚେତନ ଆବଶ୍ୟକ ହେଉଥିବା ବେଳେ ବଡ଼ବିଲରେ ସବୁ କଟକଣା ଫେଲ୍‌ ମାରିଥିବା ଜଣାପଡ଼ିଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.