ଭଦ୍ରକ, ୧୧ା୧୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) -ଏହି ଜିଲାର ବନ୍ତ ବ୍ଲକ ଆଡିଆ ଗ୍ରାମର ନାରୀନେତ୍ରୀ ତଥା ସମାଜସେବିକା ସାବିତ୍ରୀ ସାହୁଙ୍କୁ ପ୍ରତିମା ଅମ୍ବିକା ଟ୍ରଷ୍ଟ ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଛି । ଭୁବନେଶ୍ୱରସ୍ଥିତ ଗିତଗୋବିନ୍ଦ ସଦନ ଠାରେ ଆମ ପରିବାର ଆୟୋଜନରେ ପ୍ରତିମା ଅମ୍ବିକା ଟ୍ରଷ୍ଟ ପକ୍ଷରୁ କ୍ଷୁଦ୍ର ଚଳଚ୍ଚିତ୍ର କାନୁନ୍ କାଲା ପଥର ଲୋକାର୍ପଣ ଉତ୍ସବ ଓ ପ୍ରତିଭା ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଯାଇଛି । ଏଥିେରେ ଅତିଥି ଭାବେ ସ୍ୱାମୀ ବ୍ରହ୍ମାନନ୍ଦ ସରସ୍ୱତୀ, ବରିଷ୍ଠ ସାମ୍ବାଦିକ ପ୍ରଦ୍ୟୁମ୍ନ ଶତପଥି, ହେମନ୍ତ ସିଂହ, ପୂର୍ବତନ ବିଧାୟକ ସୁରେଶ କୁମାର ରାଉତରାୟ, ପ୍ରତିମା ଅମ୍ବିକା ଚେରିଟବୁଲ ଟ୍ରଷ୍ଟର ନିର୍ଦ୍ଦେଶିକା ମମତା ବେହେରା ପ୍ରମୁଖ ଯୋଗ ଦେଇଥିଲେ । ସଭାକୁ ଓଡିଶା ସମାଜସେବୀ ମହାସଂଘର କାର୍ଯ୍ୟକାରୀ ସଭାପତି ନାରାୟଣ ଚନ୍ଦ୍ର ଓଝା ପୌରହିତ୍ୟ କରିଥିଲେ । ଏହି ଅବସରରେ ଅବହେଳିତ, ଦଳିତ, ନିଷ୍ପେସିତ ଲୋକଙ୍କ ପାଇଁ ସେବା ଯୋଗାଇ ଆସୁଥୁବା ଶ୍ରୀମତୀ ସାହୁଙ୍କୁ ଉତରୀୟ, ପୁଷ୍ପଗୁଚ୍ଛ, ମାନପତ୍ର ପ୍ରଦାନ ପୂର୍ବକ ସମ୍ବର୍ଦ୍ଧିତ କରାଯାଇଛି । ତାଙ୍କୁ ଏହି ପୁରସ୍କାର ମିଳିବା ପରେ ସେ ଅଧିକ ଉତ୍ସାହର ସହ ଲୋକ ମାନଙ୍କ ପାଇଁ କାର୍ଯ୍ୟ କରିବେ ବୋଲି କହିଛନ୍ତି ।








