Home ଜିଲ୍ଲା ପରିକ୍ରମା ସାବତ ମା’କୁ ପୁଅର ଆକ୍ରମଣ

ସାବତ ମା’କୁ ପୁଅର ଆକ୍ରମଣ

90

ଭଦ୍ରକ, ୨୧ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) -ଧାମନଗର ବ୍ଳକ ଅନ୍ତର୍ଗତ ଦୋବଲ ଗ୍ରାମର ଜଣେ ବିଧବା ମା’କୁ ତାଙ୍କର ସାବତ ପୁଅ ବିଭିନ୍ନ କାରଣ ନେଇ ଗତକାଲି ଅକଥିନୀୟ ବ୍ୟବହାର କରିବାସହିତ ଏକ ଲୁହା ହାତୁଡ଼ିରେ ଶରୀରର ବିଭିନ୍ନ ସ୍ଥାନକୁ ମାଡ଼ ମାରିବା ସହିତ ଜୀବନରୁ ମାରିଦେବାପାଇଁ ମଧ୍ୟ ଉଦ୍ୟମ କରିଥିଲେ। ଚିତ୍କାର ସୁଣି ଗ୍ରାମର ଲୋକମାନେ ଆସି ତାକୁ ଉଦ୍ଧାର କରିଥିଲେ। ଘଟଣାରୁ ପ୍ରକାଶ ଯେ ଦୋବଲ ଗ୍ରାମର ସ୍ୱର୍ଗତ ଫକିର ଦଳାଇଙ୍କ ପୁଅ କ୍ଷୀରୋଦ ଦଳାଇ ତାଙ୍କର ସାବତ ମା’ ପାତି ଦଳାଇଙ୍କୁ ପୂର୍ବରୁ ୧୦/୦୬/୨୦ରିଖରେ ମାଡ଼ ମାରିଥିବାବେଳେ ଧାମନଗର ଥାନାରେ ମଧ୍ୟ ଅଭିଯୋଗ କରିଥିଲେ। ସେହିପରି ଗତକାଲି କ୍ଷୀରୋଦ ନିଜର ସାବତ ମା’କୁ ଜମିବାଡ଼ି ଘଟଣାକୁ କେନ୍ଦ୍ରକରି ଅକଥନୀୟ ବ୍ୟବହାର କରିବାସହିତ ତାଙ୍କୁ ମାଡ଼ ମାରିଥିଲେ। ପାତି ଗୁରୁତର ଭାବେ ଆହାତ ହୋଇ ଧାମନଗର ଡ଼ାକ୍ତର ଖାନାରେ ଚିକିତ୍ସି ହେବାପରେ ଧାମନଗର ଥାନାରେ ଗତକାଲି ଅଭିଯୋଗ କରିଛନ୍ତି। ଅପରପକ୍ଷେ ରାଜନୈତିକ ଆକ୍ରସ ରଖି ମୋ ବିରୁଦ୍ଧରେ ଏକ ଚକ୍ରାନ୍ତ କରାଯାଉଛିବୋଲି କ୍ଷୀରୋଦ ପ୍ରକାଶ କରିଛନ୍ତି। ତେବେ ଏପରି ଏକ ଘଟଣା ହସ୍ତଗତ ହୋଇଛି ଘଟଣାର ତଦନ୍ତ କରାଯାଇ କେସ କରାଯିବବୋଲି ଥାନାଧିକାରୀ ରତିକାନ୍ତ ଗିରି ପ୍ରକାଶ କରିଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.