Home ଜିଲ୍ଲା ପରିକ୍ରମା ସାପ ବେଙ୍ଗ ସହ ଜୀବନ ବିତାଉଛନ୍ତି ମନୋରମା, କେବେ ମିଳିବ ବାସଗୃହ!, ସରକାରଙ୍କ ଦୃଷ୍ଟି ଆଢୁଆଳରେ...

ସାପ ବେଙ୍ଗ ସହ ଜୀବନ ବିତାଉଛନ୍ତି ମନୋରମା, କେବେ ମିଳିବ ବାସଗୃହ!, ସରକାରଙ୍କ ଦୃଷ୍ଟି ଆଢୁଆଳରେ ମନୋରମା

13

ଭଦ୍ରକ, ୫ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ମନୋରମା ନାଥ ବୟସ ଆସି ୫୮ ହେଲାଣି , ଧାମନଗର ବ୍ଲକ ଅନ୍ତର୍ଗତ ଗୋବିନ୍ଦପୁର ପଂଚାୟତ ର ଗୋବିନ୍ଦପୁର ଗ୍ରାମ ର ବାସିନ୍ଦା। ସ୍ୱାମୀ ଆର ପାରି କୁ ଚାଲି ଗଲେଣି ୫ ବର୍ଷ ହେବ। ପରିବାର କହିଲେ ତାଙ୍କ ଗୋଟିଏ ମାତ୍ର ପୁଅ ଅଜୟ ନାଥ (୩୫)। ପୁଅ ,ମା’ ର ପେଟ ରେ ମୁଠେ ଦାନା ଦେବା ପାଇଁ ବହୁତ୍ ଦିନ ହେଲା ଦାଦନ ଖଟୁଛନ୍ତି। ଏଠି ମା ମନୋରମା ଖଣ୍ଡିଏ ଆବାସ ପାଇଁ ହେଉଛନ୍ତି ହନ୍ତ ସନ୍ତ୍‌। ଆଜିକାଲି ସରକାର ମନ କଥା ଜାଣି ସମସ୍ତ ପ୍ରକାର ସୁବିଧା ସୁଯୋଗ ଯୋଗାଇ ଦେଉଛନ୍ତି। କିନ୍ତୁ ଏହା ବୋଧେ କେବଳ ପୂଳା ପୁଳା ଟଙ୍କା ଥିବା ବ୍ୟକ୍ତି ବିଶେଷ ନିମନ୍ତେ। ବିଚାରି ମନୋରମା ଙ୍କ ପୁଅ ତ ଦୂରରେ ଦାଦନ ଖଟୁଚି ତାଙ୍କ ର ସେମିତି କେହି ନାହାନ୍ତି ଯିଏ ତାଙ୍କ ମନ ର ଦୁଃଖ କଥା ବୁଝିବ। ସରକାରୀ ସହାୟତା ଭାବେ କେବଳ ଭତା ଆଉ ରାସନ୍ ସାମଗ୍ରୀ ମିଳୁଚି ମାତ୍ର ବଞ୍ଚିବା ପାଇଁ ଖାଦ୍ୟ, ବସ୍ତ୍ର ପରେ ବାସଗୃହ ନିତାନ୍ତ ମୌଳିକ ଆବଶ୍ୟକ। ମାତ୍ର ମନୋରମା ଙ୍କ ପାଇଁ ଏହା ବିଡମ୍ବନା ଯେ ଏଯାଏଁ ଖଣ୍ଡେ ବାସଗୃହ ମିଳି ପାରିଲା ନାହିଁ। ପାଲ ଜରି ତଳେ ମଶା, ମାଛି, ସାପ ବେଙ୍ଗ ସହ ରହୁଛନ୍ତି। ବିକାଶ ର ଡେଙ୍ଗୁରା ପିଟୁ ଥିବା ସରକାର ମନୋରମା ଙ୍କ ପାଖରେ ମାରିଚି ଫେଲ। ଏହି ପରିପ୍ରେକ୍ଷୀରେ ସ୍ଥାନୀୟ ବାସିନ୍ଦା ମଧ୍ୟ ବହୁ ଥର ପ୍ରଶାସନିକ ସ୍ତର ରେ ଦାବି ଉଠାଇଛନ୍ତି କିନ୍ତୁ ବିଫଳ।ଏଣୁ ଆଗାମୀ ଦିନ ରେ ମନୋରମା ଙ୍କୁ ସ୍ଥାୟୀ ବାସଗୃହ ଯୋଗାଇ ନ ଦେଲେ ଜିଲ୍ଲାପାଳ ଙ୍କ ଦ୍ୱାରସ୍ଥ ହେବେ ବୋଲି ଚେତାବନୀ ଦେଇଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.