ଭଦ୍ରକ, ୨୧ା୭ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ପବିତ୍ର ଶ୍ରାବଣମାସରେ ବାବା ଆଖଣ୍ଡଳମଣିଙ୍କୁ ଜଳଲାଗି କରିବା ପାଇଁ ଧାମନଗର ଓ ବାଲେଶ୍ୱର ଅଂଚଳରୁ ଆସିଥିବା ୨କାଉଡ଼ିଆ ଭକ୍ତଙ୍କୁ ଏକ ବିଷଧର ସାପ କାମୁଡିବାରୁ ପୃଥକ ପୃଥକ ଭାବେ ୨କାଉଡିଆ ଭକ୍ତ ଚେତାଶୂନ୍ୟ ହୋଇ ତଳେ ପଡି ଯାଇଥିଲେ । ନିକଟରେ ଥିବା ସାଥି କାଉଡ଼ିଆ ଭକ୍ତ ଖବର ଦେବା ପରେ ତôତ୍ଷାଣାତ ମନ୍ଦିର ଆମ୍ବୁଲାନ୍ସ ଦ୍ୱାରା ପ୍ରଥମେ ଆରଡି ମେଡିକାଲ ଓ ପରେ ଭଦ୍ରକ ମେଡ଼ିକାଲକୁ ସ୍ଥାନାନ୍ତର କରାଯାଇଥିଲା । ସେହିପରି ରବିବାର ରାତିରେ ଆରଡି ନିକଟ ଶୀତଳପୁର ଗାଁର କମଳିନୀ ପରିଡାଙ୍କୁ ଏକ ସାପ କାମୁଡିବାରୁ ତାଙ୍କୁ ପ୍ରାଥମିକ ଚିକିତ୍ସା ପାଇଁ ଆରଡି ମେଡିକାଲ ଓ ପରେ ଭଦ୍ରକ ମେଡ଼ିକାଲକୁ ସ୍ଥାନାନ୍ତର କରାଯାଇଥିଲା । ଏବେ ବୈତରଣୀ ନଦୀରେ ବନ୍ୟାଜଳ ପ୍ରବାହିତ ହେଉଥିବାରୁ ତଳିଆ ଅଂଚଳରେ ବନ୍ୟାଜଳ ଜମି ରହିବା ଫଳରେ ବହୁ ବିଷଧର ସାପ ପୀଠ ସମେତ ଆଖପାଖ ଅଂଚଳରେ ବୁଲୁଛନ୍ତି । ହେଲେ ପୀଠର ମୁଖ୍ୟରାସ୍ତା ସହ ସାହି ରାସ୍ତା ଅନ୍ଧାର ରହୁଥିବାରୁ ସ୍ଥାନୀୟ ଲୋକଙ୍କ ସହ ଆଗନ୍ତୁକ କାଉଡ଼ିଆ ଭକ୍ତ ଓ ପର୍ଯ୍ୟଟକମାନେ ଭୟରେ ଯାତାୟତ କରୁଛନ୍ତି । ଏଥିପ୍ରତି ଜିଲାପାଳ ଦୃଷ୍ଟି ଦେବାକୁ ସାଧାରଣରେ ଦାବି ହୋଇଛି ।






