Home ଜିଲ୍ଲା ପରିକ୍ରମା ସାପ କାମୁଡାରେ ବୃଦ୍ଧଙ୍କ ମୃତ୍ୟୁ

ସାପ କାମୁଡାରେ ବୃଦ୍ଧଙ୍କ ମୃତ୍ୟୁ

21

ଭଦ୍ରକ, ୧୫ା୭ (ଓଡ଼ିଆ ପୁଅ /ସ୍ନିଗ୍ଧା ରାୟ) – ଭଦ୍ରକ ଜିଲା ଆରଡି ପୀଠ ନିକଟସ୍ଥ ଭୂଇଁପୁର ଗ୍ରାମରେ ସାପ କାମୁଡାରେ ଜଣେ ବୃଦ୍ଧଙ୍କ ମୃତ୍ୟୁ ଘଟିଛି । ସୂଚନା ଅନୁଯାୟୀ ଭୂଇଁପୁର ଗ୍ରାମର ଦିବାକର ବିଶ୍ୱାଳ (୬୦) ଗତକାଲି ବିଳମ୍ବିତ ରାତିରେ ଶୌଚ ପାଇଁ ଘର ବାହାରକୁ ଆସିଥିଲେ । ହେଲେ ସେଠାରେ ଛକି ବସିଥିଲା ମୃତ୍ୟୁ । ଶୌଚ ହୋଇ ଘରକୁ ଫେରୁଥିବାବେଳେ ଏକ ବିଷଧର ସାପ ତାଙ୍କୁ କାମୁଡିଥିଲା । ଚିତ୍କାର କରି ଘର ଲୋକଙ୍କୁ ଦିବାକର ଡାକ ପକାଇଥିଲେ । କିନ୍ତୁ ଘରଲୋକ ଆସିବା ବେଳକୁ ସେ ଚେତାଶୂନ୍ୟ ହୋଇ ଟଳିପଡିଥିଲେ । ପରିବାର ଲୋକେ ପ୍ରଥମେ ଆରଡି ସ୍ୱାସ୍ଥ୍ୟକେନ୍ଦ୍ର ନେଇଥିଲେ ମଧ୍ୟ ସେଠାରେ ତାଙ୍କର ସ୍ୱାସ୍ଥ୍ୟବସ୍ଥାର କିଛି ଉନ୍ନତି ନଘଟିବାରୁ ଭଦ୍ରକ ମେଡିକାଲକୁ ସ୍ଥାନାନ୍ତର କରିଥିଲେ । ହେଲେ ଡାକ୍ତରମାନେ ତାଙ୍କୁ ମୃତ ଘୋଷଣା କରିଥିଲେ । ଏହି ଘଟଣାରେ ଆରଡି ଫାଣ୍ଡିରେ ଏକ ଅପମୃତ୍ୟୁ ମାମଲା ରୁଜୁ ହେବା ସହ ଶବ ବ୍ୟବଚ୍ଛେଦ ହୋଇ ତାଙ୍କ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.