Home ଜିଲ୍ଲା ପରିକ୍ରମା ସାପ କାମୁଡାରେ କାଉଡିଆଙ୍କ ମୃତ୍ୟୁ

ସାପ କାମୁଡାରେ କାଉଡିଆଙ୍କ ମୃତ୍ୟୁ

19

ଭଦ୍ରକ, ୫ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଅଧୁରା ରହିଲା ବାବା ଆଖଣ୍ଡଳମଣିଙ୍କ ପାଖରେ ଜଳଲାଗି । ଏହି ଜିଲାର ଧାମନଗର ବ୍ଲକ୍ତ ଅନ୍ତର୍ଗତ ଦଳାଙ୍ଗ ପଂଚାୟତ ପାଟୁଳି ଗ୍ରାମର କାହ୍ନୁ ମାଝୀଙ୍କ ପୁତ୍ର ହିମାଂଶୁ ଜଳଭାର ଧରି ଆରଡିସ୍ଥିତ ବାବା ଆଖଣ୍ଡଳମଣିଳଙ୍କ ପୀଠକୁ ପାଣି ଢାଳିବାକୁ ଯାଇଥିବାବେଳେ ସାପ କାମୁଡାରେ ମୃତ୍ୟୁ ଘଟିଛି । ସୂଚନା ଥାଉକି ହିମାଂଶୁ ଧାମନଗର ବେତାଳିଗାଁ ଗାନ୍ଧି ଘାଟରୁ ପାଣିନେଇ ବାବା ଆଖଣ୍ଡଳମଣି ପୀଠକୁ ଜଳଲାଗି ପାଇଁ ଯାଇଥିବାବେଳେ ଆରଡି ବସ୍‌ଷ୍ଟାଣ୍ଡ ତଥା ଆରଡି ଫାଣ୍ଡି ନିକଟରେ ହିମାଂଶୁଙ୍କୁ ସାପ କାମୁଡି ଦେବାରୁ ତାଙ୍କ ସଂପର୍କୀୟ ତାଙ୍କୁ ଆରଡି ଚିକିତ୍ସାଳୟକୁ ଆଣିଥିଲେ । କିନ୍ତୁ ସେଠାରେ ଡାକ୍ତର ତାଙ୍କୁ ଭଦ୍ରକ ଜିଲା ଚିକିତ୍ସାଳୟକୁ ପଠାଇଥିଲେ । ଭଦ୍ରକ ମେଡିକାଲର ଡାକ୍ତର ହିମାଂଶୁଙ୍କୁ ମୃତ ଘୋଷଣା କରିଥିଲେ । ପରେ ଶବ ବ୍ୟବଚ୍ଛେଦ ହୋଇ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଥିଲା । ତେବେ ହିମାଂଶୁ ଜଣେ ସମାଜସେବୀ ଥିବାବେଳେ ତାଙ୍କର ଏହି ଅକାଳ ବିୟୋଗରେ ସ୍ଥାନୀୟ ଅଂଚଳରେ ଶୋକର ଛାୟା ଖେଳିଯାଇଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.