Home କୋରାପୁଟ ସାପକାମୁଡ଼ାରେ ମହିଳାଙ୍କ ମୃତ୍ୟୁ

ସାପକାମୁଡ଼ାରେ ମହିଳାଙ୍କ ମୃତ୍ୟୁ

34

କୋରାପୁଟ :୧୬/୮ (ଓଡ଼ିଆ ପୁଅ/ଅଭିନାଶ ଜାନାମ) ବିଷଧର ସାପ କାମୁଡ଼ିବାରୁ ନନ୍ଦପୁର ବ୍ଲକ ର ପାଡ଼ୁଆ ଥାନା ଅଧିନସ୍ଥ ବାଲଡା ଗ୍ରାମପଞ୍ଚାୟତ ଲୁଲୁବୁର ଗ୍ରାମର ସ୍ୱର୍ଗତଃ ଲବକୁଶ କୀର୍ସାନିଙ୍କ ସ୍ତ୍ରୀ କାନ୍ତମା କୀର୍ସାନି(୫୫) ଙ୍କ ମୃତ୍ୟୁ ହୋଇଯାଇଛି। କୋରାପୁଟ ଶହୀଦ ଲକ୍ଷ୍ମଣ ନାୟକ ମେଡ଼ିକାଲ କଲେଜରେ ତାଙ୍କୁ ଭର୍ତ୍ତି କରାଯାଇଥିଲା। ଗତକାଲି ରାତି ୩ ଘଣ୍ଟା ସମୟରେ ଚିକିତ୍ସାଧିନ ଅବସ୍ଥାରେ ମୃତ୍ୟୁ ବରଣ କରିଥିବା ନେଇ ଡାକ୍ତର ମୃତ ଘୋଷଣା କରିଛନ୍ତି। ମୃତ ମହିଳାଙ୍କ ସ୍ୱାମୀ ପୁଅ ଦୀର୍ଘ ବର୍ଷ ତଳେ ମୃତ୍ୟୁ ବରଣ କରିଥିଲେ ବୋଲି ଲୁଲୁବୁର ଗ୍ରାମବାସୀ କହିଛନ୍ତି। ତେବେ ପ୍ରତିବର୍ଷ ବର୍ଷା ଦିନରେ ଏହିପରି ଭାବେ ସାପ କାମୁଡ଼ାରେ ଲୋକଙ୍କ ବହୁ ମୂଲ୍ୟ ଜୀବନ ଯାଉଛି। ବାଲଡା ଅଞ୍ଚଳରେ ଅସହାୟ ମହିଳାଙ୍କ ମୃତ୍ୟୁ ଖବର ଶୁଣି ଶୋକର ଛାୟା ଖେଳିଯାଇଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.