Home ଜିଲ୍ଲା ପରିକ୍ରମା ସାନ ସରକାର ବାବାଙ୍କ ୧୧ତମ ବାର୍ଷିକ ସମାରୋହ

ସାନ ସରକାର ବାବାଙ୍କ ୧୧ତମ ବାର୍ଷିକ ସମାରୋହ

3

ଭଦ୍ରକ, ୫ା୪ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ବାଇପାସ ରୋଡ ସ୍ଥିତ ସରକାର ନଗର ଖାନକାହା ଠାରେ ମହାମାନ୍ୟ ସିଦ୍ଧ ପୁରୁଷ ହଜରତ ସୈୟଦ ଶାହା ୱସିମ ଅଖତର କାଦରୀ ଓରଫ ସାନ ସରକାର ବାବାଙ୍କ ୧୧ ତମ ବାର୍ଷିକ ଫାତେହା “ଉର୍ଷେ-ମାମାଜାନ” ଦୁଇଦିନ ଧରି ପାଳିତ ହୋଇଯାଇଛି । ଉତ୍ସବର ପ୍ରଥମ ଦିନ ପ୍ରବଳ ବର୍ଷା ସତ୍ତ୍ୱେ ରାଜ୍ୟ ତଥା ରାଜ୍ୟ ବାହାରୁ କଲିକତା, ବିହାର, ହାଇଦ୍ରାବାଦ , ଏଲାହାବାଦ, ଦିଲ୍ଲୀ, କାଶ୍ମୀର ଏବଂ ବିଭିନ୍ନ ରାଜ୍ୟରୁ ଲକ୍ଷାଧିକ ଶ୍ରଦ୍ଧାଳୁ ଶାନ୍ତି ଶୃଙ୍ଖଳାର ସହ ଉତ୍ସବରେ ଯୋଗ ଦେଇଥିଲେ । ସାନ ସରକାର ବାବା ୨୪-୦୧-୧୯୫୪ ମସିହା ବିହାର ପ୍ରଦେଶର ( ଝରିଆ ) ନାମକ ଗାଁରେ ପିତା ସୈୟଦ ଶାହା ଅବୁ ସଇଦ କାଦରୀ ଓ ମାତା ସୈୟଦ ସଇୟାଦା ୱାରଷା ଖାତୁନ କାଦରୀଙ୍କ ଔରଷରୁ ଜନ୍ମ ନେଇଥିଲେ । ୧୯୭୧ ମସିହାରେ ତାଙ୍କର ବଡ଼ ଭାଇ ସନ୍ଥ ସୈୟଦ ଶାହା ନସିମ ଅଖତର କାଦରୀ (ବଡ଼ ସରକାର ) ବାବାଙ୍କ ସହିତ ଭଦ୍ରକ ଆସି ଅନେକ ଜନସେବାରେ ନିଜକୁ ନିୟୋଜିତ କରିଥିଲେ । ସାନ ସରକାର ବାବା ନିଜ ଅନୁଗାମୀଙ୍କୁ ଉପଦେଶ ଛଳରେ ପ୍ରତିଦିନ ପ୍ରଭୁଙ୍କୁ ପ୍ରାର୍ଥନା କରିବା ଦ୍ୱାରା ମନରେ ସ୍ୱଚ୍ଛତା ଓ ସେବା ମନୋବୃତି ଫୁଟିଉଠେ ବୋଲି କହି ଆସୁଥିଲେ । ଭଦ୍ରକରେ ରକ୍ତର ଅଭାବ ଯେଉଁ ସମୟରେ ଥିଲା ସେହି ସମୟରେ “ଅଖିଳ ଭାରତୀୟ ଦୁଃଖୀ ସମାଜ ସଂଗଠନ” କରି “ରକ୍ତଦାନ ଶିବିର” କରାଇଥିଲେ ଯାହା ଆଜି ପର୍ଯ୍ୟନ୍ତ ମାମାଜାନଙ୍କ ଭକ୍ତ ମାନେ ପ୍ରତ୍ୟେକ ବର୍ଷ ରକ୍ତଦାନ ଶିବିର ଚାଲୁ ରହିଛ । ମାତ୍ର ୫୯ ବର୍ଷରେ ତାଙ୍କର ପରଲୋକ ଘଟିଥିଲା । କିନ୍ତୁ ସେ ଛାଡି ଯାଇଥିବା ଆଦର୍ଶକୁ ଏବେ ଲକ୍ଷ ଲକ୍ଷ ଅନୁଗାମୀ ଅନୁସରଣ କରୁଛନ୍ତ । ଉର୍ଷ ଉତ୍ସବରେ ଅର୍ଦ୍ଧରାତ୍ରିରେ ବାବାଙ୍କ ସମାଧି ସ୍ଥଳରେ ଜଳଲାଗି ସ୍ନାନ (ଗୋସଲଖାନୀ) କରାଯାଇ କମିଟିର ଚାଦର ଚଢା ଯାଇଥିଲା । ସକାଳ ନମାଜ ପାଠ ସାରି କୋରାନଖାନୀ , ମିଲାଦ ସରିଫ, ଫାତେହା ଉତ୍ସବ କାର୍ଯ୍ୟକ୍ରମ ସରିଲା ପରେ ସମସ୍ତ ଭକ୍ତ ମାନଙ୍କୁ ଶିରିଣି (ଫଳପ୍ରସାଦ) ବଣ୍ଟନ କରାଯାଇ ସକାଳରୁ ରାତ୍ରି ୧୨ ଟା ପର୍ଯ୍ୟନ୍ତ ଭକ୍ତ ମାନେ ଚାଦର ଶୋଭାଯାତ୍ରା କରି ସାନ ସରକାର ଓ ବଡ଼ ସରକାର ବାବାଙ୍କ ସମାଧୀରେ ଚାଦର ଚଢାଇ ଥିଲେ । ଏହି ଉତ୍ସବରେ ପ୍ରତ୍ୟେକ ଧର୍ମର ଅନୁଗାମୀ ଭକ୍ତ ମାନେ ଆସି ବାବାଙ୍କୁ ଦର୍ଶନ କରିଛନ୍ତି । ଏଠି କୌଣସି ଭେଦଭାବ ରହେ ନାହିଁ ଓ ଭକ୍ତମାନଙ୍କ ପାଇଁ ଫ୍ରି.ଟି. ଷ୍ଟଲ, ସ୍ୱାସ୍ଥ୍ୟ ଶିବିର ସହ ବିଭିନ୍ନ କମିଟି ଦ୍ୱାରା ଦୁଇ ଦିନ ଧରି ( ଲଙ୍ଗର ) ଫ୍ରି ଖାଦ୍ୟ ର ବ୍ୟବସ୍ଥା କରାଯାଇଥିଲା । ଏଥିରେ ବିଭିନ୍ନ ରାଜନୈତିକ ଦଳର ନେତା ମାନେ ଯୋଗଦାନ କରିଥିଲେ । ଏହି ଉତ୍ସବରେ ବିଭିନ୍ନ ପ୍ରକାରର ଦୋକାନ ଖୋଲାସହିତ ସୁସଜ୍ଜିତ ଗେଟ ଓ ରଙ୍ଗବେରଙ୍ଗର ଆଲୋକ ଲଗା ଯାଇଥିଲା । ପ୍ରତ୍ୟେକ ଭକ୍ତ ମାନେ “ସଦଭାବନାର ପ୍ରତୀକ” ବଜାୟ ରଖି ଶାନ୍ତିଶୃଙ୍ଖଳା ସହିତ ଉତ୍ସବକୁ ସଫଳ କରିଥିଲେ । ଭଦ୍ରକ ଜିଲ୍ଲା ଏସପି ମନୋଜ କୁମାର ରାଉତ ଏବଂ ତାଙ୍କ ସ୍ୱତନ୍ତ୍ର ପୋଲିସ ଟିମ ମୂଳରୁ ଶେଷ ପର୍ଯ୍ୟନ୍ତ ଶାନ୍ତି ଶୃଙ୍ଖଳା ବଜାୟ ରଖିଥିବା ଭକ୍ତମାନଙ୍କ ଉପରେ ତୀକ୍ଷଣ ନଜର ରଖି କାର୍ଯ୍ୟ ଭାର ସମ୍ବାଳି ଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.