Home Top News ସାଧୁଙ୍କର ଏପରି ବାଣୀ ? … ମହିଳାଙ୍କୁ ଅପହରଣ କରି ବଳାତ୍କାର କରିବାକୁ ପଛେଇବେ ନାହିଁ!...

ସାଧୁଙ୍କର ଏପରି ବାଣୀ ? … ମହିଳାଙ୍କୁ ଅପହରଣ କରି ବଳାତ୍କାର କରିବାକୁ ପଛେଇବେ ନାହିଁ! ଏବେ ଆମେ କେଉଁଠି? ଆପଣ ଦେଖନ୍ତୁ ଭିଡ଼ିଓ,

122

ନୂଆ ଦିଲ୍ଲୀ ୮-୪ (ଓଡ଼ିଆ ପୁଅ) ଜଣେ ସାଧୁଙ୍କର ଏପରି ବକ୍ତବ୍ୟ ନିଶ୍ଚିତଭାବରେ ନିନ୍ଦନୀୟ। ଏପରି ବିବାଦୀୟ ଭାଷଣ ଆମ ଦେଶରେ କ’ଣ ପାଇଁ? ଏପରି ଏକ ଭିଡ଼ିଓ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି। ଏହି ଭିଡ଼ିଓକୁ ସେୟାର କରିଛନ୍ତି ରାଣା ଆୟୁବ ନାମକ ଜଣେ ସାମ୍ବାଦିକା। ତେବେ ଏହି ଭିଡ଼ିଓରେ ଦେଖାଯାଉଛିଯେ, ଜଣେ ସାଧୁ କହୁଛନ୍ତିଯେ, ମୁସଲମାନ ମହିଳାମାନଙ୍କୁ ଅପହରଣ କରି ବଳାତ୍କାର କରିବାକୁ ପଛେଇବେ ନାହିଁ! ତାହା ପୁଣି ପୋଲିସ୍ ଉପସ୍ଥିତିରେ!

ରାଣା ଆୟୁବ ଲେଖିଛନ୍ତିଯେ, “ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧୀନରେ ଏହା ହେଉଛି ଭାରତ। … ଲଜ୍ଜା”
ଆପଣ ଦେଖି ନିଅନ୍ତୁ ଭିଡ଼ିଓ

ହିନ୍ଦୁ ସାଧୁଙ୍କର ଏପରି ସମାଜରେ ଘୃଣା ସୃଷ୍ଟିକାରୀ ବୟାନକୁ ନେଇ ଅନେକ ଲୋକ ସମାଲୋଚନା କରିଛନ୍ତି। ତେବେ ଏହି ସାଧୁ କିମ୍ବା ମହନ୍ତ ଜଣଙ୍କ ସର୍ବସମ୍ମୁଖରେ ମୁସଲିମ ମହିଳାମାନଙ୍କୁ ଉଠାଇ ଦୁଷ୍କର୍ମ କରିବେ ବୋଲି ଧମକ ଦେବା ଏବଂ ୁପସ୍ଥିତ ସମର୍ଥକମାନେ ଜୟ ଶ୍ରୀରାମ ନାରା ଦେବା ସମାଜରେ ଗଋଣାଭାବ ନିଶ୍ଚିତ ଭାବରେ ସୃଷ୍ଟି କରିବ ବୋଲି ଅନେକ ଲୋକ କହୁଛନ୍ତି।

ଏହି ଗଟଣାଟି ଉତ୍ତର ପ୍ରଦେଶର ସୀତାପୁର ଜିଲ୍ଲା ଅନ୍ତର୍ଗତ ଖୈରାବାଦ ଠାରେ ଥିବା ଗୋଟିଏ ମସଜିଦ ଆଗରେ ହୋଇଥିବା କୁହାଯାଉଛି।

ଭିଡିଓରେ ସାଧୁ ଜଣଙ୍କ ଖୈରାବାଦ ସହରର ମହନ୍ତ ବୋଲି କୁହାଯାଉଛି। ସେ ଗୋଟିଏ ଜିପ୍‌ରେ ବସି ରାସ୍ତାରେ ଭିଡ଼ କରିଥିବା ତାଙ୍କ ସମର୍ଥକମାନଙ୍କୁ ସମ୍ବୋଧନ କରୁଛନ୍ତି। ପୁଲିସ୍‌ ମଧ୍ୟ ସେଠାରେ ଉପସ୍ଥିତ ଥିବା କୁହାଯାଉଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.