ଭଦ୍ରକ, ୨୦ା୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭାରତୀୟ ଜନତା ପାର୍ଟି କେବଳ କ୍ଷମତା ରାଜନୀତିରେ ବିଶ୍ୱାସ କରେ ନାହିଁ।ସମାଜର ତଳସ୍ତରରେ ଥିବା ଲୋକଙ୍କୁ ସମସ୍ତ ସୁବିଧା ସୁଯୋଗ ଯୋଗାଇ ଦେବା ପାଇଁ ବିଜେପିର କାର୍ଯକର୍ତାମାନେ ସମର୍ପିତ ଭାବନା ନେଇ କାର୍ଯ୍ୟ କରିବାକୁ ବିଜେପିର ମିଶ୍ରଣ ପର୍ବରେ ସାଂସଦ ଅଭିମନ୍ୟୁ ସେଠୀ ଓ ଅନ୍ୟ ନେତୃବୃନ୍ଦ ଆହ୍ୱାନ ଦେଇଛନ୍ତି।ବିଜେପି ସୁବର୍ଣମୁଖୀ ମଣ୍ଡଳ ଅନ୍ତର୍ଗତ ମଞ୍ଜୁରୀରୋଡ଼ ଡାକ୍ତରଖାନା ପଡ଼ିଆରେ ଅନୁଷ୍ଠିତ ମିଶ୍ରଣ ପର୍ବ କାର୍ଯ୍ୟକ୍ରମ ପ୍ରକାଶ ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା।ଏଥିରେ ସାଂସଦ ଶ୍ରୀ ସେଠୀଙ୍କ ସମେତ ଦଳର ଜିଲ୍ଲା ସଭାପତି ଭଗବାନ ପଣ୍ଡା, ଜିଲ୍ଲା ଉପସଭାନେତ୍ରୀ ତପସ୍ୱିନୀ ମହାପାତ୍ର, ବ୍ଲକ ଅଧ୍ୟକ୍ଷା ସୁମତି ସେଠୀ, ଉପାଧ୍ୟକ୍ଷ ପ୍ରଣିତକାନ୍ତି ସାମଲ,ଜିଲ୍ଲା ପରିଷଦ ସଭ୍ୟ ବଦ୍ରିନାରାୟଣ ରାଉତ,ବରିଷ୍ଠ ନେତା ବସନ୍ତ କୁମାର ରାଉତ,ପୂର୍ବତନ ଜିଲ୍ଲା ସଭାପତି ଅକ୍ଷୟ ସାହୁ,ମଣ୍ଡଳ ସଭାପତି ପ୍ରଣବ ରାଉତ, ପୂର୍ବତନ ବ୍ଲକ ଅଧ୍ୟକ୍ଷା ସଂଘମିତ୍ରା ପଣ୍ଡା,ଗିରିଶ ସାମଲ, ଭଣ୍ଡାରିପୋଖରୀ ମଣ୍ଡଳ ସଭାପତି ତରଣୀସେନ ଜେନା ପ୍ରମୁଖ ଉଦବୋଧନ ଦେଇଥିଲେ।ଏହି ଅବସରରେ କଂଗ୍ରେସର ପୂର୍ବତନ ଜିଲ୍ଲା ସମ୍ପାଦକ ଜଗନ୍ନାଥ ସେନାପତି, ପୂର୍ବତନ ସରପଂଚ ଲକ୍ଷ୍ମୀ ପ୍ରିୟଦର୍ଶିନୀ ଭାରତୀ, ପୂର୍ବତନ ବିଜେଡି ବ୍ଲକ ଉପସଭାପତି ଜଗନ୍ନାଥ ଭାରତୀଙ୍କ ସମେତ ବିଭିନ୍ନ ପଂଚାୟତରୁ ୩ଶହରୁ ଅଧିକ ବ୍ୟକ୍ତି ବିଜେପିରେ ସାମିଲ ହୋଇଥିଲେ।ବିଭିନ୍ନ ପଂଚାୟତ ସଭାପତି ତରଣୀସେନ ପଣ୍ଡା,ପ୍ରବୀଣ ରାଉତ,ବସନ୍ତ ବିଶ୍ୱାଳ,ସନ୍ତୋଷ ବେହେରା, ରାଜେଶ ବିଶ୍ୱାଳ,ସୁଶାନ୍ତ ମହାପାତ୍ର, ପର୍ଶୁରାମ ପରିଡ଼ା,ପ୍ରଦୀପ ପାଢ଼ୀ, ମିହିର ନାୟକ,ପ୍ରଫୁଲ୍ଲ ଓଝା,ମନୋଜ ସାହୁ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।ମଣ୍ଡଳ ସାଧାରଣ ସମ୍ପାଦକ କୈଳାସ ସାହୁ ଅତିଥି ପରିଚୟ ଓ ସୁରେଶ ଦାସ ସ୍ୱାଗତ ଭାଷଣ ପ୍ରଦ୍ୟୁମ୍ନ ସେନାପତି ଧନ୍ୟବାଦ ପ୍ରଦାନ କରିଥିଲେ।








