Home ଜିଲ୍ଲା ପରିକ୍ରମା ସାଧାରଣତନ୍ତ୍ର ଦିବସ- ୨୦୨୪, ପ୍ରତିଯୋଗିତା ଆରମ୍ଭ, ବକ୍ତୃତା, ଜି.କେ. ଶେଷ

ସାଧାରଣତନ୍ତ୍ର ଦିବସ- ୨୦୨୪, ପ୍ରତିଯୋଗିତା ଆରମ୍ଭ, ବକ୍ତୃତା, ଜି.କେ. ଶେଷ

17

ଭଦ୍ରକ, ୧୮ା୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଆଗାମୀ ୭୫ ତମ ସାଧାରଣତନ୍ତ୍ର ଦିବସକୁ ଭଦ୍ରକ ଜିଲ୍ଲାସ୍ତରରେ ପାଳନ କରାଯିବା ନେଇ ଗତ ୫ ତାରିଖରେ ଅନୁଷ୍ଠିତ ପ୍ରସ୍ତୁତି ବୈଠକର ନିଷ୍ପତ୍ତି ଅନୁଯାୟୀ ୧୮ ତାରିଖରୁ ବିଭିନ୍ନ ପ୍ରତିଯୋଗିତା କାର୍ଯ୍ୟକ୍ରମ ଆରମ୍ଭ କରାଯାଇଛି । ରୋଟାରୀକ୍ଲବ୍‌, ଭଦ୍ରକର ପୃଷ୍ଠପୋଷକତାରେ ଜିଲ୍ଲା ସଂସ୍କୃତି ଭବନରେ ଓଡ଼ିଆ ଓ ଇଂରାଜୀ ଭାଷାରେ ବକ୍ତୃତା ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । କ୍ଲବର ସଭାପତି ପ୍ରଣବ କୁମାର ସାହୁଙ୍କ ସଂଯୋଜନାରେ ଆୟୋଜିତ ଇଂରାଜୀ ବକ୍ତୃତା ପ୍ରତିଯୋଗିତାରେ ବ୍ରଜମୋହନ ମିଶ୍ର, ଗୋଲକ ବିହାରୀ ସାହୁ, ସଂଗ୍ରାମ ମହାନ୍ତି ଓଡ଼ିଆ ବକ୍ତୃତା ପାଇଁ ଓ ପ୍ରଫୁଲ୍ଲ ସାହୁ, ରଜନୀକାନ୍ତ ମହାନ୍ତି, ଅଟଳ ବିହାରୀ ନାୟକ ବିଚାରକ ଭାବେ ମୂଲ୍ୟାଙ୍କନ କରିଥିଲେ । ଓଡ଼ିଆ ବକୃତା କନିଷ୍ଠ ବର୍ଗରେ କୋଠାର ହାଇସ୍କୁଲ ଧାମନଗରର ସୂଜାତା ବେହେରା ୧ମ, କୋହ୍ଲ ୟୁ.ପି.ଏମ୍‌.ଇ ସ୍କୁଲ ତିହିଡ଼ିର ଆର୍ଶୀବାଦ ମହାନ୍ତି ୨ୟ, ଏସ୍‌.ବି.ଡ଼ି. ଇଣ୍ଟରନ୍ୟାସନାଲ ସ୍କୁଲର ସୋନାକ୍ଷୀ ବଳ ୩ୟ, ବରିଷ୍ଠ ବର୍ଗରେ ଏସ୍‌.ବି.ଡ଼ି. ଇଣ୍ଟରନ୍ୟାସନାଲ ସ୍କୁଲର ତୃପ୍ତିତନୟା ପଣ୍ଡା ୧ମ, ସରକାରୀ ୟୁ.ପି. ସ୍କୁଲ, ନୀଳକଣ୍ଠପୁରର ରାଜଶ୍ରୀ ଗୌରପଦ୍ମା ଦାସ ୨ୟ, ଏମ୍‌.ଏମ୍‌.ସରସ୍ୱତୀ ଶିଶୁମନ୍ଦିରର ଶିବାନୀ ସ୍ପନ୍ଦନା ସାମଲ ତୃତୀୟ ସ୍ଥାନ ନେଇଛନ୍ତି ।

ଇଂରାଜୀ ବକୃତା କନିଷ୍ଠ ବର୍ଗରେ ଓଡ଼ିଆ ଆଦର୍ଶ ବିଦ୍ୟାଳୟ, ଓଲଙ୍ଗର ଅଭିଜ୍ଞାନ ସାହୁ ୧ମ, ଡ଼ି.ଏଭି ଏସ୍‌.ଡ଼ି.ପି.ଏସ୍‌.ର ଆଦର୍ଶ ପଣ୍ଡା ୨ୟ ଏବଂ ଅନେଷା ସିଂ ତୃତୀୟ, ବରିଷ୍ଠ ବର୍ଗରେ ସେଣ୍ଟ ଜାଭିୟର ସ୍କୁଲର ଉଦିପ୍ତା କର ୧ମ, ସାଇ ସୁନୟନା ପରିଡ଼ା ୨ୟ ଏସ୍‌.ବି.ଡ଼ି.ର ଆସ୍ଥା ନାୟକ ଓ ଓଡ଼ିଶା ଆଦର୍ଶ ବିଦ୍ୟାଳୟ ଓଲଙ୍ଗର ନୀହାର ରଂଜନ ନାୟକ ଯୁଗ୍ମ ୩ୟ ହୋଇଛନ୍ତି । କ୍ଲବର ବରିଷ୍ଠ ସଦସ୍ୟ ରୋଟାରିଆନ ଅବସରପ୍ରାପ୍ତ ଶିକ୍ଷାବିତ ଗୟାଧର ପଣ୍ଡା, ଅବସରପ୍ରାପ୍ତ ଶିକ୍ଷକ ରୋଟାରିଆନ୍ ଶୈଳେନ୍ଦ୍ର ନାରାୟଣ ପାଢ଼ୀ, ସନ୍ତୋଷ ନାୟକ, ଉମାକାନ୍ତ ଜେନା ପ୍ରମୁଖ ଏହି ପ୍ରତିଯୋଗିତା ଆୟୋଜନ ଓ ପରିଚାଳନାରେ ଆନୁସଙ୍ଗିକ ସହଯୋଗ କରିଥିଲେ । ସେହିପରି ସାଳନ୍ଦୀ ହସ୍‌ପିଟାଲ ର ପୃଷ୍ଟପୋଷକତାରେ ଡା. ପ୍ରଭାସ କୁମାର ମହାନ୍ତିଙ୍କ ସଂଯୋଜନାରେ ଭଦ୍ରକ ଉଚ୍ଚ ବିଦ୍ୟାଳୟ ପରିସରରେ ସାଧାରଣଜ୍ଞାନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ଏଥିରେ ସରକାରୀ ହାଇସ୍କୁଲ ତିହିଡ଼ିର ଜି.କେ ଫାଲଗୁନୀ ନାୟକ ୧ମ, ଏସ୍‌.ବି.ଡ଼ି. ଇଣ୍ଟରନ୍ୟାସନାଲ ସ୍କୁଲର ବୀରଭଦ୍ର ବଳ ୨ୟ, ଶିବଦୁର୍ଗା ସରକାରୀ ହାଇସ୍କୁଲ, ଚାନ୍ଦବାଲିର ଜେ.ଏସ୍‌. ସାଇଶଙ୍କର ତୃତୀୟ ହୋଇଛନ୍ତି । ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ରମେଶ ଚନ୍ଦ୍ର ନାୟକ ଉଭୟ ପ୍ରତିଯୋଗିତା କାର୍ଯ୍ୟକ୍ରମରେ ଉପସ୍ଥିତ ରହି ପରିଚାଳନା ପଦ୍ଧତିର ତଦାରଖ କରିଥିଲେ । ବିଭାଗୀୟ କର୍ମଚାରୀ ମୀନାକ୍ଷୀ ଗରାବଡ଼ୁ ଓ ସୁରେନ୍ଦ୍ର ଚନ୍ଦ୍ର ତ୍ରିପାଠୀ ଆନୁସଙ୍ଗିକ ସହଯୋଗ କରିଥିଲେ । ୧୯ରେ ଜିଲ୍ଲା ସଂସ୍କୃତି ଭବନରେ ଦେଶାତ୍ମବୋଧକ ସଙ୍ଗୀତ ଓ ୨୦ରେ ଚିତ୍ରାଙ୍କନ ଓ ପ୍ରବନ୍ଧ ପ୍ରତିଯୋଗିତା ଅନୁଷ୍ଠିତ ହେବ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.