Home ଜିଲ୍ଲା ପରିକ୍ରମା ଖାଦ୍ୟ କମିଶନ ସଦସ୍ୟଙ୍କ ଅଚାନକ ତିହିଡ଼ି ବ୍ଲକ୍ ଗସ୍ତ

ଖାଦ୍ୟ କମିଶନ ସଦସ୍ୟଙ୍କ ଅଚାନକ ତିହିଡ଼ି ବ୍ଲକ୍ ଗସ୍ତ

15

ଭଦ୍ରକ, ୧୮ା୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଓଡ଼ିଶା ରାଜ୍ୟ ଖାଦ୍ୟ କମିଶନ ସଦସ୍ୟ ଦୟାନିଧି ଦାଶ ଆଜି ଆଚାନକ ଭଦ୍ରକ ଜିଲ୍ଲା ତିହିଡ଼ି ବ୍ଲକର ବିଭିନ୍ନ ଅଙ୍ଗନବାଡ଼ି କେନ୍ଦ୍ର, ବିଦ୍ୟାଳୟ ଏବଂ ସୁଲଭ ଖାଉଟୀ ଯୋଗାଣ କେନ୍ଦ୍ର ବୁଲି ଦେଖିଥିଲେ । ମାନ୍ୟବର ସଦସ୍ୟ ଦୋଳସାହି, ଦୋଳସାହି-୧, ନନ୍ଦପୁର-୧, ମଙ୍ଗରାପୁର-୩, କାଁପଡ଼ା-୧, ଅଙ୍ଗନବାଡ଼ି କେନ୍ଦ୍ର ପରିଦର୍ଶନ କରିବା ସହ ପିଲାମାନଙ୍କ ଖାଦ୍ୟର ମାନ, ଓଜନ ଓ ଉଚ୍ଚତା ପୋଷଣ ଆପ୍‌ରେ ଅପଲୋଡ଼ ଉପରେ ଗୁରୁତ୍ୱ ଦେଇ କାର୍ଯ୍ୟ କରିବାକୁ ଅଙ୍ଗନବାଡ଼ି କର୍ମୀଙ୍କୁ ଶ୍ରୀ ଦାଶ ପରାମର୍ଶ ଦେଇଥିଲେ । ସେହିପରି ମାନ୍ୟବର ସଦସ୍ୟ ଦୋଳସାହି ଅଲିପୁର ପ୍ରାଥମିକ ବିଦ୍ୟାଳୟ, ନନ୍ଦପୁର ଉନ୍ନତୀ ପ୍ରାଥମିକ ବିଦ୍ୟାଳୟ, ଚନ୍ଦ୍ରଶେଖର ରତ୍ନାକର ସହଯୋଗ ସରକାରୀ ହାଇସକ୍‌ୁଲ, ମଙ୍ଗରାପୁର ପ୍ରକଳ୍ପ ଉ.ପ୍ରା. ବିଦ୍ୟାଳୟ, କାଁପଡ଼ା ସରକାରୀ ପ୍ରାଥମିକ ବିଦ୍ୟାଳୟ, ବାସୁଳୀ ସରକାରୀ ହାଇସ୍କୁଲ, କାଁପଡ଼ା, ଗୋଳାପୋଖରୀ ୟୁଜିୟୁପି ସ୍କୁଲ ପରିଦର୍ଶନ କରି ମଧ୍ୟାହ୍ନ ଭୋଜନର ମାନ ତନଖିଥିବା ବେଳେ ପାନୀୟ ଜଳ ଓ ସ୍ୱଚ୍ଛ ପରିବେଶ ଉପରେ ଗୁରୁତ୍ୱ ଦେଇଥିଫଲେ । କାଁପଡ଼ା ସରକାରୀ ପ୍ରାଥମିକ ବିଦ୍ୟାଳୟର ଶିକ୍ଷକ, ଶିକ୍ଷୟିତ୍ରୀମାନେ ବିଦ୍ୟାଳୟ ପରିସରରେ ତିଆରି କରିଥିବା କିଚେନ୍ ଗାର୍ଡ଼େନ ଦେଖି ମାନ୍ୟବର ସଦସ୍ୟ ନିଜର ଖୁସି ବ୍ୟକ୍ତ କରିଥିଲେ । ଦୋଳସାହି ସ୍ଥିତ ସୁଲଭ ଖାଉଟୀ ସାମଗ୍ରୀ ବଣ୍ଟନ କେନ୍ଦ୍ରର କିଛି ହିତାଧିକାରୀ ଚାଉଳ ବାଣ୍ଟିବା ବେଳେ ସଂପୃକ୍ତ ୍‌ରିଟେଲର ହଇରାଣ କରୁଥିବା ଅଭିଯୋଗ କରିଥିଲେ । ଅପରପକ୍ଷେ କାଁପଡ଼ା ରିଟେଲର ଅପରାହ୍ନ ପ୍ରାୟ ଗୋଟାଏ ପର୍ଯ୍ୟନ୍ତ ହିତାଧିକାରୀ ମାନଙ୍କୁ ଚାଉଳ ଯୋଗାଉଥିବା ମାନ୍ୟବର ସଦସ୍ୟ ଦେଖିବାକୁ ପାଇଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.