Home ଜିଲ୍ଲା ପରିକ୍ରମା ସାତଭଉଣୀ ମଣ୍ଡଳ ସ୍ତରୀୟ ସମାବେଶ

ସାତଭଉଣୀ ମଣ୍ଡଳ ସ୍ତରୀୟ ସମାବେଶ

11

ଭଦ୍ରକ, ୧୯ା୬ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଆଜି “ସାତଭଉଣୀ ମଣ୍ଡଳରେ’ ମଣ୍ଡଳ ସ୍ତରୀୟ ସମାବେଶ ଅନୁଷ୍ଠିତ ହୋଇଯାଇଛି। କେନ୍ଦ୍ର ସରକାରଙ୍କ ୧୧ ବର୍ଷ ଓ ଓଡ଼ିଶାର ସରକାରଙ୍କ ୧ ବର୍ଷ ସୁଶାସନ ଉପଲକ୍ଷେ, “ସାତଭଉଣୀ ମଣ୍ଡଳରେ” ଆୟୋଜିତ ମଣ୍ଡଳ ସ୍ତରୀୟ ସମାବେଶରେ ଅନୁଷ୍ଠିତ ଉଦବୋଧନ କାର୍ଯ୍ୟକ୍ରମରେ ବିଗତ ଏକ ବର୍ଷ ମଧ୍ୟରେ ସରକାରଙ୍କ ଦ୍ୱାରା ଗ୍ରହଣ କରାଯାଇଥିବା ଉଲ୍ଲେଖନୀୟ ଓ ଜନହିତକାରୀ ପଦକ୍ଷେପଗୁଡିକୁ ଉଜାଗର କଲେ ଭଦ୍ରକ ବିଧାୟକ ସୀତାଂଶୁ ଶେଖର ମହାପାତ୍ର। ଯଶସ୍ୱୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଓ ଓଡ଼ିଶାର ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ନେତୃତ୍ୱରେ ଡବଲ ଇଞ୍ଜିନ ସରକାର ରାଜ୍ୟରେ ଅଭୂତପୂର୍ବ ଗତିରେ ବିକାଶ କାର୍ଯ୍ୟକୁ ଅଗ୍ରଗାମୀ କରିଛି।କୃଷି,ଶିକ୍ଷା,ସ୍ୱାସ୍ଥ୍ୟ,ଶିଳ୍ପ,ନିଯୁକ୍ତି,ସହରୀକରଣ ସହ ଅନେକ ମୂଳ କ୍ଷେତ୍ରରେ ଏହି ଦୁଇ ସରକାର ଯୁଗଳ ପ୍ରୟାସରେ ଦୃଶ୍ୟମାନ ପରିବର୍ତନ ଆଣିଛି ବୋଲି କହିଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.