Home ଜିଲ୍ଲା ପରିକ୍ରମା ସାଙ୍ଗକୁ ଆକ୍ରମଣକାରୀଙ୍କ କବଳରୁ ରକ୍ଷା କରିବାକୁ ଯାଇ ଛୁରା ମାଡ଼ର ଶିକାର ହେଲେ ଯୁବକ

ସାଙ୍ଗକୁ ଆକ୍ରମଣକାରୀଙ୍କ କବଳରୁ ରକ୍ଷା କରିବାକୁ ଯାଇ ଛୁରା ମାଡ଼ର ଶିକାର ହେଲେ ଯୁବକ

8

ଭଦ୍ରକ, ୨୩ା୭ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ସାଙ୍ଗକୁ ଆକ୍ରମଣ କାରି ଙ୍କ କବଳରୁ ରକ୍ଷା କରିବାକୁ ଯାଇ ଛୁରା ମାଡ଼ର ଶିକାର ହେଲେ ଜଣେ ଯୁବକ। ଗୁରୁତର ଭାବେ ଡାକ୍ତରଖାନା ରେ ଭର୍ତି। ଏଭଳି ଘଟଣା ଘଟିଛି ଭଦ୍ରକ ଟାଉନ ଥାନା ଅଧିନସ୍ଥ ଚରମ୍ପା ହାଇସ୍କୁଲ ରୋଡ଼ ଦୁର୍ଗା ପୂଜା ମଣ୍ଡପ ନିକଟ। ଗତ କାଲି ରାତିରେ ଚରମ୍ପା ନୂଆ ପୋଖରୀ ଅଂଚଳ ର କାର୍ତିକ ଚନ୍ଦ୍ର ପାଢ଼ୀ ଓ ତାଙ୍କର ଦୁଇ ସାଙ୍ଗ ଗୋଟିଏ ମୋଟର ସାଇକେଲ ରେ ଚରମ୍ପା ହାଇସ୍କୁଲ ରୋଡ଼ ରେ ଠିଆ ହୋଇ ବାଦାମ କିଣି ଗାଡି ଷ୍ଟାର୍ଟ କରି ଘରକୁ ଆସିବା ପାଇଁ ବାହାରୁ ଥିବା ବେଳେ ଗାଡି ସାଉଣ୍ଡ କୁ ନେଇ ସେଠାରେ ଥିବା କିଛି ଯୁବକ ପ୍ରଥମେ କାର୍ତିକ ଙ୍କ ସାଙ୍ଗକୁ ଟାଣି ଘୋଷାରି ଆକ୍ରମଣ ପାଇଁ ଉଦ୍ୟମ କରିଥିଲେ। ତେଣୁ କାର୍ତିକ ତାଙ୍କ ସାଙ୍ଗ କୁ ସେମାନଙ୍କ ଠାରୁ ଉଦ୍ଧାର କରୁଥିବା ବେଳେ ଉତ୍ୟକ୍ତ ହୋଇ ଅନ୍ୟ ଜଣେ ଯୁବକ ହଠାତ ଛୁରୀରେ ଆକ୍ରମଣ କରିଥିଲା। ଫଳରେ ଛୁରୀ କାର୍ତିକଙ୍କ ହାତରେ ଫୁଟି ଯାଇଥିଲା। ପରେ ଆକ୍ରମଣ କାରି ମାନେ ସେଠାରୁ ପଳାଇ ଯାଇଥିଲା ବେଳେ ସ୍ଥାନୀୟ ଲୋକେ କାର୍ତିକ ଙ୍କୁ ଚିକିତ୍ସା ପାଇଁ ଭଦ୍ରକ ଜିଲ୍ଲା ହସ୍ପିଟାଲରେ ଭର୍ତି କରିଛନ୍ତି। ଅଭିଯୋଗ ପରେ ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିବା ସହିତ ଆସାମୀ କୁ ଗିରଫ ପାଇଁ ଉଦ୍ୟମ କରୁଛି

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.