Home ଜିଲ୍ଲା ପରିକ୍ରମା ସାଇ ବିନାୟକ ଇଂଟରନେସନାଲ ସ୍କୁଲର ଚତୁର୍ଥ ବାର୍ଷିକ ଉତ୍ସବ ‘ଉମଙ୍ଗ-୪’

ସାଇ ବିନାୟକ ଇଂଟରନେସନାଲ ସ୍କୁଲର ଚତୁର୍ଥ ବାର୍ଷିକ ଉତ୍ସବ ‘ଉମଙ୍ଗ-୪’

5

ଭଦ୍ରକ, ୨୪ା୧୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ସ୍ଥାନୀୟ ସମରାଇପୁର ସ୍ଥିତ ପ୍ରାଚୀନଗରଠାରର ଥିବା ସାଇ ବିନାୟକ ଇଂଟରନୟାସନାଲ ସ୍କଲୁର ଚତୁର୍ଥବାର୍ଷିକ ଉତ୍ସବ ‘ଉମଙ୍ଗ-୪ (୨୦୨୫-୨୬)’ ଅତୟନ୍ତ ଉତ୍ସାହ ଓ ଉଦ୍ଦୀପନା ସହକାରର ପାଳିତ ହୋଇଯାଇଛି। କାର୍ଯ୍ୟକ୍ରମର ଆରମ୍ଭରୁ ସ୍କଲୁ ପକ୍ଷରୁ ଅତଥିିମାନଙ୍କୁ ମଂଚ ଆମନ୍ତ୍ରଣ କରାଯିବା ସହ ପୁଷ୍ପଗୁଚ୍ଛ, ବ୍ୟାଜ୍ ଓ ରାଲଡର ପ୍ରଦାନ କରି ସ୍ୱାଗତ କରାଯାଇଥିଲା। ଏହାପରେ ମୁଖ୍ୟ ଅତିଥି ଓ ଅନ୍ୟ ନିମନ୍ତ୍ରିତ ଅତିଥିମାନଙ୍କ ଦ୍ୱାରା ପ୍ରଦୀପ ପ୍ରଜ୍ୱଳନ କରାଯାଇ ପ୍ରଭୁ ବିନାୟକଙ୍କର ମାଲ୍ୟାର୍ପଣ କରାଯାଇଥିଲା। ବିଦୟାଳୟର ସଙ୍ଗୀତ ଦଳଙ୍କ ଦ୍ୱାରା ପରିବେର୍ଷିତ ସ୍ୱାଗତ ସଙ୍ଗୀତ ପରିବେଶକୁ ବେଶ୍ ଆଧ୍ୟାତ୍ମିକ କରିବା ସହ ଉତ୍ସବର ଶୁଭାରମ୍ଭ କରିଥିଲା। ବିଦ୍ୟାଳୟର ଅଧ୍ୟକ୍ଷ ଶିଶିର ରଞ୍ଜନ ପାଣିଗ୍ରାହୀ ସ୍ୱାଗତ ଭାର୍ଷଣ ପ୍ରଦାନ କରିଥିବା ବେରଳ, ଚେୟାରମୟାନ ପ୍ରମୋଦ କୁମାର ରାଉତ ବିଦ୍ୟାଳୟର ବାର୍ଷିକ ବିବରଣୀ ପାଠ କରିଥିରଲେ। ଅନୁଷ୍ଠାନର ପ୍ରତିଷ୍ଠାତା ତଥା ପୃଷ୍ଠପୋର୍ଷକ ମନୋଜ କୁମାର ପାଢୀ ଏବଂ ନିର୍ଦ୍ଦେଶକ ଭାଗ୍ୟଧର ପଣ୍ଡା ଶିକ୍ଷାର ମହତ୍ୱ ଓ ବିଦ୍ୟାଳୟର ଲକ୍ଷ୍ୟ ସର୍ମ୍ପକରେ ନିଜର ବକ୍ତବ୍ୟ ରଖିଥିଲେ। ଏହି ଅବସରରେ ମୁଖ୍ୟ ଅତିଥି ଭାବେ ଜିବନାନନ୍ଦ ପାଣିଗ୍ରାହୀ (ବିନାୟକ ଯୁକ୍ତ ଦୁଇ ମହାବିଦ୍ୟାଳୟ ର ନିର୍ଦ୍ଦେଶକ) ଏବଂ ମୁଖ୍ୟ ବକ୍ତା ଭାବେ ସାହିତ୍ୟ ଏକାଡେମୀ ପୁରସ୍କାରପ୍ରାପ୍ତ ପବିତ୍ର ପାଣିଗ୍ରାହୀ ଯୋଗ ଦେଇ ଛାତ୍ରଛାତ୍ରୀମାନଙ୍କୁ ଉତ୍ସାହିତ କରିଥିଲେ। ସମ୍ମାନିତ ଅତିଥି ଭାବେ ପ୍ରଭାତ ପ୍ରଭାକର ପାଢୀ (ଅଧ୍ୟକ୍ଷ, ବିନାୟକ ଯୁକ୍ତ ଦୁଇ ମହାବିଦୟାଳୟ), ନିତ୍ୟାନନ୍ଦ ଜେନା (ଶିକ୍ଷା ପରାମର୍ଶଦାତା, ସାଇ ବିନାୟକ ଇଂଟରନେସନାଲ ସ୍କଲ୍‌ୁ ), ଶୁଭଲକ୍ଷ୍ମୀ ପାଢୀ ( ସଭାପତି, ବିନାୟକ ଲାଣିଂ ଟ୍ରଷ୍ଟ), ପ୍ରମିଳା ରାଉତ ( ଟ୍ରଷ୍ଟି, ବିନାୟକ ଲାଣିଂ ଟ୍ରଷ୍ଟ) ନିଜ ନିଜର ସୁଚନ୍ତିତି ମତାମତ ରଖିଥିଲେ। ଉତ୍ସବର ମୁଖ୍ୟ ଆକର୍ଷଣ ଥିଲା ବିଦ୍ୟାଳୟର ଛାତ୍ରୀମାନଙ୍କ ଦ୍ୱାରା ପରିବେଷିତ ଓଡିଶୀ ନୃତ୍ୟ। ଏହା ସହିତ କୃତୀ ଛାତ୍ରଛାତ୍ରୀମାନଙ୍କୁ ଅତିଥିମାନଙ୍କ ଦ୍ୱାରା ପରୁସ୍କାର ବିତରଣ କରାଯାଇଥିଲା। ଶେଷରେ ବିଦ୍ୟାଳୟର ପିଲା ମାନଙ୍କ ଦ୍ୱାରା ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ପ୍ରସ୍ତୁତ କରାଯାଇଥିଲା।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.