Home ଓଡ଼ିଶା ସାଇବର ସିକ୍ୟୁରିଟି ହେଉଛି ଆଗାମି ପିଢି ପାଇଁ ଆଇ.ଟି କ୍ଷେତ୍ରରେ ନୁଆ ଚାହିଦା: ଡିଜିଟାଲ୍ ଟ୍ୟାଲେଣ୍ଟ

ସାଇବର ସିକ୍ୟୁରିଟି ହେଉଛି ଆଗାମି ପିଢି ପାଇଁ ଆଇ.ଟି କ୍ଷେତ୍ରରେ ନୁଆ ଚାହିଦା: ଡିଜିଟାଲ୍ ଟ୍ୟାଲେଣ୍ଟ

191

ଭୁବନେଶ୍ୱର ୨୨ ଜୁଲାଇ ୨୦୧୯ (ଓଡ଼ିଆ ପୁଅ) : ବର୍ତମାନ ସବୁ ସ୍ଥାନରେ ସାଇବର କ୍ରାଇମ ଜନିତ ସମସ୍ୟା କାରଣରୁ ତଥ୍ୟ ଉଲଂଘନ ଏବଂ ଅସୁରକ୍ଷିତ ରହିବା ଘଟଣା ବୃଦ୍ଧି ହେତୁ ଆଇଟି ଛାତ୍ରଛାତ୍ରୀଙ୍କ ପାଇଁ ସାଇବର ସିକ୍ୟୁରିଟି ବିଷୟବସ୍ତୁର ଚାହିଦା ବଢିବାରେ ଲାଗିଛି। ଏଥିପାଇଁ “ସାଇବର ସିକ୍ୟୁରିଟିକୁ କ୍ୟାରିୟର ରୂପରେ ଚୟନ କରିବା” ଦିଗରେ ଡିଜିଟାଲ୍ ଟ୍ୟାଲେଣ୍ଟ ଦ୍ୱାରା ଏକ ଆଲୋଚନା ଚକ୍ର ଆୟୋଜିତ କରାଯାଇଥିଲା। ଡିଜିଟାଲ୍ ଟ୍ୟାଲେଣ୍ଟ ହେଉଛି ଭୁବନେଶ୍ପର ସ୍ଥିତ ଏକ ପ୍ରିମିୟମ ଏଥିକାଲ ହ୍ୟାକିଙ୍ଗ୍ ଏବଂ ସାଇବର ସିକ୍ୟୁରିଟି ଅନୁଷ୍ଠାନ। ସୃତି ରଞ୍ଜନ ସାହୁ ଏହି ଅନୁଷ୍ଠାନର ପରିଚାଳନା ନିର୍ଦ୍ଦେଶକ, ସେ ସିଙ୍ଗାପୁର ଆଇ.ବି.ଏମ୍ କର୍ପୋରେସନରେ ସାଇବର ସିକ୍ୟୁରିଟି ପ୍ଲାନର ରୂପେରେ ନିଜର କର୍ପୋରେଟ୍ କ୍ୟାରିୟରକୁ ପଛରେ ଛାଡି ସାଇବର ପୋ୍ରଫେସ୍ ନାଲ ଗଢିବା ନିମନ୍ତେ ନିଜର ଜନ୍ମଭୂମିକୁ ଫେରିଆସିଛନ୍ତି।

ବହୁଳ ଭାବରେ ତଥ୍ୟ ହ୍ୟାକିଙ୍ଗ୍ ଜନିତ ସମସ୍ୟା ଉପୁଜୁଥିବା ସମୟରେ ଛାତ୍ରଛାତ୍ରୀଙ୍କୁ ଏହି ସମସ୍ୟାର ସମାଧାନ କରିବା ତଥା ଏହିଦିଗରେ ପ୍ରୋତ୍ସାହିତ କରିବା ନିମନ୍ତେ ଡିଜିଟାଲ ଟ୍ୟାଲେଣ୍ଟ “ କ୍ୟାରିୟର ରୂପରେ ସାଇବର ସିକ୍ୟୁରିଟି ଚୟନ କରିବା” ନିମନ୍ତେ ଶନିବାର ଦିନ ଏକ ଆଲୋଚନା ଚକ୍ର ଆୟୋଜନ କରିଥିଲେ, ଯେଉଁଥିରେ ପ୍ରାୟତଃ ବିଭିନ୍ନ ଅନୁଷ୍ଠାନ ଯଥା ଆ.ଟି.ଇ.ଆର, ଟ୍ରାଇଡେଣ୍ଟ, ଇନ୍ ଷ୍ଟିଚୁଟ୍ ଅଫ ମ୍ୟାଥ୍ ମେଟିକ୍ସ ଏଣ୍ଡ ସାଇନ୍ସ୍ ଏବଂ ଏନ୍ .ଆଇ.ଟି ରୁ ୨୫ ଜଣ ଛାତ୍ରଛାତ୍ରୀ ଭାଗ ନେଇଥିଲେ। ଡିଜିଟାଲ୍ ଟ୍ୟାଲେଣ୍ଟର ପରିଚାଳନା ନିର୍ଦ୍ଦେଶକ ସୃତି ରଞ୍ଜନ ସାହୁ ସମଗ୍ର ଦେଶରେ ହେଉଥିବା ତଥ୍ୟ ସୁରକ୍ଷାର ଉଲଂଘନ ସମ୍ପକରେ ଛାତ୍ର୍ରଛାତ୍ରୀଙ୍କୁ ଜଣାଇଥିଲେ ଏଥିସହ କିପରି ଭାବରେ ଏଥିକାଲ ହ୍ୟାକିଙ୍ଗ୍ ପରିବର୍ତ୍ତୀ ସମୟରେ ଏକ ବୃହତ କ୍ୟାରିୟର ବିକଳ୍ପ ହେବାକୁ ଯାଉଛି, ସେ ବିଷୟରେ କହିଥିଲେ।

ବର୍ତମାନ ସମୟରେ ସାଇବର ସିକ୍ୟୁରିଟିର ଚାହିଦା ସମ୍ପର୍କରେ ଜଣାଇ ଡିଜିଟାଲ୍ ଟ୍ୟାଲେଣ୍ଟର ପରିଚାଳନା ନିର୍ଦ୍ଦେଶକ ସୃତି ରଞ୍ଜନ ସାହୁ କହିଲେ, ତଥ୍ୟ ହିଁ ବର୍ତମାନ ସବୁଠାରୁ ମୂଲ୍ୟବାନ ଅଟେ। ସମଗ୍ର ଦୁନିଆରେ ସବୁ କମ୍ପାନୀ ଏବଂ ଅନୁଷ୍ଠାନମାନେ ସାଇବର ସୁରକ୍ଷାକୁ ମୁଖ୍ୟ ପ୍ରାଥମିକତା ଦେବା ସହ ଏଥିକାଲ ହ୍ୟାକିଙ୍ଗ୍ ର ଚାହିଦା ମଧ୍ୟ ବୃଦ୍ଧି ପାଇଅଛି। ଭାରତ ନିଜର ଆଇ.ଟି ପ୍ରତିଭା ନିମନ୍ତେ ବିଶ୍ୱବିଦିତ ତେଣୁ ବିଶ୍ୱର ସ୍ୱାଭାବିକ ରୂପରେ ଆମଠାରୁ କିଛି ଆଶା ରହିବ। ସବୁ ବଡ ବଡ ସହରର ଚାହିଦା ଏବଂ ସେବା ଯୋଗାଣକୁ ସନ୍ତୁଳିତ ରଖିବା ନିମନ୍ତେ ଆଇଟି ସ୍ତରରେ କାର୍ଯ୍ୟ ଚାଲୁଅଛି ଏବଂ ଓଡିଶାକୁ ମଧ୍ୟ ଏହିଦିଗରେ ଅଗ୍ରଣୀ ହେବାକୁ ପଡିବ। ଏହି ଆଲୋଚନା ଚକ୍ରରେ ଛାତ୍ରଛାତ୍ରୀଙ୍କ ଉପସ୍ଥିତି ଏବଂ ଭାଗିଦାରୀତା ଦେଖିôବାପରେ ମୁ ସୁନିଶ୍ଚିତ ଯେ, ଓଡିଶା ଏହି କ୍ଷେତ୍ରରେ ପଛରେ ରହିବ ନାହିଁ।

ଡିଜିଟାଲ ଟ୍ୟାଲେଣ୍ଟ ହେଉଛି ଭୁବନେଶ୍ୱର ସ୍ଥିିତ ଏକ ସଂସ୍ଥା, ଯାହାକି ସାଇବର ସିକ୍ୟୁରିିଟି ବିଶେଷଜ୍ଞ ପ୍ରମାଣ ପତ୍ର ସହ ସାଇବର ସିକ୍ୟୁରିିଟି ପ୍ରଫେସ୍ନାଲ ପ୍ରଶିକ୍ଷଣ ପ୍ରୋଗାମ ପ୍ରଦାନ କରୁଅଛି, ଯାହା ସାଇବର ସିକ୍ୟୁରିଟି ଏବଂ ଏଥିକାଲ ହ୍ୟାକିଙ୍ଗ୍ କ୍ଷେତ୍ରରେ ବିଶେଷଜ୍ଞତା ବିକଶିିତ କରିବା ଦିଗରେ ପ୍ରସ୍ତୁତ କରାଯାଇଅଛି। ଆଜିକାଲି ବଡ ଏମ୍ .ଏନ୍ .ସିସ୍ ଏବଂ ଅନୁଷ୍ଠାନରେ ନିଜର ତଥ୍ୟକୁ ସୁରକ୍ଷିତ ରଖିବା ଏବଂ ନେଟ୍ ୱାର୍କ ସୁରକ୍ଷା ହାସଲ କରିବା ନିମନ୍ତେ ଲକ୍ଷାଧିକ ଟଙ୍କା ବ୍ୟୟ କରୁଛନ୍ତି। ସେଥିପାଇଁ ଡିଜିଟାଲ ଟ୍ୟାଲେଣ୍ଟ ତଥ୍ୟକୁ ସୁରକ୍ଷା ପ୍ରଦାନ କରିବା ନିମନ୍ତେ ପ୍ରାରମ୍ଭିକ ପ୍ରୟାସ କରୁଅଛି ଏବଂ ସେହି ସବୁ ବ୍ୟକ୍ତି ମାନଙ୍କୁ ଏକ ସୁଯୋଗ ପ୍ରଦାନ କରୁଅଛି, ଯେଉଁମାନେ ସୂୂଚନା ସୁରକ୍ଷା ବିଶେଷଜ୍ଞ ବା ଏଥିକାଲ ହ୍ୟାକର୍ ରୁପରେ ନିଜର କ୍ୟାରିୟର ଗଢିବାପାଇଁ ଚାହୁଁଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.