Home ଜିଲ୍ଲା ପରିକ୍ରମା ସାଇବର ଠକାମିର ଶିକାର ହେଲେ ଡାକ୍ତର

ସାଇବର ଠକାମିର ଶିକାର ହେଲେ ଡାକ୍ତର

4

ଭଦ୍ରକ, ୧୨ା୧୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲ୍ଲା ଧାମନଗର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରର ଡା. ଶ୍ରୀମାଧବ ସେଠୀ ସାଇବର ଠକାମିର ଶିକାର ହୋଇଛନ୍ତି। ଏ ସମ୍ପର୍କରେ ଶ୍ରୀ ସେଠୀ ଧାମନଗର ଥାନାରେ ଲିଖତ ଅଭିଯୋଗ କରିବା ସହ ଅନ୍‌ଲାଇନରେ ସାଇବର ଥାନାକୁ ଜଣାଇଛନ୍ତି। ଡାକ୍ତର ସେଠୀ ରୋଗୀ ଦେଖୁଥିବା ସମୟରେ ତାଙ୍କ ମୋବାଇଲକୁ ଗୋଟେ ଅଜଣା ଲୋକ ଫୋନ କରି ହିନ୍ଦୀରେ କହିଥିଲା ଯେ, ଭୁଲରେ ଆପଣଙ୍କ ଆକାଉଂଟକୁ ୭୫ ହଜାର ଟଙ୍କା ଯାଇଥିବା ମେସେଜ ଯାଇଛି। ଆପଣ ତାକୁ ଫେରାଇ ଦିଅନ୍ତୁ । ଏ ନେଇ ସେହି ଲୋକ ବାରମ୍ବାର ତାଙ୍କୁ ଫୋନ କରି ନିବେଦନ କରିବାରୁ ସେହି ମେସେଜକୁ ଦେଖ୍ ବିଶ୍ୱାସରେ ଡାକ୍ତର ଉକ୍ତ ନମ୍ବରରେ ୭୫ ହଜାର ଟଙ୍କା ପଠାଇଦେଇଥିଲେ। ପରେ ସେ ଆକାଉଂଟ ଚେକ କରି ତାଙ୍କ ପାଖକୁ କୌଣସି ଟଙ୍କା ଆସି ନଥିବା ଦେଖ୍ ସେ ଠକାମିର ଶିକାର ହୋଇଥିବା ଜାଣିପାରି ଥାନାର ଦ୍ୱାରସ୍ଥ ହେବା ସହ ସାଇବର୍ ଥାନାରେ ଅଭିଯୋଗ କରିଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.