ଭଦ୍ରକ, ୧୧ା୧୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲ୍ଲା ବନ୍ତ ପୁରୁଷୋତମପୁରସ୍ଥିତ ନେତାଜୀ ଷ୍ଟାଡିୟମ ଠାରେ ଭଣ୍ଡାରିପୋଖରୀ ନିର୍ବାଚନ ମଣ୍ଡଳୀ ସ୍ତରୀୟ ସାଂସଦ ଖେଳ ମହୋତ୍ସବ ଶେଷ ଦିନର ସାଇକେଲ୍ ରେସ୍ ବନ୍ତ ବଜାର ଠାରୁ ଆରମ୍ଭ ହୋଇ ନିଳୋକ ବଉଳାଶୁଣୀ ପୀଠରେ ସମାପ୍ତ ହୋଇଥିଲା । ପ୍ରାରମ୍ଭରେ ବିଧାନସଭା ନେତା ଡ.ସୁଧାଂଶୁ ଶେଖର ନାୟକ ପତାକା ଦେଖାଇ ଉଦ୍ଘାଟନ କରିଥିଲେ । ଏଥିରେ ପୂର୍ବତନ ସରପଚଂ କୃପାସିନ୍ଧୁ ସେଠୀ, ହେମନ୍ତ ମଳ୍ଳିକ,ସାଇସତ୍ୟ ନାୟକ,ରଶ୍ମିରଞ୍ଜନ ସେନାପତି, କ୍ଷିତିଶ୍ ନାୟକ ଉପସ୍ଥିତ ଥିଲେ । ବ୍ଲକ୍ କ୍ରୀଡା ସମ୍ପାଦକ ମନୋଜ କୁମାର ଶଙ୍ଖୁଆ ,କ୍ରୀଡା ଶିକ୍ଷକ ଜଗନ୍ନାଥ ଦ୍ୱିବେଦୀ, ଦେବାଶିଷ ଆଚାର୍ଯ୍ୟ, ସେକ୍ ଆଝାରୁଦ୍ଦୀନ, ଧିରେନ୍ଦ୍ର ଷଡଙ୍ଗୀ, ଯଶୋବନ୍ତ ସିଂହ, ଜନ୍ମେଜୟ ନାୟକ, ଉପମନ୍ୟୁ ଖୁଟିଂଆ, ଡଲିରାଣୀ ଦାସ, ସଙ୍ଗୀତା କୁମାରୀ ବେହେରା, ଅମିତାରାଣୀ ଲେଙ୍କା, ସ୍ନେହଲତା ଖମାରୀ, ବିଦୁଲତା ଦାସ ଏହାକୁ ପରିଚାଳନା କରିଥିଲେ । ଏହି ରେସ୍ ୫ କି.ମି ବ୍ୟାପି କରାଯାଇଥିଲା।








