Home ଜିଲ୍ଲା ପରିକ୍ରମା ସାଂସଦ ଓ ବିଧାୟକଙ୍କ ଦ୍ୱାରା ୪.୪୫ କୋଟିର ବିଜୁ ସେତୁ ପ୍ରକଳ୍ପର ଶିଳାନ୍ୟାସ

ସାଂସଦ ଓ ବିଧାୟକଙ୍କ ଦ୍ୱାରା ୪.୪୫ କୋଟିର ବିଜୁ ସେତୁ ପ୍ରକଳ୍ପର ଶିଳାନ୍ୟାସ

29

ଭଦ୍ରକ, ୧୯ା୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଆଜି ଭଦ୍ରକ ସାଂସଦ ମଂଜୁଲତା ମଣ୍ଡଳ ଓ ଭଦ୍ରକ ବିଧାୟକ ସଂଜୀବ କୁମାର ମଲ୍ଲିକଙ୍କ ଦ୍ୱାରା ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟର ଶିଳାନ୍ୟାସ ଓ ଶୁଭ ଉଦ୍‌ଘାଟନ ସଂପୂର୍ଣ୍ଣ ହୋଇଛି । ଭଦ୍ରକ ବ୍ଲକ୍ ଅର୍ଣ୍ଣପାଳ ପଂଚାୟତ ଅଧୀନସ୍ଥ ଶୁଶୁଆ ମହାନ୍ତିସାହି ନାଳିଆ ନଦୀ ଉପରେ ୪ କୋଟି ୪୫ ଲକ୍ଷ ଟଙ୍କା ବ୍ୟୟ ଅଟକଳର ବିଜୁ ସେତୁ ପ୍ରକଳ୍ପର ଶିଳାନ୍ୟାସ କରିଛନ୍ତି ଉଭୟ ସାଂସଦ ଓ ବିଧାୟକ । ଭଦ୍ରକ ସାଂସଦ ଶ୍ରୀମତୀ ମଣ୍ଡଳ, ଭଦ୍ରକ ବିଧାୟକ ଶ୍ରୀ ମଲ୍ଲିକ ମୁଖ୍ୟ ଅତିଥି ଭାବେ ଏହି କାର୍ଯ୍ୟକ୍ରମରେ ଯୋଗଦେଇ ଏହା ସ୍ଥାନୀୟ ଅଂଚଳର ବହୁ ସମସ୍ୟାର ସମାଧାନ ଦିଗରେ କାର୍ଯ୍ୟ କରିବ ବୋଲି କହିଛନ୍ତି । ସେହିଭଳି ଭଦ୍ରକ ବିଧାନସଭା କ୍ଷେତ୍ରରେ ଅର୍ଣ୍ଣପାଳ ପଂଚାୟତରେ ୩୫ ଲକ୍ଷ ଟଙ୍କା ବ୍ୟୟରେ ନିର୍ମିତ ହୋଇଥିବା କଲ୍ୟାଣ ମଣ୍ଡପର ଶୁଭ ଉଦ୍‌ଘାଟନ କରିଛନ୍ତି ଉଭୟ ଜନ ପ୍ରତିନିଧି । ଏହି ପଂଚାୟତରେ ୨୫ ଲକ୍ଷ ଟଙ୍କା ବ୍ୟୟ ଅଟକଳରେ ଏକ ଗ୍ରାମ୍ୟ ଉଦ୍ୟାନ ପ୍ରକଳ୍ପର ମଧ୍ୟ ଶୁଭ ଭିତ୍ତିପ୍ରସ୍ଥର ସ୍ଥାପନ କରିଛନ୍ତି ସାଂସଦ ଶ୍ରୀମତୀ ମଣ୍ଡଳ ଓ ଭଦ୍ରକ ବିଧାୟକ ଶ୍ରୀ ମଲ୍ଲିକ । ଏହି ୩ଟି ପ୍ରମୁଖ କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଜିଲା ଯୁବବିଜେଡି ସଭାପତି ମୁକୁନ୍ଦଦେବ ସାମଲ, ଜିଲା ପରିଷଦ ସଭ୍ୟ ସରୋଜ ନାୟକ, ସମିତି ସଭ୍ୟା ଜୟଶ୍ରୀ ମହାପାତ୍ର ଓ ସରପଞ୍ଚ ପରିମିତା ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.