Home Top News ସାଂସଦ ଅପରାଜିତା ଷଢ଼ଙ୍ଗୀଙ୍କ ନାମରେ ପୁରୀ ଟାଉନ ଥାନାରେ ଅଭିଯୋଗ

ସାଂସଦ ଅପରାଜିତା ଷଢ଼ଙ୍ଗୀଙ୍କ ନାମରେ ପୁରୀ ଟାଉନ ଥାନାରେ ଅଭିଯୋଗ

53

ପୁରୀ ୨୭-୪ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ) ପୁରୀ ଗସ୍ତରେ ଆସିଥିବା ସାଂସଦ ଅପରାଜିତା ଷଢ଼ଙ୍ଗୀ ପ୍ରଶାସନର ନିୟମ ଉଲଘଂନ କରିଥିବା ହେତୁ ଅପରାଜିତାଙ୍କ ନାମରେ ପୁରୀ ଟାଉନ ଥାନାରେ ଅଭିଯୋଗପତ୍ର ଦିଆଯାଇଛି। ଶ୍ରୀକ୍ଷେତ୍ର ବିକାଶ ମଞ୍ଚ ପକ୍ଷରୁ ଏହି ଏତଲା ଦିଆଯାଇଛି। ASI ର ଅନୁମତି ବିନା ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ କାର୍ଯ୍ୟ ଚାଲିବା ପ୍ରସଙ୍ଗକୁ ନେଇ ଅପରାଜିତା ଷଡଙ୍ଗୀ ବିରୋଧ କରି ଆଜି ପୁରି ବଡ଼ଦାଣ୍ଡରେ ପଦଯାତ୍ରା କରିଥାନ୍ତେ। ହେଲେ ଆଇନ ଶୃଙ୍ଖଳା ପରିସ୍ଥିତିକୁ ନଜରରେ ରଖାଯାଇ ପୁରୀ ଜିଲାପାଳ ସମର୍ଥ ବର୍ମା ଏହି ପଦଯାତ୍ରା ପାଇଁ ଅନୁମତି ଦେଇ ନ ଥିଲେ। ତେବେ ଆଜି ସାଂସଦ ଅପରାଜିତା ଷଢ଼ଙ୍ଗୀ ମହାପ୍ରଭୁଙ୍କ ଦର୍ଶନ ପାଇଁ ବଡ଼ଦାଣ୍ଡରେ ଓହ୍ଲାଇ ମେଡ଼ିକାଲ ଛକରୁ ଚାଲି ଚାଲି ଶ୍ରୀମନ୍ଦିର ଆସିଥିଲେ। ଏହି ସମୟରେ ଶତାଧିକ କର୍ମୀ ତାଙ୍କ ସହ ସାମିଲ ହୋଇ ବିଭିନ୍ନ ନରାବାଜି କରିଥିଲେ। ଏଣୁ ଆଇନ ଶୃଙ୍ଖଳା ଭଙ୍ଗ ଅଭିଯୋଗରେ ପୁରୀ ପୋଲିସ ସାଂସଦ ଅପରାଜିତା ଷଡ଼ଙ୍ଗୀ ବିରୋଧରେ ଆଇନ ଗତ କାର୍ଯ୍ୟନୁଷ୍ଠାନ ନେବାକୁ ଶ୍ରୀକ୍ଷେତ୍ର ବିକାଶ ମଞ୍ଚ କର୍ମକର୍ତ୍ତା ଦାବି କରିଛନ୍ତି। ବିଜୁ ଯୁବ ଜନତା ଦଳର ଉପସଭାପତି ଶୁଭାଶିଷ ଖୁଣ୍ଟିଆଙ୍କ ନେତୃତ୍ୱରେ କର୍ମକର୍ତ୍ତାମାନେ ଏକାଠି ହୋଇ ପୁରୀ ଥାଉନ ଥାନାଅଧିକାରୀଙ୍କୁ ଦାବି ପତ୍ର ପ୍ରଦାନ କରିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.