ଭଦ୍ରକ, ୧୦ା୧୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ବିଭିନ୍ନ ସମୟରେ ରାଜନେତା ଓ ସରକାରୀ ଅଧିକାରୀ ମାନେ ମାନବିକତା ଦେଖାଇ ଚର୍ଚ୍ଚାକୁ ଆସି ପ୍ରଶଂସାର ପାତ୍ର ହୋଇଥିବାବେଳେ ଭଦ୍ରକ ସାଂସଦ ମଞ୍ଜୁଲତା ମଣ୍ଡଳଙ୍କ ସୁରକ୍ଷାରେ ନିୟୋଜିତ ପୁଲିସ ହାବିଲଦାର ଅଶୋକ କୁମାର ବେହେରାଙ୍କୁ ନେଇ ସାମାଜିକ ଗଣମାଧ୍ୟମରେ ବେଶ ସକରାତ୍ମକ ଚର୍ଚ୍ଚା ହେଉଛି । ଅଶୋକ ପ୍ରାତଃ ଭ୍ରମଣ କରୁଥିବାବେଳେ ତିହିଡ଼ି ଅଂଚଳରୁ ଏକ ମଟରସାଇକେଲ ଯେଗେ ଚରମ୍ପା ଷ୍ଟେସନ ଅଭିମୁଖେ ଯାଉଥିବା ଜଣ ମହିଳାଙ୍କ ସମେତ ଆରୋହୀ ଡ଼ାହାଣୀଗଡ଼ିଆ ନିକଟରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲେ । ଅଶୋକ ତତ୍କ୍ଷଣାତ ରୋଗୀବୁହା ଗାଡ଼ି ଡ଼କାଇ ଆହତଙ୍କୁ ଭଦ୍ରକ ମୁଖ୍ୟ ଚିକିତ୍ସାଳୟ ନେଇଥିଲେ । କେବଳ ସେତିକି ନୁହେଁ ଦୁର୍ଘଟଣାରେ ଗୁରୁତର ଆହତ ହୋଇ ଚାଲିପାରୁନଥିବା ବୟସ୍କାଙ୍କୁ ଅଶୋକ ଏକାକି ଟେକି ମହିଳା ୱାର୍ଡ଼କୁ ନେଇଥିଲେ । ଏଥିସହ ଡ଼ାକ୍ତରଙ୍କ ସହ ଯୋଗାଯୋଗ କରି ସେମାନଙ୍କର ଚିକିତ୍ସା ବ୍ୟବସ୍ଥା କରାଇଥିଲେ । ଅଶୋକଙ୍କ ଏହି ମାନବିକତାକୁ ବୁଦ୍ଧିଜୀବୀ ଓ ବିଭିନ୍ନ ମହଲରେ ପ୍ରଶଂସା କରାଯାଇଛି ।