Home ଜିଲ୍ଲା ପରିକ୍ରମା ସାଂସଦଙ୍କ ଦ୍ୱାରା ଜଳସମ୍ପଦ ପ୍ରକଳ୍ପର ଶିଳାନ୍ୟାସ

ସାଂସଦଙ୍କ ଦ୍ୱାରା ଜଳସମ୍ପଦ ପ୍ରକଳ୍ପର ଶିଳାନ୍ୟାସ

3

ଭଦ୍ରକ, ୧୬ା୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଆଖୁଆପଦା ଜଳସମ୍ପଦ ଡିଭିଜନର ୪ କୋଟି ୧୬ ଲକ୍ଷ ଟଙ୍କା ବ୍ୟୟ ଅଟକଳରେ କେନାଲରେ ନବୀକରଣ କାର୍ଯ୍ୟ ସ୍ଥାନୀୟ ସାଂସଦ ଅଭିମନ୍ୟୁ ସେଠୀ ଓ ବିଧାୟକ ସଞ୍ଜୀବ କୁମାର ମଲ୍ଲିକଙ୍କ ଦ୍ୱାରା ଶୁକ୍ରବାର ଦିନ ଶିଳାନ୍ୟାସ ହୋଇଯାଇଛି।ବଳଦେବଜୀଉଙ୍କ ଦର୍ଶନ ଓ ପୂଜାର୍ଚ୍ଚନା ପରେ ଶିମିଳିଆ ଠାରେ ୨ କୋଟି ୭ ଲକ୍ଷ ଟଙ୍କା ବ୍ୟୟ ଅଟକଳରେ ୧୩୦୦ ମିଟର ଲମ୍ବର କେନାଲରେ ଓ ଜଗନ୍ନାଥପ୍ରସାଦ ନିକଟରେ ୨ କୋଟି ୯ ଲକ୍ଷ ଟଙ୍କା ବ୍ୟୟ ଅଟକଳରେ ୧୫୦୦ ମିଟର ଲମ୍ବର କେନାଲରେ ନବୀକରଣ ପାଇଁ ଶିଳାନ୍ୟାସ କରାଯାଇଛି।ଏହି କାର୍ଯ୍ୟକ୍ରମରେ ସାଂସଦ ଓ ବିଧାୟକଙ୍କ ସମେତ ବ୍ଲକ ଅଧ୍ୟକ୍ଷା ସୁମତି ସେଠୀ, ଉପାଧ୍ୟକ୍ଷ ପ୍ରଣିତକାନ୍ତି ସାମଲ,ଅଧୀକ୍ଷଣ ଯନ୍ତ୍ରୀ ହିତେଶ କୁମାର ସାହୁ,ଜିଲ୍ଲା ପରିଷଦ ସଭ୍ୟ ଉତ୍କଳ କେଶରୀ ମହାନ୍ତି, ଲକ୍ଷ୍ମୀଧର ସାହୁ ,ବଦ୍ରିନାରାୟଣ ରାଉତଙ୍କ ସମେତ ବିଜେପି ନେତା ସୁଧାଂଶୁ ଶେଖର ନାୟକ,ଜିଲ୍ଲା ଉପସଭାନେତ୍ରୀ ତପସ୍ୱିନୀ ମହାପାତ୍ର,ଶ୍ରୀଧର ସ୍ୱାଇଁ, ପ୍ରକାଶ ମହାପାତ୍ର, ଗିରିଶ ସାମଲ,ପ୍ରଣବ ରାଉତ, ରଞ୍ଜନ ପରିଡ଼ା ପ୍ରମୁଖ ଯୋଗ ଦେଇଥିଲେ।ଏହି ଅବସରରେ ବିଭିନ୍ନ ସ୍ଥାନରେ ସ୍ଥାନୀୟ ଲୋକମାନେ ସାଂସଦ ଓ ବିଧାୟକଙ୍କୁ ସ୍ୱାଗତ କରାଯାଇଥିଲା।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.