Home କୋରାପୁଟ ସହୀଦ ଯୀଶୁଦାନ ଖୋସ୍ଲାଙ୍କୁ ଶ୍ରଦ୍ଧାଞ୍ଜଳୀ

ସହୀଦ ଯୀଶୁଦାନ ଖୋସ୍ଲାଙ୍କୁ ଶ୍ରଦ୍ଧାଞ୍ଜଳୀ

119

କୋରାପୁଟ ; ତା୧୦-୦୯-୧୮(ଓଡିଆ ପୁଅ/ରଂଜନ କୁମାର ଦାସ) ୧୯୬୫ର ଭାରତ-ପାକିସ୍ଥାନ ଯୁଦ୍ଧରେ ସହୀଦ ହୋଇଥିବା କୋରାପୁଟ ମିଶନ୍ କମ୍ପାଉଣ୍ଡର ଯୀଶୁଦାନ ଖୋସ୍ଲାଙ୍କ ପୁଣ୍ୟତିଥିରେ ଜିଲା ପ୍ରଶାସନ ଓ ପରିବାର ପକ୍ଷରୁ ଶ୍ରଦ୍ଧାଞ୍ଜଳୀ ଦିଆଯାଇଛି। ଟାଉନ ହଲରେ ସହୀଦଙ୍କ ଭାଇ ବ୍ରଜାନନ୍ଦ ଖୋସ୍ଲାଙ୍କ ତତ୍ୱାବଧାନରେ ଆୟୋଜିତ କାର୍ଯ୍ୟକ୍ରମରେ ଅନୁସୂଚୀତ ଜାତି ଓ ଜନଜାତି ବିଭାଗ ମନ୍ତ୍ରୀ ରମେଶ ଚନ୍ଦ୍ର ମାଝି ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ସହୀଦଙ୍କ ଫୋଟଚିତ୍ରରେ ମାଲ୍ୟାର୍ପଣ କରିବା ସହ ଯୀଶୁଦାନଙ୍କ ସ୍ମୃତି ଚାରଣ କରିଥିଲେ।ପାଠ୍ୟପୁସ୍ତକରେ ସହୀଦ ଯିଶୁଦାନଙ୍କ ଜିବନୀ ସ୍ଥାନୀତ କରାଗଲେ ଛାତ୍ରଛାତ୍ରୀ ତାଙ୍କ ଜିବନୀ ପ୍ରତି ଅନୁପ୍ରାଣିତ ହୋଇପାରିବେ ବୋଲି ମୁଖ୍ୟ ଅତିଥି ଶ୍ରୀ ମାଝି ପ୍ରକାଶ କରିଥିଲେ।ଏହି ଉତ୍ସବକୁ ସରକାରୀ ସ୍ତରରେ ପାଳନ କରିବାକୁ ସେ ସରକାରଙ୍କୁ ନିବେଦନ କରିବେ ବୋଲି ସେ ପ୍ରକାଶ କରିଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ଜିଲା ସଂସ୍କୃତି ଅଧିକାରୀ ଅକ୍ଷୟ କୁମାର ସେଠି, ଅବସରପ୍ରାପ୍ତ ପ୍ରଶାସକ ଗଦାଧର ପରିଡା, କୋରାପୁଟ ବ୍ଲକ ଅଧ୍ୟକ୍ଷା ନମିତା ମାଝି, ବାବୁଲା ବେନିଆ, ପୌର ଅଧ୍ୟକ୍ଷ ଭଗବାନ ବାହିନୀପତି ପ୍ରମୁଖ ଯୋଗ ଦେଇ ସହୀଦଙ୍କୁ ଶ୍ରଦ୍ଧାଂଜଲୀ ଦେଇଥିଲେ। ଏହି ଅବସରରେ ସହୀଦଙ୍କ ପରିବାରର ସଦସ୍ୟଙ୍କ ସମେତ ସହରର ବୁଦ୍ଧିଜୀବି ଓ ସମାଜସେବୀ ଉପସ୍ଥିତ ଥିଲେ।

 

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.