Home ଓଡ଼ିଶା ସହୀଦ ଯବାନମାନଙ୍କ ଉଦ୍ଦେଶ୍ୟରେ ଜିଲ୍ଲାର ବିଭିନ୍ନ ସ୍କୁଲରେ ୨ ମିନିଟ ନୀରବ ପ୍ରାର୍ଥନା

ସହୀଦ ଯବାନମାନଙ୍କ ଉଦ୍ଦେଶ୍ୟରେ ଜିଲ୍ଲାର ବିଭିନ୍ନ ସ୍କୁଲରେ ୨ ମିନିଟ ନୀରବ ପ୍ରାର୍ଥନା

640

କୋରାପୁଟ ୧୬-୦୨ (ଓଡିଆ ପୁଅ/ରଂଜନ କୁମାର ଦାସ)ପୁଲଓାମା ଆତଙ୍କୀ ଆକ୍ରମଣରେ ସହୀଦ ହୋଇଥିବା ଯବାନମାନଙ୍କ ଉଦ୍ଦେଶ୍ୟରେ ୨ ମିନିଟ ନୀରବ ପ୍ରାର୍ଥନା କରିବାକୁ ରାଜ୍ୟ ମୁଖ୍ୟମନ୍ତ୍ରୀ ନବିନ ପଟନାୟକ ଗତକାଲି ନିର୍ଦ୍ଦେଶ ଦେବା ପରେ ଆଜି ୧୧ ଘ.ସମୟରେ କୋରାପୁଟ ଜିଲ୍ଲାର ବିଭିନ୍ନ ସ୍କୁଲରେ ଛାତ୍ରଛାତ୍ରୀ ତଥା ଶିକ୍ଷକ/ଶିକ୍ଷୟତ୍ରୀମାନେ ୨ ମିନିଟ ନୀରବ ପ୍ରାର୍ଥନା କରି ଶ୍ରର୍ଦ୍ଧାଞଳି ଜ୍ଞାପନ କରିଥିବା ଜଣାପଡିଛି।ସ୍ଥାନୀୟ ପୂଜାରୀପୁଟ ଉଚ୍ଚ ପ୍ରାଥମିକ ବିଦ୍ୟାଳୟଠାରେ ପ୍ରାଧାନଶିକ୍ଷୟତ୍ରୀ ବିଜୟଲକ୍ଷ୍ମି ନାୟକଙ୍କ ନେତୃତ୍ୟରେ ଛାତ୍ରଛାତ୍ରୀ ତଥା ଶିକ୍ଷକ /ଶିକ୍ଷୟତ୍ରୀମାନେ ଏକତ୍ରୀତ ହୋଇ ୨ ମିନିଟ ନୀରବ ପ୍ରାର୍ଥନା କରିଥିଲେ।ସେହିପରି କୋରାପୁଟ ବ୍ଲକ ଅନ୍ତର୍ଗତ ଦେବୀଘାଟ,  କୋରାପୁଟ ସରକାରୀ ବାଳିକା ବିଦ୍ୟାଳୟ ପରିସରରେ ୨ ମିନିଟ ନୀରବ ପ୍ରାର୍ଥନା କରାଯାଇଥିଲା।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.