Home ଓଡ଼ିଶା ବିସ୍ଥାପିତଙ୍କ ଆନ୍ଦୋଳନ ତୃତୀୟ ଦିନରେ, ତିଖାଲି ମୁଖ୍ୟ ନିର୍ମାଣଯନ୍ତ୍ରୀ ସାମିଲ ହୋଇ ଆନ୍ଦୋଳନ ସ୍ଥଗିତ ପାଇଁ...

ବିସ୍ଥାପିତଙ୍କ ଆନ୍ଦୋଳନ ତୃତୀୟ ଦିନରେ, ତିଖାଲି ମୁଖ୍ୟ ନିର୍ମାଣଯନ୍ତ୍ରୀ ସାମିଲ ହୋଇ ଆନ୍ଦୋଳନ ସ୍ଥଗିତ ପାଇଁ ପରାମର୍ଶ

423

ଖଡିଆଳ/ନୂଆପଡା-୧୫.୦୨.୧୯(ଓଡିଆ ପୁଅ /ସୁଜିତ କୁମାର ପ୍ରଧାନ)ଲୋୟର ଇନ୍ଦ୍ର ବିସ୍ଥାପିତ ସହାୟତା ସମିତି ପକ୍ଷରୁ ବିଭିନ୍ନ ଦାବି ନେଇ ଗତ ଫେବୃୟାରୀ ୧୩ ତାରିଖ ଠାରୁ ଅହୋରାତ୍ର ଆନନ୍ଦୋଳରେ ଶୁକ୍ରବାର ତୃତୀୟ ଦିନରେ ପହଂଚିଛି। ତୃତୀୟ ଦିନ ଆନ୍ଦୋଳନରେ ମୁଖ୍ୟ ଅତିଥି ଭାବରେ ପ୍ରଦେଶ କଂଗ୍ରେସ ସାଧାରଣ ସମ୍ପାଦାକ ଅଧିରାଜ ପାଣିଗ୍ରାହୀ ଯୋଗଦାନ କରି ବିସ୍ଥାପିତ ମାନେ ଚଳାଇଥିବା ଆନ୍ଦୋଳନ ଯୁକ୍ତଯୁକ୍ତ ବୋଲି ପ୍ରକାଶ କରିବା ସହିତ ଆନ୍ଦୋଳନକୁ ପୁର୍ଣ୍ଣ ସମର୍ଥନ କରିଥିଲେ। ତୃତୀୟ ଦିନ ଆନ୍ଦୋଳନରେ ତିଖାଲି ଲୋୟର ଇନ୍ଦ୍ର ଜଳସେଚନ ପ୍ରକଳ୍ପ ମୁଖ୍ୟ ନିର୍ମାଣଧିନ ଯନ୍ତ୍ରୀ ବିଭୁତି ଭୁଷଣ ଦାସ ଓ କେନାଲ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ଶ୍ୱେତା ଜାଳି ଯୋଗଦାନ କରି ଆନ୍ଦୋଳନ କୁ ପ୍ରତ୍ୟାହାର କରିନେବା ପାଇଁ ବିସ୍ଥାପିତ ମାନଙ୍କୁ ନିବେଦନ କରିଥିଲେ। ବର୍ତମାନ ରାଜ୍ୟ ଜଳ ସମ୍ପଦ ବିଭାଗରେ ନୁତନ ନିର୍ଦ୍ଦେଶକ କାର୍ଯ୍ୟଭାର ଗ୍ରହଣ କରିଛନ୍ତି। କିନ୍ତୁ ବିସ୍ଥାପିତ ମାନଙ୍କ ତରଫରୁ ସମସ୍ୟାର ସମାଧାନ ନହେବା ପର୍ଯ୍ୟନ୍ତ ଆନ୍ଦୋଳନ ରୁ ଉଠିବେ ନାହିଁ ବୋଲି ମୁଖ୍ୟ ନିର୍ମାଣଧିନ ଯନ୍ତ୍ରୀ ଙ୍କୁ ରୋକଠୋକ ଉତର ଦେଇଥିଲେ। ସୂଚନା ଥାଉକି ବିସ୍ଥାପିତ ମାନଙ୍କ ଦାବି ହେଲା ଜଳଭଣ୍ଡାର ପାଇଁ ଅଧିଗୃହିତ ହୋଇଥିବା ଚାଷଜମି ଓ ଘରଡିହର ବର୍ଦ୍ଧିତ କ୍ଷତିପୁରଣ, ୧୯୯୪ ଡ୍ୟାମ ପୋଲିସ ଅନୁସାରେ ମୁଳ ବିସ୍ଥାପିତ ହୋଇଥିବା ୨୫ ସହ ବିସ୍ଥାପିତ ଙ୍କୁ ବର୍ଦ୍ଧିତ ଅନୁକମ୍ପା ରାଶି ପ୍ରଦାନ, ଗୋଟିଏ ପ୍ରକଳ୍ପରେ ସମାନ ସହାୟତା ରାଶି ପ୍ରଦାନ, ଛାଡି ହୋଇଥିବା ଘର, ଗଛ, କୂଅ, ପୋଖରୀ ର ସହାୟତା ରାଶି ପ୍ରଦାନ, ଜଳ ସମ୍ପଦ ବିଭାଗ ପତ୍ର ସଂଖ୍ୟ ଆର ଏଣ୍ଡ ଆର ୬୫/ ୧୨-୪୪୩୩ ତା, ୧୪.୦୨.୨୦୧୩ ମୁତାବକ ବିସ୍ଥାପିତ ଙ୍କ ବିଭିନ୍ନ ସମସ୍ୟା ସମାଧାନ ପାଇଁ ବିଭାଗୀୟ ପ୍ରମୁଖ ଶାସନ ସଚୀବ ନିର୍ଦ୍ଦେଶ ଦେଇଛନ୍ତି, ଦିର୍ଘ ୫ ବର୍ଷ ବିତିଯାଇଥିଲେ ମଧ୍ୟ କାର୍ଯ୍ୟକାରୀ ହୋଇନାହି, ତାକୁ କାର୍ଯ୍ୟକାରୀ କରିବା ବିଭିନ୍ନ ଦାବି ନେଇ ବିସ୍ଥାପିତ ମାନେ ଆନ୍ଦୋଳନ କରୁଛନ୍ତି। ତୃତୀୟ ଦିନ ଆନ୍ଦୋଳନରେ ଅନ୍ୟମାନଙ୍କ ମଧ୍ୟରେ ଜୟରାମ ମାଝୀ, ଟିକ ମାଝୀ, ପଦ୍ମନ ସତନାମୀ, କୃଷକ ସଂଙ୍ଗଠନର ଆବାହକ ସନାତନ ଦଣ୍ଡସେନା, ବିସ୍ଥାପିତ ମଂଚ ର ସଭାପତି କିଶୋର କଠାର ହୃଶିକେଶ ବେହେରା, ଧ୍ରୁବ ଦଳ, କାଳିଦାସ ମହାନନ୍ଦ ପ୍ରମୁଖ ମଂଚାସୀନଥିଲେ। ଖଡିଆଳ ପୋଲିସ ପକ୍ଷରୁ ସବ ଇନିସପେକ୍ଟର ଆଦିତ୍ୟ କୁମାର ମହାକୁର ଓ ଜିତୁ ବେଶ୍ରା ସମେତ ଅନ୍ୟନ୍ୟ ପୋଲିସ କର୍ମଚାରୀ ଆଇନ କାନୁନ ସୁରକ୍ଷା ପାଇଁ ମୁତୟନ ହୋଇଥିବା ଜଣାପଡିଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.