Home ଜିଲ୍ଲା ପରିକ୍ରମା ସହିଦ କଳସ ଯାତ୍ରାକୁ ଧାମନଗରରେ ଭବ୍ୟ ସମ୍ବର୍ଦ୍ଧନା

ସହିଦ କଳସ ଯାତ୍ରାକୁ ଧାମନଗରରେ ଭବ୍ୟ ସମ୍ବର୍ଦ୍ଧନା

79

ଭଦ୍ରକ, ୧୯ା୬ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) -୧୯୬୨ ମସିହା ଚିନ ଭାରତ ରେଜେଙ୍ଗଲା ଯୁଦ୍ଧରେ ସହିଦ ହୋଇଥିବା ୧୧୪ ଜଣ ବୀର ଯାଦବ ମାନଙ୍କୁ ସ୍ମରଣ କରିବା ଏବଂ ଭାରତୀୟ ସେନା ବାହିନୀରେ ଅହିର ଯାଦବ ରେଜିମେଂଟ ଗଠନ କରିବା ଦାବି ନେଇ ଏକ ପୁଣ୍ୟ ଓ ପବିତ୍ର ଦେଶବ୍ୟାପି କଳସ ଶୋଭାଯାତ୍ରା ସାରା ଭାରତ ବର୍ଷ ପରିଭ୍ରମଣ କରିବା ଅବସରରେ ଉକ୍ତ ଶୋଭାଯାତ୍ରା ରଥକୁ ଧାମନଗର ଯାଦବ ମହାସଭା ତରଫରୁ ଧାମନଗର ସ୍ଥିତ ବିଜୁ ପଟ୍ଟନାୟକ ଛକ ଠାରେ ସ୍ୱାଗତ କରାଯିବା ସହିତ ଏକ ବର୍ଣ୍ଣାଢ଼୍ୟ ପରିବେଶ ତଥା ରୋଷଣୀ ମାଧ୍ୟମରେ ଭଦ୍ରକ ଜିଲ୍ଲାର ଶେଷ ସୀମା ଦେହୁଡ଼ି ଆନନ୍ଦପୁର ପର୍ଯ୍ୟନ୍ତ କଳସ ରଥକୁ ନିଆଯାଇଥିଲା । ଆନନ୍ଦପୁର ଯାଦବ ମହାସଭାର ଶତାଧିକ ଯାଦବ ବନ୍ଧୁମାନେ ପୁଷ୍ପଗୁଚ୍ଛ ପ୍ରଦାନ କରି କଳସ ରଥକୁ ପାଛୋଟି ନେବା ସହ ଭବ୍ୟ ସମ୍ବର୍ଦ୍ଧନା କରିଥିଲେ । ରାଜ୍ୟ ଯୁବ ଯାଦବ ସଭାପତି ଅମର ନାୟକ, ଜିଲ୍ଲା ଯାଦବ ସଭାପତି ଡ଼. ସୁଧାଂଶୁ ନାୟକ, ଜିଲ୍ଲା ଯୁବ ଯାଦବ ସଭାପତି ରବି ନାରାୟଣ ଖିଲାର , ଧାମନଗର ଯାଦବ ମହାସଭାର ସଭାପତି ସୁବାସ ଚନ୍ଦ୍ର ବାରିକ, କାର୍ଯ୍ୟକାରୀ ସଭାପତି ଅନିଲ କୁମାର ବାରିକ, ସାଧାରଣ ସମ୍ପାଦକ କୁଳମଣି ବେହେରା, ମାଧବ ଚନ୍ଦ୍ର ଖଟୁଆ, ରାଜୀବ ଲୋଚନ ଦାସ, କ୍ଷେତ୍ରବାସୀ ବାରିକ, ଅଧର ପରିଡ଼ା, ନାରାୟଣ ବାରିକ, ବିଶ୍ୱନାଥ ବେହେରା, ତପନ ବେହେରା, ରାଜେନ୍ଦ୍ର ବେହେରା, ମାନ ଗୋବିନ୍ଦ ଦାସ, ନାରାୟଣ ଚନ୍ଦ୍ର ଦାସ, ବୃନ୍ଦାବନ ମହାନ୍ତି, ତ୍ରିଲୋଚନ ବେହେରା, ଅଧ୍ୟାପକ ହିମାଂଶୁ ଶେଖର ଦାସ, ରମାକାନ୍ତ ଦାସ, ରବୀନ୍ଦ୍ର ଦାସ ଏବଂ କାହୁଁ ଚରଣ ଖିଲାର ପ୍ରମୁଖ କାର୍ଯ୍ୟକ୍ରମକୁ ସଫଳ ରୂପାୟନ କରିଥଲେ । ଶେଷରେ ଯାଦବ ନେତୃମଣ୍ଡଳୀ ମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.