Home ଜିଲ୍ଲା ପରିକ୍ରମା ସହରରେ ଜବରଦଖଲ ଉଚ୍ଛେଦ ଆଜିଠାରୁ ଆରମ୍ଭ, ୪ ପ୍ଲାଟୁନ ଫୋର୍ସ ନିୟୋଜିତ

ସହରରେ ଜବରଦଖଲ ଉଚ୍ଛେଦ ଆଜିଠାରୁ ଆରମ୍ଭ, ୪ ପ୍ଲାଟୁନ ଫୋର୍ସ ନିୟୋଜିତ

27

ଭଦ୍ରକ, ୩୧ା୭ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ସରକାରଙ୍କ ଘୋଷଣା ପରେ ସରକାରୀ ଜମିରୁ ଜବରଦଖଲ ହଟେଇବା ପାଇଁ ପ୍ରଶାସନିକ ତତ୍ପରତା ପ୍ରକାଶ ପାଇଛି । ସହରର ମୁଖ୍ୟ ରାସ୍ତା ଗୁଡିକର ଉଭୟ ପାଶ୍ୱର୍ରେ ଥିବା ଜବରଦଖଲ ଉଚ୍ଛେଦ ସକାଶେ ଆସନ୍ତାକାଲି ଗୁରୁବାର ଠାରୁ ପ୍ରକ୍ରିୟା ଆରମ୍ଭ ହେବ । ଏଥିପାଇଁ ଜିଲା ପ୍ରଶାସନ ପକ୍ଷରୁ ମାଇକ୍ ଯୋଗେ ସଚେତନ କରାଯାଇଛି । ଜନସାଧାରଣଙ୍କ ଯାତାୟତର ସୁବିଧା ପାଇଁ ସହରର ମୁଖ୍ୟ ସଡକପଥକୁ ପ୍ରଶସ୍ତିକରଣ କରାଯିବା ନେଇ ଏହି ଉଚ୍ଛେଦ ଅଭିଯାନ ଆରମ୍ଭ ହେଉଛି ବୋଲି ପ୍ରଶାସନ ପକ୍ଷରୁ ସୂଚନା ମିଳିଛି । ଆସନ୍ତାକାଲିର ଉଚ୍ଛେଦ ଅଭିଯାନ ପାଇଁ ଗତକାଲି ପ୍ରଶାସନ ପକ୍ଷରୁ ଉପଜିଲାପାଳ ମନୋଜ ପାତ୍ରଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା । ଏହି ବୈଠକରେ ଭଦ୍ରକ ତହସିଲଦାର ପ୍ରିୟଦର୍ଶନ ସଂଗ୍ରାମ କେଶରୀ ଖୁଂଟିଆ, ପୌର ନିର୍ବାହୀ ଅଧିକାରୀ ଦେବୀପ୍ରସାଦ ମହାନ୍ତି, ସିଟିଡିଏସ୍‌ପି ଅଂଶୁମାନ ଦ୍ୱିବେଦୀ, ଟାଉନ୍ ଥାନା ଓ ପୁରୁଣାବଜାର ଥାନା ଇନ୍ସିପେକ୍ଟରଙ୍କ ସହ ରାଜସ୍ୱ ବିଭାଗର କର୍ମଚାରୀମାନେ ଯୋଗ ଦେଇଥିଲେ । ଉଚ୍ଛେଦ ପ୍ରକ୍ରିୟାରେ ସମ୍ଭାବ୍ୟ ଆଇନ୍ ଶୃଙ୍ଖଳା ପରିସ୍ଥିତିକୁ ଦୃଷ୍ଟିରେ ରଖି ୪ ପ୍ଲାଟୁନ ଫୋର୍ସ ଯୋଗାଇଦେବାକୁ ଏସ୍‌ପିଙ୍କୁ ଚିଠି ଦିଆଯାଇଛି । ସେହିପରି ଉଚ୍ଛେଦ ସମୟରେ ସଂପୃକ୍ତ ଅଂଚଳରେ ବିଦ୍ୟୁତ୍ ସଂଯୋଗ ଛିନ୍ନ ପାଇଁ ବିଦ୍ୟୁତ୍ ବିଭାଗର ଯନ୍ତ୍ରୀ ଓ ଲଜେଷ୍ଟିକ୍ ସପୋର୍ଟ ପାଇଁ ପୂର୍ତ ବିଭାଗର ଯନ୍ତ୍ରୀମାନଙ୍କୁ ଉଚ୍ଛେଦ ସମୟରେ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି । ପ୍ରଶାସନିକ ସୂଚନାରୁ ଜଣାଯାଇଛି ଯେ ପ୍ରଥମ ପର୍ଯ୍ୟାୟରେ ଅପର୍ତିବିନ୍ଧା ଛକ ଠାରୁ ଟାଉନ୍ ହଲ ଛକ, ପରେ ଅପର୍ତିବିନ୍ଧା ଛକ ଠାରୁ ବନ୍ତ ଛକ, ଚାନ୍ଦବାଲି ଛକ ଠାରୁ ସରକାର ନଗର ପର୍ଯ୍ୟନ୍ତ ଉଚ୍ଛେଦ ପ୍ରକ୍ରିୟା ଜାରି ରହିବ । ତେବେ ଏହି ଉଚ୍ଛେଦ ପ୍ରକ୍ରିୟାରେ ପ୍ରଥମେ ଜବରଦଖଲ କରିଥିବା ଅସ୍ଥାୟୀ ଉଠା ଦୋକାନୀଙ୍କୁ ଉଠାଯିବ । ରାସ୍ତାପାଶ୍ୱର୍ରେ ଥିବା ସ୍ଥାୟୀ ଷ୍ଟ୍ରକଚରଗୁଡିକର ସ୍ଥିତାବସ୍ଥା ସଂପର୍କିତ କାଗଜପତ୍ର ଓ କେତେକ କ୍ଷେତ୍ରରେ କୋର୍ଟରେ ମାମଲା ଥିବାରୁ ଏଗୁଡିକ ତନଖି କରି ଭଂଗାଯିବ ବୋଲି ପ୍ରଶାସନ ପକ୍ଷରୁ କୁହାଯାଇଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.