Home ଜିଲ୍ଲା ପରିକ୍ରମା ସହରରେ ଚାଲିଲା ବୁଲଡୋଜର, ଉଚ୍ଛେଦ ହେଲା ଜବରଦଖଲ

ସହରରେ ଚାଲିଲା ବୁଲଡୋଜର, ଉଚ୍ଛେଦ ହେଲା ଜବରଦଖଲ

38

ଭଦ୍ରକ, ୧ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ରାଜ୍ୟରେ ମୋହନ ସରକାରଙ୍କ ନିର୍ଦ୍ଦେଶ ପରେ ସହରରେ ଆରମ୍ଭ ହୋଇଛି ଜବରଦଖଲ ଉଚ୍ଛେଦ ପ୍ରକ୍ରିୟା । ୧୯୯୩ ମସିହାରେ ଭଦ୍ରକ ସ୍ୱତନ୍ତ୍ର ଜିଲା ଗଠନ ପରେ ଜିଲାର ମୁଖ୍ୟ ରାସ୍ତା ପାଲଟିଥିଲା ଜିଲାପାଳଙ୍କ କାର୍ଯ୍ୟାଳୟ ଠାରୁ ଚରମ୍ପା ପର୍ଯ୍ୟନ୍ତ ମୁଖ୍ୟ ସହର ରାସ୍ତା । ସହର ବଢୁଥିଲା, ସହରର ଲୋକସଂଖ୍ୟା ମଧ୍ୟ ବଢୁଥିଲା । କିନ୍ତୁ ସହରର ମୁଖ୍ୟ ରାସ୍ତା ସଂକୁଚିତ ହେବାକୁ ଲାଗିଥିଲା । ଲୋକଙ୍କ ଦାବୀ ପରେ ପ୍ରଶାସନ ଯେତିକି ଉଚ୍ଛେଦ କରୁଥିଲା, ଉଠାଦୋକାନୀ ଓ ଟ୍ରଲି ବ୍ୟବସାୟୀଙ୍କର ପ୍ରାଦୁର୍ଭାବ ବଢୁଥିଲା । ଜିଲାର ଏହି ମୁଖ୍ୟ ବଜାର ଉପରେ ଭଦ୍ରକ ଜିଲା ସମେତ ଆଖପାଖ ଜିଲାର ଲୋକେ ମଧ୍ୟ ନିର୍ଭର କରୁଥିଲେ । କିନ୍ତୁ ଯେତେବେଳେ ଏହି ବଜାରକୁ ଆସୁଥିଲେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଥିଲେ । ସେମାନେ ମଧ୍ୟ ଏହି ଉଠାଦୋକାନୀ ଓ ଟ୍ରଲି ବ୍ୟବସାୟୀଙ୍କ ପ୍ରାଦୁର୍ଭାବର ଶୀକାର ହେଉଥିଲେ । ଯାହାଫଳରେ ଏହାକୁ ନେଇ ଅଣନିଶ୍ୱାସୀ ହୋଇପଡୁଥିଲେ । ଏହାକୁ ନେଇ ଜିଲା ପ୍ରଶାସନକୁ ବାରମ୍ବାର ଦାବୀ କରୁଥିଲେ ବି ମୁଖ୍ୟ ରାସ୍ତା ସଂପୂର୍ଣ୍ଣ ଉଚ୍ଛେଦ ହେଉତ୍ନଥଲା । ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ ପରେ ଆଜି ପୁଣି ଥରେ ସହରର ଜବରଦଖଲକୁ ଉଚ୍ଛେଦ କରାଯାଉଛି । ଆଜି ଅପର୍ତିବିନ୍ଧା ଠାରୁ ଟାଉନ୍ ହଲ୍ ଛକ ପର୍ଯ୍ୟନ୍ତ ଉଭୟ ପାଶ୍ୱର୍ରେ ଥିବା ଜବରଦଖଲକୁ ଉଚ୍ଛେଦ କରାଯାଇଛି । ପରେ କଲେଜ ରୋଡ୍‌, ବନ୍ତ ଛକ, ଆରଡି ଛକରେ ଥିବା ଜବରଦଖଲ ଉଚ୍ଛେଦ କରାଯିବ ବୋଲି କହିଛନ୍ତି ତହସିଲଦାର ସଂଗ୍ରାମ କେଶରୀ ଖୁଂଟିଆ । ଦୀର୍ଘବର୍ଷ ଧରି ସହରରେ ଜବରଦଖଲ ଉଚ୍ଛେଦ ପାଇଁ ଦାବୀ ହୋଇଆସୁଥିଲା । ସରକାରଙ୍କ ନିଦ୍େ‌ର୍ଦଶ ପରେ ଆଜି ସହରକୁ ସଂପୂର୍ଣ୍ଣ ଜବରଦଖଲ ମୁକ୍ତ କରିବା ପାଇଁ ଉଚ୍ଛେଦ ଚାଲିଛି । ଲୋକମାନେ ସମର୍ଥନ କରୁଛନ୍ତି । କୌଣସି ପ୍ରକାର ଆଇନ୍ ଶୃଙ୍ଖଳା ପରିସ୍ଥିତିକୁ ନଜରରେ ରଖି ପୁଲିସ୍ ପ୍ରଶାସନ ପକ୍ଷରୁ ବ୍ୟାପକ ପୁଲିସ୍ ମୁତୟନ କରାଯାଇଛି । ସେହିପରି ଘଟଣାସ୍ଥଳରେ ସିଟି ଡିଏସ୍‌ପି ଅଂଶୁମାନ ଦ୍ୱିବେଦୀଙ୍କ ସହ ତିନିଜଣ ଆଇଆଇସି, ଭଦ୍ରକ ତହସିଲଦାର, ପୌରପାଳିକା ଅଧିକାରୀ ଉପସ୍ଥିତ ରହି ଉଚ୍ଛେଦ କାର୍ଯ୍ୟ କରିଥିଲେ । ବହୁ ବର୍ଷର ଦାବୀ ପରେ ସହରର ଜବରଦଖଲ ଉଚ୍ଛେଦ କରାଯାଉଛି, ଆଉ ଲୋକେ ଏହାକୁ ସମର୍ଥନ ମଧ୍ୟ କରୁଛନ୍ତି । କିନ୍ତୁ ସହର ଏବେ ଜବରଦଖଲ ମୁକ୍ତ ହେବ ନା ପୂର୍ବପରି ସହରରେ ଉଠା ଦୋକାନୀ ଓ ଟ୍ରଲି ବ୍ୟବସାୟୀ ମାଡି ବସନ୍ତି, ତାହା ଦେଖିବାକୁ ବାକି ରହିଲା । ଅନ୍ୟପଟେ ଉଠାଦୋକାନୀଙ୍କୁ ଥଇଥାନ କରିବା ପାଇଁ ମଧ୍ୟ ଦାବୀ କରିଛନ୍ତି ଦୋକାନୀମାନେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.