Home ଓଡ଼ିଶା ସଲାସୁତୁରାରେ ଗଞ୍ଜେଇ କାରବାର ଅଭିଯୋଗ: ଚଢ଼ାଉ ପରେ ଗୁମର ଖୋଲୁଛନ୍ତି ସାଧାରଣ ନାଗରିକ

ସଲାସୁତୁରାରେ ଗଞ୍ଜେଇ କାରବାର ଅଭିଯୋଗ: ଚଢ଼ାଉ ପରେ ଗୁମର ଖୋଲୁଛନ୍ତି ସାଧାରଣ ନାଗରିକ

132

ବ୍ରହ୍ମପୁର; ୨୫/୦୭ (ଓଡ଼ିଆ ପୁଅ/ଜ୍ୟୋତି ରଞ୍ଜନ ଦାସ) ବ୍ରହ୍ମପୁର ସଦର ଥାନା ଠାରୁ ୧୦୦ ମିଟର ଦୂରରେ ଚାଲିଥିଲା ବେଆଇନ ଗଞ୍ଜେଇ କାରବାର।ବହୁ ବର୍ଷ ଧରି ସଲାସୁତୁରାରା ରେ ବେଧଡକ ଭାବେ ଚାଲିଥିଲା ଏହି ଚୋରା କାରାବାର। ସଦରଥାନା ପୋଲିସ ଗୁରବାର ମଧ୍ୟାହ୍ନରେ କୌଣସି ସୂତ୍ରରୁ ଖବର ପାଇ ଆକୁଂଶପୁର ବଡସାହି ସ୍ଥିତ ଏକ ଚା’ ଦୋକାନ ରେ ଚଢାଉ କରିଥିଲେ।ଉକ୍ତ ଦୋକାନରୁ ୨କେ.ଜି ୫୨୦ ଗ୍ରାମ ଗଞ୍ଜେଇଇ ଜବତ କରିଥିଲେ। ଚା’ଦୋକାନୀ ମିଟୁ ସାହୁ କୁ ଗିରଫ କରି କୋର୍ଟ ଚାଲାଣ କରିଥିଲେ।ମାଜିଷ୍ଟେଟ ତଥା କୁକୁଡାଖଣ୍ଡି ଅତିରିକ୍ତ ତହସିଲଦାର କଳାକୃଷ୍ନ ପ୍ରଧାନ କଂ ଉପସ୍ଥିତିରେ ଗଞ୍ଜେଇ ଜବତ କରାଯାଇଥିଲା। ସଦରଥାନା ଅଧିକାରୀ ଭାବାନନ୍ଦ ପ୍ରଧାନ ସୂଚନା ଦେଇଛନ୍ତି ଯେ ଥାନାରେ ୧୮୩/୧୯ରେ ଏକ ମାମଲା ରୁଜୁ ହୋଇଛି।

ଗଞ୍ଜେଇ କାରବାର ସମ୍ପର୍କରେ ଅବକାରୀ ଏବଂ ପୋଲିସ ଅଧିକାରୀମାନେ ସୂଚନା ପାଇଥିଲେ ମଧ୍ୟ ଦୀର୍ଘ ଦିନ ଧରି ସେପରି କାରବାରକୁ ଅଣଦେଖା କରାଯାଉଥିଲା। ଅଣଦେଖା ପାଇଁ ସଲାସୁତୁରା କ୍ଷେତ୍ରରେ ଗୋଳମାଳିଆ ପରିସ୍ଥିତିରୁ ଚଢ଼ାଉ କରାଯାଇଥିବା ଆଙ୍କୁଶପୁର ବାସୀ ଅଭିଯୋଗ କରୁଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.