Home ଓଡ଼ିଶା ସଲମାନ ହୋଇପାରନ୍ତି ବ୍ୟାନ

ସଲମାନ ହୋଇପାରନ୍ତି ବ୍ୟାନ

455

ନୂଆଦିଲ୍ଲୀ,୨୦/୦୮,(ଓଡ଼ିଆ ପୁଅ/ ପଙ୍କଜିନୀ ନାୟକ): ପାକିସ୍ତାନରେ ଏକ ପ୍ରାଇଭେଟ୍ କନସର୍ଟରେ ଯୋଗଦେଇଥିବାରୁ ମିକା ସିଂଙ୍କୁ ବଲିଉଡରୁ ବ୍ୟାନ୍ କରାଯାଇଛି । ଅଲ୍ ଇଣ୍ଡିଆ ସିନେ ୱାର୍କର ଆସୋସିଏସନ୍( AICWA) ଏବଂ ଫେଡେରେସନ୍ ଅଫ୍ ୱେଷ୍ଟର୍ନ ଇଣ୍ଡିଆ ସିନେ ଏପ୍ଳୋଇ (FWICE) ମିଶି ମିକା ସିଂଙ୍କ ବିରୋଧରେ ଏହିଭଳି ଏକ କଡା ନିଷ୍ପତ୍ତି ନେଇଛନ୍ତି ।ବ୍ୟାନ୍ ହେବାପରେ ମିକା କ୍ଷମାପ୍ରାର୍ଥନା କରିଥିଲେ କିନ୍ତୁ କମିଟି ନିଜର ନିଷ୍ପତ୍ତିକୁ ଆଉ ବଦଳାଇନଥିଲା । ଏବେ ଖବର ଆସୁଛି କି କମିଟି ସଲମାନ ଖାନଙ୍କୁ ମଧ୍ୟ ବ୍ୟାନ୍ କରିପାରେ । ଆଜ୍ଞା ହଁ, କମିଟି ନିଜର ନିଷ୍ପତ୍ତିରେ କହିଛନ୍ତି କି, ଯଦି ମିକାଙ୍କ ସହିତ କୌଣସି ବି ସେଲିବ୍ରେଟି କାମ କରିବେ ତେବେ ଉକ୍ତ କଳାକାରଙ୍କୁ ମଧ୍ୟ ବ୍ୟାନ୍ କରିଦିଆଯିବ ।

କଥାଟି ହେଉଛି, ସଲମାନ୍ ଖାନ୍ ଆସନ୍ତା ସପ୍ତାହରେ ମିକାଙ୍କ ସହିତ ଏକ ପ୍ରୋଗ୍ରାମ କରିବାକୁ ଯାଉଛନ୍ତି । ଏହି ପ୍ରୋଗ୍ରାମ ୟୁଏସ୍ ର ଅଲଗା ଅଲଗା ସହରରେ ହେବ । ଏହି ଟୁର୍ ର ନା ଦିଆଯାଇଛି ଅପ୍,କ୍ଳୋଜ୍ ଆଣ୍ଡ ପର୍ସନାଲ ୱିଥ୍ ସଲମାନ୍ ଖାନ୍ । ଏହି ଟୁର୍ କୁ ସୋହେଲ୍ ଖାନଙ୍କ ଇଭେଣ୍ଟ କମ୍ପାନୀ, ଜୋରଡି ପଟେଲଙ୍କ କମ୍ପାନୀ ସହିତ ମିଶି ଆୟୋଜନ କରିଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.